ପ୍ରଥମ ପେମେଂଟ ଆପ୍ ଭାବେ ୟୁପିଆଇ ସହ ଦୁଇ ଲକ୍ଷ ରୁପେ କ୍ରେଡିଟ କାର୍ଡ ସଂଯୋଗ କରିଛି ଫୋନ୍‌ପେ


ଭୁବନେଶ୍ୱର: ଫୋନପେ ଦୁଇ ଦୁଇଟି ଗୁରତ୍ୱପୂର୍ଣ୍ଣ ସଫଳତା ହାସଲ କରିଥିବା ସମ୍ପର୍କରେ ଘୋଷଣା କରିଛି । ୟୁନିଫାଏଡ ପେମେଂଟ ଇଂଟରଫେସ ସହ ଦୁଇ ଲକ୍ଷ ରୂପେ କ୍ରେଡିଟ କାର୍ଡକୁ ସଫଳତାର ସହ ସଂଯୋଗ କରିବାରେ ଏହି କମ୍ପାନୀ ପ୍ରଥମ ଡିଜିଟାଲ ପେମେଂଟ ଆପ୍‌ରେ ପରିଣତ ହୋଇଛି । ଏହା ସହିତ ଫୋନପେ ୟୁପିଆଇରେ ରୁପେ କ୍ରେଡିଟ ମାଧ୍ୟମରେ ୧୫୦ କୋଟି ଟଙ୍କାର ମୋଟ ପେମେଂଟ ମୂଲ୍ୟ(ଟିପିଭି) ମଧ୍ୟ ପ୍ରକ୍ରିୟାକରଣ କରିଛି । ଏନପିସିଆଇ ସହଭାଗିତାରେ ଫୋନପେ ୟୁପିଆଇରେ ରୁପେ କ୍ରେଡିଟ ପାଇଁ ବ୍ୟାପକ ଶ୍ରେଣୀର ସମାଧାନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ଯାହାଦ୍ୱାରା ଗ୍ରାହକ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଏହାର ବ୍ୟବହାର ସମାନ ରୂପେ ଲୋକପ୍ରିୟ ହୋଇପାରିବ । କମ୍ପାନୀ ଦେଶରେ ୧୨ ନିୟୂତ ବ୍ୟବସାୟୀ ଆଉଟଲେଟରେ ୟୁପିଆଇରେ ରୁପେ କ୍ରେଡିଟ କାର୍ଡର ଗ୍ରହଣୀୟତାକୁ ସକ୍ଷମ କରିସାରିଛି ଏବଂ ଏହି ଇକୋସିଷ୍ଟମରେ ସର୍ବାଧିକ ବ୍ୟବସାୟୀଙ୍କ ପ୍ରବେଶ ହାସଲ କରିଛି । ଏହି ପ୍ରାସଙ୍ଗକ ଯୋଗାଯୋଗ ଗ୍ରାହକମାନଙ୍କୁ ୟୁପିଆଇ ମାଧ୍ୟମରେ ରୁପେ କ୍ରେଡିଟ କାର୍ଡକୁ ସେମାନଙ୍କ ପସନ୍ଦର ପେମେଂଟ ବିକଳ୍ପ ଭାବରେ ଗ୍ରହଣ କରିବା ଲାଗି ପ୍ରୋତ୍ସାହିତ କରୁଛି । ଆଗକୁ ଯାଇ ଫୋନପେ ଉନ୍ନତ କାର୍ଯ୍ୟଦକ୍ଷତା ମାଧ୍ୟମରେ ଦେଶରେ ରୁପେ କ୍ରେଡିଟ ଅନୁପ୍ରବେଶକୁ ବୃଦ୍ଧି କରିବା ପାଇଁ ଏନପିସିଆଇ ସହିତ ଘନିଷ୍ଠ ସହଯୋଗ ଜାରି ରଖିବ ।

ଏହି ସଫଳତା ଉପରେ ମତ ରଖି ଫୋନପେରେ ଉପଭୋକ୍ତା ପ୍ଲାଟଫର୍ମ ଏବଂ ପେମେଂଟର ଉପାଧ୍ୟକ୍ଷ ସୋନିକା ଚନ୍ଦ୍ରା କହିଛନ୍ତିଯେ, “ଆମେ ନ୍ୟାସନାଲ ପେମେଂଟ କର୍ପୋରେସନ ଅଫ ଇଣ୍ଡିଆ(ଏନପିସିଆଇ) ସହିତ ସହଭାଗିତା କରି ଏବଂ ୟୁପିଆଇରେ ଦୁଇ ଲକ୍ଷ ରୁପେ କ୍ରେଡିଟ କାର୍ଡ ସଂଯୋଗ କରିବାରେ ପ୍ରଥମ ପେମେଂଟ ଆପ୍ ହୋଇଥିବାରୁ ଆନନ୍ଦିତ । ଆମର ବିଶ୍ୱାସ ଯେ ୟୁପିଆଇରେ ରୁପେ କାର୍ଡ ଏହି ଇକୋସିଷ୍ଟମରେ କ୍ରେଡିଟର ଉପଲବ୍ଧତା ଏବଂ ବ୍ୟବହାରରେ ପରିବର୍ତନ ଆଣିବ । ଆମେ ବ୍ୟାପକ ସମାଧାନ ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ରହିଛୁ ଯାହା ଆମର ଗ୍ରାହକ ଏବଂ ବ୍ୟବସାୟୀମାନଙ୍କର ପରିବର୍ତିତ ଆବଶ୍ୟକତାଗୁଡ଼ିକୁ ପୂରଣ କରିବ । ଅନ୍ୟାନ୍ୟ କ୍ରେଡିଟ ଉପକରଣ ପରି ଏମଡିଆର ୟୁପିଆଇରେ ରୁପେ ପାଇଁ ପ୍ରଯୁଜ୍ୟ ଏବଂ ଆମର ବ୍ୟବସାୟୀ ସହଯୋଗୀମାନେ ଗ୍ରାହକଙ୍କ ମଧ୍ୟରେ ରୁପେର ବ୍ୟବହାରକୁ ଉତ୍ସାହର ସହ ପରିଚାଳନା କରୁଛନ୍ତି ।”


Share It

Comments are closed.