ଦୁଇ ଚକିଆ ଏବଂ ଚାରି ଚକିଆ ଯାନ ପାଇଁ ଫୋନପେର ନୂଆ ଗାଡ଼ି ଇନସ୍ୟୁରାନ୍ସର ଶୁଭାରମ୍ଭ

Share It

ଭୁବନେଶ୍ୱର: ଦୁଇ ଚକିଆ ଏବଂ ଚାରି ଚକିଆ ଯାନ ପାଇଁ ଫୋନପେ “ନୂଆ ଗାଡ଼ି” ଇନସ୍ୟୁରାନ୍ସ ଅଫର ସମ୍ପର୍କରେ ଘୋଷଣା କରିଛି । ଏହି ଶୁଭାରମ୍ଭର ଲକ୍ଷ୍ୟ ହେଉଛି ପ୍ରଚଳିତ ଡିଲରସିପ ଇନସ୍ୟୁରାନ୍ସ ପ୍ଲାନଗୁଡ଼ିକ ତୁଳନାରେ ସମସ୍ତ ନୂତନ ଯାନବାହନ କ୍ରେତାଙ୍କ ପାଇଁ କମ ଖର୍ଚ୍ଚରେ ଗୋଟିଏ ଅନଲାଇନ ବିକଳ୍ପ ପ୍ରଦାନ କରିବା । ଏହି ଇନସ୍ୟୁରାନ୍ସର ଶୁଭାରମ୍ଭ ଫଳରେ ୟୁଜରମାନେ ବର୍ତମାନ ଏକାଧିକ ଇନସ୍ୟୁରାନ୍ସ ପ୍ରଦାନକାରୀଙ୍କ ପଲିସିଗୁଡ଼ିକର ତୁଳନା କରିପାରିବେ ଏବଂ ଫୋନପେ ଆପ ମାଧ୍ୟମରେ ସେଗୁଡ଼ିକ ଅନଲାଇନରେ କିଣି ପାରିବେ । ଡିଲରସିପ ଇନସ୍ୟୁରାନ୍ସରେ ଯାନବାହାନ କ୍ରେତାମାନେ ପ୍ରାୟତଃ ଅଧିକ ପ୍ରିମିୟମ, ସୀମିତ ପସନ୍ଦ, ପକ୍ଷପାତପୂର୍ଣ୍ଣ ସୁପାରିଶ ଭଳି ଚ୍ୟାଲେଞ୍ଜର ସମ୍ମୁଖୀନ ହୁଅନ୍ତି । ତେବେ ଏହି ଇନସ୍ୟୁରାନ୍ସର ଶୁଭାରମ୍ଭ ମାଧ୍ୟମରେ ୟୁଜରମାନଙ୍କୁ ଏକ ବିଶ୍ୱସ୍ତ ଏବଂ ପ୍ରତିଯୋଗିତାମୂଳକ ଇନସ୍ୟୁରାନ୍ସର ଅନୁଭୂତି ପ୍ରଦାନ କରିବା ପାଇଁ ପ୍ରମୁଖ ଇନସ୍ୟୁରାନ୍ସ ପ୍ରଦାନକାରୀମାନଙ୍କ ସହିତ ଫୋନପେ ସହଯୋଗିତା କରୁଛି । ପ୍ଲାନର ମୁଖ୍ୟ ଆକର୍ଷଣ ହେଉଛି ଡିଲରସିପ ମୂଲ୍ୟ ତୁଳନାରେ ଦୁଇ ଚକିଆ ଗାଡ଼ି ଇନସ୍ୟୁରାନ୍ସରେ ୪୦୦୦ଟଙ୍କା ପର୍ଯ୍ୟନ୍ତ ଏବଂ ଚାରି ଚକିଆ ଗାଡ଼ି ଇନସ୍ୟୁରାନ୍ସରେ ୪୦,୦୦୦ଟଙ୍କା ପର୍ଯ୍ୟନ୍ତ ସଂଚୟ କରିପାରିବେ । କେବଳ ମାତ୍ର ଫୋନପେ ଆପରେ ମାତ୍ର ୧ଟଙ୍କାରୁ ଆରମ୍ଭ ହେଉଥିବା ନିଜସ୍ୱ କ୍ଷତି କଭର ସହିତ ସର୍ବନିମ୍ନ ମୂଲ୍ୟର ଦୁଇଚକିଆ ଗାଡ଼ି ଇନସ୍ୟୁରାନ୍ସ, କୌଣସି କାଗଜପତ୍ର ବିନା ୧୦୦% ଡିଜିଟାଲ ଇନସ୍ୟୁରାନ୍ସ କିଣିବାର ଅନୁଭୂତି ପାଇପାରିବେ ଏବଂ କୌଣସି ବଡ଼ ଡିଲର ମାର୍ଜିନ ନାହିଁ ଏବଂ କୌଣସି ଲୁକ୍କାୟିତ ଫିସ ନାହିଁ ।
ଏସମ୍ପର୍କରେ ଇନସ୍ୟୁରାନ୍ସର ଶୁଭାରମ୍ଭ ବିଷୟରେ ମନ୍ତବ୍ୟ ଦେଇ ଫୋନପେ ଇନସ୍ୟୁରାନ୍ସ ବ୍ରୋକିଂ ସର୍ଭିସେସର ସିଇଓ ବିଶାଲ ଗୁପ୍ତା କହିଛନ୍ତି, “ସମସ୍ତଙ୍କ ପାଇଁ ଇନସ୍ୟୁରାନ୍ସକୁ ସହଜ ଏବଂ ସୁଲଭ କରିବା ପାଇଁ ଆମର ପ୍ରତିବଦ୍ଧତାର ଏକ ଅଂଶ ଭାବରେ ଆମେ ସମସ୍ତ ସମ୍ଭାବ୍ୟ ଦୁଇ ଚକିଆ ଏବଂ ଚାରି ଚକିଆ ଯାନର ମାଲିକମାନଙ୍କ ପାଇଁ ଆମର ନବୀନତମ “ନୂଆ ଗାଡ଼ି” ଇନସ୍ୟୁରାନ୍ସ ଅଫର ଆରମ୍ଭ କରି ଆନନ୍ଦିତ । ଏହି କଭରେଜର ଉଦ୍ଦେଶ୍ୟ ହେଉଛି ଏକ ବାଧାହୀନ ଡିଜିଟାଲ ଅନୁଭୂତି ମାଧ୍ୟମରେ ପଲିସି ବିକଳ୍ପଗୁଡ଼ିକ ତଥା ସେଗୁଡ଼ିକର ମୂଲ୍ୟ ମଧ୍ୟରେ ତୁଳନା କରି ସହଜରେ ସୁଚିନ୍ତିତ ନିଷ୍ପତି ନେବାରେ ୟୁଜରମାନଙ୍କୁ ସାହାଯ୍ୟ କରିବା । ଫୋନପେ’ରେ ଆମର ଲକ୍ଷ୍ୟ ହେଉଛି ଇନସ୍ୟୁରାନ୍ସ-କ୍ରୟକୁ ସରଳ କରିବା ଏବଂ ୟୁଜରମାନଙ୍କ ପାଇଁ ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ସମସ୍ୟାବିହୀନ କରିବା । ଏହି ଶୁଭାରମ୍ଭ ମଧ୍ୟ ଦେଇ ଉପଭୋକ୍ତାମାନଙ୍କର ନୂତନ ଯାନବାହନ ପାଇଁ ଇନସ୍ୟୁରାନ୍ସ କିଣିବାର ପଦ୍ଧତିକୁ ପରିବର୍ତନ କରିବା ପାଇଁ ଆମେ ଆଶା କରୁଛୁ ।”

 


Share It

Comments are closed.