ଫୋନପେ ପକ୍ଷରୁ ଡିଜିଟାଲ-ଫାଷ୍ଟ ଉଦ୍ୟମ ଆସିଷ୍ଟ ପଞ୍ଜିକରଣ ବ୍ୟବସ୍ଥା ର ଶୁଭାରମ୍ଭ
ଭୁବନେଶ୍ୱର : ଫୋନପେ ପକ୍ଷରୁ ଡିଜିଟାଲ-ଫାଷ୍ଟ ଉଦ୍ୟମ ଜେନେରେସନ ର ଶୁଭାରମ୍ଭ କରାଯାଇଛି। ଏହି ଶୁଭାରମ୍ଭ ରେ ମାନ୍ୟବର କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଜିତନ ରାମ ମାଂଝି ଏବଂ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କ (ଏସଆଇଡିବିଆଇ)ର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀମତୀ ୱାଇ.ଏମ. କୁମାରୀ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗ ଦେଇଥିଲେ। ଏହା ସହିତ ଫୋନପେ ନିଜର ମର୍ଚାଂଟମାନଙ୍କୁ ସିଧାସଳଖ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏକ ସମ୍ପୂର୍ଣ୍ଣ ଡିଜିଟାଲ ସମାଧାନ ପ୍ରଦାନ କରୁଥିବା ପ୍ରଥମ ଫିନଟେକ କମ୍ପାନୀରେ ପରିଣତ କରିଛି ଯାହା ଅନ୍ୟାନ୍ୟ ପ୍ଲାଟଫର୍ମ ଦ୍ୱାରା ବ୍ୟବହୃତ ପାରମ୍ପରିକ ‘ଉଦ୍ୟମ’ ସାର୍ଟିଫିକେଟ ପ୍ରଦାନ ପ୍ରକ୍ରିୟାଠାରୁ ଅଲଗା ଅଟେ।
ଫୋନପେ ଲେଣ୍ଡିଂର ସିଇଓ ହେମନ୍ତ ଗାଲା କହିଛନ୍ତି, “ଫୋନପେ ସର୍ବଦା ଡିଜିଟାଲ ଆର୍ôଥକ ଅନ୍ତର୍ଭୁକ୍ତିକରଣକୁ ସକ୍ଷମ କରିବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ପାଳନ କରିଛି। ଆଜିର ଦିନଟି ଡିଜିଟାଲ ଇଣ୍ଡିଆ ଏବଂ ଆମ ଦେଶର ଲକ୍ଷ ଲକ୍ଷ କ୍ଷୁଦ୍ର ଉଦ୍ୟୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ ଅଟେ। ଉଦ୍ୟମ ଆସିଷ୍ଟ ପ୍ଲାଟଫର୍ମ ସହ ଏକ ସମ୍ପୂର୍ଣ୍ଣ ଡିଜିଟାଲ-ଫାଷ୍ଟ ସମନ୍ୱିତ ବ୍ୟବସ୍ଥା ପ୍ରଦାନ କରୁଥିବା ପ୍ରାଥମିକ ସଂସ୍ଥାଗୁଡ଼ିକ ମଧ୍ୟରୁ ଅନ୍ୟତମ ହୋଇଥିବାରୁ ଆମେ ନିଜକୁ ଅତ୍ୟନ୍ତ ଗବିଁତ ମନେକରୁଛୁ। ଏସଆଇଡିବିଆଇ ସହିତ ଆମର ପାର୍ଟନରସିପ ଏମଏସମି ଗୁଡ଼ିକ ପାଇଁ ସରକାରୀ ଯୋଜନା, ଲୋନର ସୁବିଧା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ସୃଷ୍ଟି କରିବ ଏବଂ ଭାରତର ଅର୍ଥନୈତିକ ଲକ୍ଷ୍ୟ ହାସଲ କରିବାରେ ଅବଦାନ ରଖିବ। ଫୋନପେ’ର ୟୁଜର-ଅନୁକୂଳ ଏବଂ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏକ କାର୍ଯ୍ୟକାରୀ ଡିଜିଟାଲ ପ୍ରକ୍ରିୟା ମାଧ୍ୟମରେ ଆମେ କେବଳ ପଞ୍ଜିକରଣକୁ ସହଜ କରୁନାହୁଁ – ଆମେ ଅଣୁ ଏବଂ କ୍ଷୁଦ୍ର ବ୍ୟବସାୟକୁ ସଶକ୍ତ କରିବାର ସ୍ୱପ୍ନକୁ ଏକ ସୁଗମ ଡିଜିଟାଲ ବାସ୍ତବତାରେ ରୂପାନ୍ତରିତ କରୁଛୁ।”
ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କ (ଏସଆଇଡିବିଆଇ)ର ମୁଖ୍ୟ ମହାପ୍ରବନ୍ଧକ, ଶ୍ରୀମତୀ ୱାଇ.ଏମ. କୁମାରୀ କହିଛନ୍ତି ଯେ, “ଉଦ୍ୟମ ଆସିଷ୍ଟ ପ୍ଲାଟଫର୍ମ, ଜିଏସଟି ପଞ୍ଜିକୃତ ହୋଇନଥିବା ଅସଂଗଠିତ ଅଣୁ ଉଦ୍ୟୋଗଗୁଡ଼ିକୁ ଫର୍ମାଲାଇଜେସନ ପାଇଁ ଏକ ପ୍ରମୁଖ ଚାଳକ ଭାବେ ଉଭା ହୋଇଛି। ଗତ ଦୁଇ ବର୍ଷରୁ ଅଧିକ ସମୟ ମଧ୍ୟରେ ଏହି ପ୍ଲାଟଫର୍ମ ୨.୭୫ କୋଟିରୁ ଅଧିକ କ୍ଷୁଦ୍ର ବ୍ୟବସାୟୀଙ୍କୁ ଉଦ୍ୟମ ଆସିଷ୍ଟ ପ୍ରମାଣପତ୍ର ପ୍ରଦାନ କରିବାରେ ସକ୍ଷମ ହୋଇଛି। ନିର୍ଦ୍ଦିଷ୍ଟ ଏଜେନ୍ସିଗୁଡ଼ିକ ସହିତ ବାଧାହୀନ ଡିଜିଟାଲ ଏକୀକରଣ, ଏହି ଫର୍ମାଲାଇଜେସନ ଯାତ୍ରାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସକାରାତ୍ମକ ପଦକ୍ଷେପ ଅଟେ। ଏହି ପଦକ୍ଷେପଟି ଅସଂଗଠିତ ଅଣୁ ବ୍ୟବସାୟଗୁଡ଼ିକୁ ମୁଖ୍ୟ ଅର୍ଥନୈତିକ ସ୍ରୋତରେ ସାମିଲ କରିବାର ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବ ଏବଂ ଏହି ସଂସ୍ଥାଗୁଡ଼ିକୁ ଋଣ ପ୍ରବାହକୁ ସହଜ କରିବା ସହିତ ବୃଦ୍ଧି କରିବ।”
ଉଦଘାଟନୀ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଏହି ନୂତନ ଡିଜିଟାଲ ପ୍ରକ୍ରିୟା ମାଧ୍ୟମରେ ମର୍ଚାଂଟମାନଙ୍କୁ ଉଦ୍ୟମ ଆସିଷ୍ଟ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ଯାହା ଭାରତର ଡିଜିଟାଲ ଆର୍ôଥକ ଅନ୍ତର୍ଭୁକ୍ତୀକରଣ କ୍ଷେତ୍ରରେ ଏକ ମାଇଲଖୁଂଟ ଅଟେ। ଏହା ସହିତ ଫୋନପେ ଏସଆଇଡିବିଆଇ ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିବା ବିଷୟ ମଧ୍ୟ ଘୋଷଣା କରିଛି ଯାହା ୟୁଏପି ସହ ଏକୀଭୂତ କରାହୋଇଥିବା ନିରବଚ୍ଛିନ୍ନ ଡିଜିଟାଲ ଲେଣ୍ଡିଂ ସମାଧାନ ମାଧ୍ୟମରେ ଛୋଟ ମର୍ଚାଂଟମାନଙ୍କୁ ଲୋନ ପ୍ରଦାନର ପ୍ରକ୍ରିୟାକୁ ସୁଗମ କରିବ।
Comments are closed.