ଅକ୍ଷୟ ତୃତୀୟା ପାଇଁ ଫୋନପେର ସୁନିଶ୍ଚିତ କ୍ୟାଶବ୍ୟାକ ଅଫର

Share It

ଭୁବନେଶ୍ୱର: ଅକ୍ଷୟ ତୃତୀୟା ଅବସରରେ ୨୪ କ୍ୟାରେଟ ଡିଜିଟାଲ ଗୋଲ୍ଡ କିଣା ଉପରେ ଆକର୍ଷଣୀୟ କ୍ୟାଶବ୍ୟାକ ଅଫର ପ୍ରଦାନ କରିବାକୁ ଘୋଷଣା କରିଛି ଫୋନପେ । ଫୋନପେ ପ୍ଲାଟଫର୍ମରେ ସର୍ବନିମ୍ନ ୨୦୦୦ ଟଙ୍କାର ଡିଜିଟାଲ ଗୋଲ୍ଡ କିଣି ୟୁଜରମାନେ ଫ୍ଲାଟ ୧% କ୍ୟାଶବ୍ୟାକ (୨୦୦୦ ଟଙ୍କା ପର୍ଯ୍ୟନ୍ତ) ପାଇପାରିବେ । ଏହି ଅଫର କେବଳ ଏପ୍ରିଲ ୩୦ ତାରିଖର ଏକକାଳୀନ କାରବାର ପାଇଁ ପ୍ରଯୁଜ୍ୟ (ପ୍ରତି ୟୁଜରଙ୍କ ପାଇଁ ମାତ୍ର ଗୋଟିଏ ଥର ବୈଧ) ଅଟେ । ୟୁଜରମାନେ ପେମେଂଟ କରିବାକୁ ୟୁପିଆଇ, ୟୁପିଆଇ ଲାଇଟ, କ୍ରେଡିଟ ଓ ଡେବିଟ କାର୍ଡ, ୱାଲେଟ ଏବଂ ଗିଫ୍ଟ କାର୍ଡ ପରି ବିଭିନ୍ନ ପ୍ରକାରର ପେମେଂଟ ମାଧ୍ୟମ ବାଛି ପାରିବେ ।
ଉତ୍ସବର ଆନନ୍ଦକୁ ବହୁଗୁଣିତ କରିବା ପାଇଁ କ୍ୟାରେଟ୍ଲେନ ଷ୍ଟୋର ଏବଂ ୱେବସାଇଟରେ ଡିଜିଟାଲ ଗୋଲ୍ଡ ବଦଳାଇବା ପାଇଁ ଫୋନପେ ଏକ ସ୍ୱତନ୍ତ୍ର ଅଫର ଘୋଷଣା କରିଛି ଯେଉର୍ଥିରେ ସୁନା ମୁଦ୍ରା ଉପରେ ଅଧିକ ୨% ରିହାତି, ଅନ୍ୟାନ୍ୟ ଧାତୁ ଆବୃତ ହୋଇନଥିବା ଅଳଙ୍କାର ଉପରେ ଅଧିକ ୩% ରିହାତି, ଅନ୍ୟାନ୍ୟ ଧାତୁ ଆବୃତ ଅଳଙ୍କାର ଉପରେ ଅଧିକ ୫% ରିହାତି ସାମିଲ ରହିଛି । ଫୋନପେ ପ୍ଲାଟଫର୍ମରେ ୟୁଜରମାନେ ଏମଏମଟିସି-ପିଏଏମପି, ସେଫ ଗୋଲ୍ଡ ଏବଂ କ୍ୟାରେଟ୍ଲେନ ପରି ଡିଜିଟାଲ ଗୋଲ୍ଡ ବ୍ୟବସାୟ କ୍ଷେତ୍ରରେ ଅଗ୍ରଣୀ ତଥା ଭରସାଯୋଗ୍ୟ କମ୍ପାନୀମାନଙ୍କଠାରୁ ୯୯.୯୯% ଶୁଦ୍ଧତା-ପ୍ରମାଣିତ ୨୪ କ୍ୟାରେଟ ଡିଜିଟାଲ ଗୋଲ୍ଡ କିଣିପାରିବେ । ସାରା ଭାରତର ୧.୨ କୋଟିରୁ ଅଧିକ ଗ୍ରାହକ ଫୋନପେ ପ୍ଲାଟଫର୍ମରେ ସର୍ବୋଚ୍ଚ ଶୁଦ୍ଧତା ବିଶିଷ୍ଟ ୨୪ କ୍ୟାରେଟ ସୁନା କିଣିଛନ୍ତି ।
ଏକକାଳୀନ କ୍ରୟ ବ୍ୟତୀତ ଦୈନିକ କିମ୍ବା ମାସିକ ଏସଆଇପି ଜରିଆରେ ଡିଜିଟାଲ ପଦ୍ଧତିରେ ସୁନାରେ ପୁଞ୍ଜି ବିନିଯୋଗ କରିବା ପାଇଁ ୟୁଜରମାନଙ୍କୁ ଫୋନପେ ସୁଯୋଗ ପ୍ରଦାନ କରୁଛି ଏବଂ ଗ୍ରାହକମାନଙ୍କୁ ଦୀର୍ଘକାଳୀନ ଓ ବ୍ୟବସ୍ଥିତ ଭାବରେ ବିନିଯୋଗ କରିବାରେ ସାହାଯ୍ୟ କରୁଛି । ଗ୍ରାହକମାନେ ମଧ୍ୟ ଯେକୌଣସି ପରିମାଣର ରାଶି (ସର୍ବନିମ୍ନ ୫ ଟଙ୍କାରୁ ଆରମ୍ଭ କରି) ବିନିଯୋଗ କରିପାରିବାର ସୁଯୋଗ ପାଇବେ ଏବଂ ସୁନାର ବିକ୍ରିଲବ୍ଧ ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଂଟରେ ଜମା ହେବାର ସୁବିଧା ସହିତ ସେମାନଙ୍କର ଜମା ହୋଇଥିବା ସୁନାକୁ ଯେକୌଣସି ସମୟରେ ବିକ୍ରୟ କରିପାରିବେ । ଅଫରଟି ୩୦ ଏପ୍ରିଲ ୨୦୨୫ ମଧ୍ୟରାତି ୦୦:୦୦ଟାଠାରୁ ୩୦ ଏପ୍ରିଲ ୨୦୨୫ ରାତି ୧୧:୫୯ଟା ପର୍ଯ୍ୟନ୍ତ କେବଳ ଏକକାଳୀନ କାରବାର ପାଇଁ ବୈଧ ଅଟେ । ଏସଆଇପି କାରବାର ପାଇଁ ବୈଧ ନୁହେଁ । ପ୍ରତି ୟୁଜରଙ୍କ ପାଇଁ ମାତ୍ର ଗୋଟିଏ ଥର ବୈଧ ।
ଏହି ସ୍ୱତନ୍ତ୍ର କ୍ୟାଶବ୍ୟାକ ଅଫରର ସୁଯୋଗ ନେବା ପାଇଁ ଆପଣଙ୍କ ଫୋନପେ ଆପର ହୋମପେଜରେ ‘ସେଭିଂସ’ ଉପରେ କ୍ଲିକ କରନ୍ତୁ, ‘ଡିଜିଟାଲ ଗୋଲ୍ଡ କିଣନ୍ତୁ’ ଉପରେ କ୍ଲିକ କରନ୍ତୁ, “ଏକକାଳୀନ କିଣନ୍ତୁ” ଉପରେ କ୍ଲିକ କରି ଆଗକୁ ବଢ଼ନ୍ତୁ । “ଟଙ୍କା ହିସାବରେ କିଣନ୍ତୁ” ସିଲେକ୍ଟ କରି ଆଗକୁ ବଢ଼ନ୍ତୁ ଏବଂ ସର୍ବନିମ୍ନ ୨୦୦୦ ଟଙ୍କାର ୨୪ କ୍ୟାରେଟ ସୁନା ଯୋଡ଼ନ୍ତୁ । ଆପଣଙ୍କ ସୁନା କିଣା ସମ୍ବନ୍ଧୀୟ ସବିଶେଷ ବିବରଣୀ ଚେକ କରନ୍ତୁ ଏବଂ ‘ପେମେଂଟ କରିବାକୁ ଆଗକୁ ବଢ଼ନ୍ତୁ’ ଉପରେ କ୍ଲିକ କରି ଅଫରର ସୁଯୋଗ ନିଅନ୍ତୁ ।


Share It

Comments are closed.