ଫୋନ ପେ’ ପକ୍ଷରୁ ମ୍ୟୁଚୁଆଲ ଫଣ୍ଡ ବଦଳରେ ଲୋନ ସୁବିଧା
ଭୁବନେଶ୍ୱର : ଫୋନ ପେ’ ପକ୍ଷରୁ ଆଜି ‘ଲୋନ୍ସ ଏଗେନ୍ସଷ୍ଟ ମ୍ୟୁଚୁଆଲ ଫଣ୍ଡ’ର ଶୁଭାରମ୍ଭ କରାଯାଇଛି । ଡିଏସପି ଫାଇନାନ୍ସ ସହ ରଣନୈତିକ ଭାଗୀଦାରୀ ସହ ଏହା ଉପଭୋକ୍ତାଙ୍କୁ ସଂପୂର୍ଣ୍ଣ ଦେଶୀୟ ଏବଂ ଡିଜିଟାଲ ଅଭିଜ୍ଞତା ପ୍ରଦାନ କରୁଛି । ଉପଭୋକ୍ତାମାନେ ଫୋନ ଫେ ଆପ ମାଧ୍ୟମରେ ସିଧାସଳଖ ସେମାନଙ୍କର ମ୍ୟୁଚୁଆଲ ଫଣ୍ଡ ଫୋର୍ଟ ଫୋଲିଓ ବିରୋଧରେ ତୁରନ୍ତ ଋଣ ପାଇବା ପାଇଁ ସକ୍ଷମ ହେବେ । ଏହି ନୂତନ ଅଫର ଉପଭୋକ୍ତାମାନଙ୍କୁ ପ୍ରତିଯୋଗିତା ମୂଳକ ସୁଧ ହାରରରେ ୧୦ ମିନିଟରୁ କମ ସମୟ ମଧ୍ୟରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ସୁରକ୍ଷିତ କ୍ରେଡିଟ ଲିମିଟ ପ୍ରଦାନ କରିବ ।
ଶୁଭାରମ୍ଭ ଅବସରରେ ଫୋନପେ ଲେଣ୍ଡିଂର ସିଇଓ ହେମନ୍ତ ଗାଲା କହିଛନ୍ତି ଯେ, “ଫୋନପେର ଦୃଷ୍ଟିକୋଣ ହେଉଛି ପ୍ରତ୍ୟେକ ଭାରତୀୟଙ୍କୁ ତାଙ୍କର ଆର୍ଥିକ ଗତିକୁ ତ୍ୱରାନ୍ୱିତ କରିବା ପାଇଁ ସାହାଯ୍ୟ କରିବ, ଯାହା ସହଜ ଭାବେ ବିତୀୟ ସାମଗ୍ରୀ ପ୍ରବେଶକୁ ଖୋଲିଦିଏ । ଡିଏସପି ଫାଇନାନ୍ସ ସହ ସହଭାଗୀଦାରୀରେ ‘ଲୋନ୍ସ ଏଗେନ୍ସଷ୍ଟ ମ୍ୟୁଚୁଆଲ ଫଣ୍ଡ’ର ଶୁଭାରମ୍ଭ କରିବା ଏହି ଲକ୍ଷ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆମେ ସୁରକ୍ଷିତ ଋଣ ପ୍ରଦାନ ପ୍ରକ୍ରିୟାକୁ ପୁନର୍ବିନ୍ୟାସ କରୁଛୁ, ଯେଉଁଥିରେ ବ୍ୟବହାରକାରୀମାନେ ତାଙ୍କର ବିନିଯୋଗର ଗୁପ୍ତ ମୂଲ୍ୟକୁ ଉନ୍ମୋଚନ କରିପାରିବେ । ”
ଶୁଭାରମ୍ଭ ଅବସରରେ ଡିଏସପି ଫାଇନାନ୍ସର ର ସିଇଓ ଜୟେଶ ମେହତା କହିଛନ୍ତି ଯେ, “ଫୋନଫେ ସହିତ ଆମର ଏହି ଭାଗୀଦାରୀ , ସୁରକ୍ଷିତ ଋଣ ପ୍ରଦାନରେ ଡିଏସପି ର ଦକ୍ଷତା ଓ ଫୋନଫେର ଅପୂର୍ବ ଡିଜିଟାଲ ପଂହଚରୁ ଏକତ୍ର କରି ଭାରତୀୟ ବିନିଯୋଗକାରୀମାନେ ପାଇଁ ଏକ ଶକ୍ତିଶାଳୀ ସାମାଧାନ ତିଆରି କରିଛି । ‘ଲୋନ୍ସ ଏଗେନ୍ସଷ୍ଟ ମ୍ୟୁଚୁଆଲ ଫଣ୍ଡ’ ମାଧ୍ୟମରେ ଗ୍ରାହକମାନେ ଏବେ ତାଙ୍କର ବିନିଯୋଗ ଅବ୍ୟାହତ ରଖିଥିବାବେଳେ ତତକ୍ଷଣାତ ଲିକ୍ୟୁଡିଟି ପାଇପାରିବେ । ଏହି ପ୍ରଯୋଜନା ଗ୍ରାହକଙ୍କୁ ତାଙ୍କର ଅଳ୍ପକାଳୀନ ଆବଶ୍ୟକତା ଓ ଦୀର୍ଘକାଳୀନ ଲକ୍ଷ୍ୟ ପୂରଣରେ ନିଜେ ନିଜ ନିୟନ୍ତ୍ରଣ , ସୁବିଧା ଓ ଆତ୍ମବିଶ୍ୱାସ ଦେବା ପାଇଁ ଡିଜାଇନ କରାଯାଇଛି ।”
Comments are closed.