ଫୋନପେ ଏଚଡିଏଫସି ବ୍ୟାଙ୍କ କୋ-ବ୍ରାଣ୍ଡେଡ କ୍ରେଡିଟ କାର୍ଡର ଶୁଭାରମ୍ଭ
ଭୁବନେଶ୍ୱର: ଫୋନପେ ଏବଂ ଏଚଡିଏଫସି ବ୍ୟାଙ୍କ, ‘ଫୋନପେ ଏଚଡିଏଫସି ବ୍ୟାଙ୍କ କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ’ର ଶୁଭାରମ୍ଭ ଘୋଷଣା କରିଛନ୍ତି ଯାହା ଫୋନପେର କୋ-ବ୍ରାଣ୍ଡେଡ୍ କାର୍ଡ ସେଗମେଂରେ ପ୍ରବେଶକୁ ଚିହ୍ନିତ କରିଛି । ଏଚଡିଏଫସି ବ୍ୟାଙ୍କ ସହଭାଗୀତାରେ, ନୂତନ କୋ-ବ୍ରାଣ୍ଡେଡ୍ ରୁପେ କ୍ରେଡିଟ୍ କାର୍ଡଗୁଡ଼ିକର ଏହି ନୂଆ ଶୃଙ୍ଖଳ ଭାରତୀୟ ଗ୍ରାହକଙ୍କ ବିକଶିତ ଆର୍ôଥକ ଆବଶ୍ୟକତା ପୂରଣ କରିବା ପାଇଁ ଡିଜାଇନ୍ କରାଯାଇଛି ଯାହା ବିଶେଷକରି ଫୋନପେ ପ୍ଲାଟଫର୍ମରେ ୟୁପିଆଇ ଖର୍ଚ୍ଚ ଉପରେ ଲାଭ ପ୍ରଦାନ କରିଥାଏ । ଏଚଡିଏଫସି ବ୍ୟାଙ୍କ ଏବଂ ଫୋନପେ ମଧ୍ୟରେ ଏହି ରଣନୈତିକ ସହଭାଗୀତା କ୍ରେଡିଟ୍ କାର୍ଡଗୁଡ଼ିକୁ ସୁଲଭ ଏବଂ ବ୍ୟବହାରକାରୀ-ଅନୁକୂଳ କରିବା ପାଇଁ ସେମାନଙ୍କର ବ୍ୟାଙ୍କିଂ ଏବଂ ଫିନଟେକ୍ ଶକ୍ତିକୁ ବ୍ୟବହାର କରୁଛନ୍ତି । ‘ଅଲଟିମୋ\’ ଏବଂ ‘ୟୁନୋ\’ ଭାରିଆଂଟରେ ଉପଲବ୍ଧ, ଏହି କାର୍ଡଗୁଡ଼ିକ ରିଚାର୍ଜ, ବିଲ୍ ପେମେଂଟ, ଯାତ୍ରା, ଅନଲାଇନ୍ ସପିଂ, କିରାଣା ଏବଂ କ୍ୟାବ୍ ଭଳି ଲୋକପ୍ରିୟ ଖର୍ଚ୍ଚ ବର୍ଗରେ ପୁରସ୍କାର ପ୍ରଦାନ କରେ । ଏହା ସହିତ, କାର୍ଡଗୁଡ଼ିକ ୟୁପିଆଇ ସହିତ ସୁଗମ ଭାବରେ ସଂଯୁକ୍ତ ହୁଏ, ଯାହା ବ୍ୟବହାରକାରୀମାନଙ୍କୁ ୟୁପିଆଇ କ୍ୟୁଆରରେ ସକ୍ଷମ ବ୍ୟାପକ ମର୍ଚ୍ଚାଂଟ ନେଟୱାର୍କ ମାଧ୍ୟମରେ କାର୍ଡଗୁଡ଼ିକରେ ପ୍ରଦାନ କରାଯାଇଥିବା ପୁରସ୍କାର ଉପଭୋଗ କରିବା ସହିତ କ୍ରେଡିଟ୍ କାର୍ଡ ମାଧ୍ୟମରେ ସେମାନଙ୍କର ଦୈନନ୍ଦିନ ଖର୍ଚ୍ଚ ପାଇଁ ଦେୟ କରିବାକୁ ଅନୁମତି ଦିଏ ।
ଏହି କାର୍ଡ ସମ୍ବନ୍ଧରେ ଫୋନପେ’ର କଞ୍ଜ୍ୟୁମର ପେମେଂଟସର ମୁଖ୍ୟ ବ୍ୟବସାୟିକ ଅଧିକାରୀ ସୋନିକା ଚନ୍ଦ୍ରା କହିଛନ୍ତି, “ଏଚଡିଏଫସି ବ୍ୟାଙ୍କର ସହଭାଗୀତାରେ ଆମର ପ୍ରଥମ କୋ-ବ୍ରାଣ୍ଡେଡ କ୍ରେଡିଟ କାର୍ଡ ଆରମ୍ଭ କରି ଆମେ ଅତ୍ୟନ୍ତ ଆନନ୍ଦିତ । ଏହି କାର୍ଡ ଫୋନପେ ଗ୍ରାହକମାନଙ୍କୁ ସେମାନଙ୍କର ନିୟମିତ ଖର୍ଚ୍ଚ ଉପରେ ଉପଯୁକ୍ତ ମୂଲ୍ୟ ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି ଯାହା ସେମାନଙ୍କୁ ବିଲ ପେମେଂଟ, ରିଚାର୍ଜ ଏବଂ ଟ୍ରାଭେଲ ବୁକିଂ ଭଳି କେତେକ ନିର୍ବାଚିତ ବର୍ଗରେ ୧୦% ରିୱାର୍ଡ ପଏଂଟ ପ୍ରଦାନ କରିବ । ଏହା ସହିତ ଗ୍ରାହକମାନେ ଲକ୍ଷ ଲକ୍ଷ ୟୁପିଆଇ ମର୍ଚାଂଟଙ୍କ ସହ କାରବାର ପାଇଁ ଏହି କାର୍ଡକୁ ସହଜରେ ବ୍ୟବହାର କରିପାରିବେ ।” ସେହିଭଳି ଏଚଡିଏଫସି ବ୍ୟାଙ୍କର ପେମେଂଟସ, ଲାୟାବିଲିଟି ପ୍ରଡକ୍ଟସ, କଞ୍ଜ୍ୟୁମର ଫାଇନାନ୍ସ ଏବଂ ମାର୍କେଟିଂର ସର୍ବଭାରତୀୟ ମୁଖ୍ୟ ପରାଗ ରାଓ କହିଛନ୍ତି, “ଏହି କୋ-ବ୍ରାଣ୍ଡେଡ କାର୍ଡ ଦ୍ୱାରା ୟୁଜରମାନେ ଆମର ଭରସାଯୋଗ୍ୟ କ୍ରେଡିଟ କାର୍ଡ ପ୍ଲାଟଫର୍ମ ଏବଂ ଫୋନପେ’ର ଗ୍ରାହକ-କେନ୍ଦ୍ରିକ ଡିଜିଟାଲ ଅନୁଭୂତି ମାଧ୍ୟମରେ ଉଭୟ ଜଗତର ସର୍ବୋତମ ସୁବିଧା ପାଇବେ ।”
Comments are closed.