ହୋଈପାରୁନି ପିଏଫଏମଏସ , ଗୃହ କରି ହିତାଧିକାରୀ ହତାଶ
ଶେରଗଡ୨୧/୦୩/୨୦୨୫ — ବାସହୀନ ଙ୍କ ଲାଗି ସରକାର 2017 ମସିହାରେ ଆରମ୍ଭ କରିଥିଲେ ଆବାସ ଯୋଜନା। ଶେରଗଡ ବ୍ଲକ ର 22 ଟି ପଞ୍ଚାୟତ ରେ 1300 ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯାଈ କାର୍ଯ୍ୟାଦେଶ ପ୍ରଦାନ କରାଯାଈଥିଲା। କିଛି ବ୍ୟକ୍ତି ଗୃହ ନିର୍ମାଣ କରିସାରିଛନ୍ତି, କିଛି ଅଧୁରା ହୋଇ ପଡିରହିଛି ତ ଆଉ କେତେ ଖଡି ଛୁଇଁ ନାହାନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ଘର ଶେଷ କଲେ ବୋନସ ମିଳିବା ଦୂରର କଥା, ବର୍ତ୍ତମାନ ସୁଦ୍ଧା କିଛି ହିତାଧିକାରୀଙ୍କୁ ଘର ଶେଷ କରିଥିଲେ ମଧ୍ୟ ଟଙ୍କାଟିଏ ମଧ୍ୟ ମିଳିନଥିବା ଦେଖାଯାଈଛି। ସରକାର ଗରିବ ବାସହୀନ ଲୋକ ଙ୍କୁ ଆବାସ ଯୋଜନାରେ ଅର୍ଥ ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟ କୁ 3 ଟି କିସ୍ତି ରେ ପ୍ରଦାନ କରିଥାନ୍ତି। ହେଲେ ଆବାସ ବିଭାଗ ରେ କାର୍ଯ୍ୟରତ କର୍ମଚାରୀ ଜାଣିଶୁଣି ହିତାଧିକାରୀଙ୍କୁ ବାରମ୍ବାର ଅଫିସ କୁ ଦୌଡାଈ ନୟାନ୍ତ କରି ମଜା ନେଉଛନ୍ତି। ଏଭଳି ଅଭିଯୋଗ ଆସିଛି ଶେରଗଡ ବ୍ଲକର କୁଲାଗଡ ଏବଂ ବରମୁଣ୍ଡୁଳି ଗ୍ରାମରୁ। ଘଟଣା କ୍ରମେ, କୁଲାଗଡ ଗ୍ରାମର ହିତାଧିକାରୀ ନିଳାନ୍ଦ୍ରୀ ଗୌଡ 2022-23 ମସିହାରେ ଏବଂ ବରମୁଣ୍ଡୁଳି ଗ୍ରାମର ରଶ୍ମିତା ସ୍ବାଈଁ 2024-25 ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଈଥିଲେ। ପ୍ରଥମ କିସ୍ତି ପ୍ରଦାନ କରାଯାଈଥିବା ଭାବି ନିଳାନ୍ଦ୍ରୀ ଘର ନିର୍ମାଣ ଆରମ୍ଭ କରିଥିଲେ। ହେଲେ ଏହି ଅର୍ଥ ନିଳାନ୍ଦ୍ରୀ ଙ୍କ ଆକାଉଣ୍ଟ କୁ ନଯାଇ ଅନ୍ୟ ଜଣଙ୍କ ଆକାଉଣ୍ଟ କୁ ପ୍ରଦାନ କରାଯାଇଥିଲା। ନିଳାନ୍ଦ୍ରୀ ଙ୍କ ଅଭିଯୋଗ ପରେ ବ୍ଲକ କର୍ମଚାରୀ ଅନ୍ୟ ଜଣଙ୍କ ଆକାଉଣ୍ଟ କୁ ଯାଈଥିବା ଅର୍ଥ କୁ ଫେରସ୍ତ ଆଣି ହିତାଧିକାରୀ ନିଳାନ୍ଦ୍ରୀ ଙ୍କୁ ହାତାହାତି ପ୍ରଦାନ କରାଯାଇଥିଲା। ଈତି ମଧ୍ୟରେ ନିଳାନ୍ଦ୍ରୀ ଧାରକରଜ କରି ସମୟ ସୀମା ମଧ୍ୟରେ ଗୃହ ନିର୍ମାଣ ସମାପନ କରିଥିଲେ। ଏଈଠୁ ଆରମ୍ଭ ହେଲା ଗୃହ ବିଭାଗ କର୍ମଚାରୀ ଙ୍କ ଖେଳ। ନିଳାନ୍ଦ୍ରୀ ଙ୍କ ହାତରେ ଦିଆଯାଈଥିବା ଅର୍ଥ ତୁରନ୍ତ ଜମା କରିବା ଲାଗି କୁହାଯାଇଥିଲା ।
ଏହି କଥା ଶୁଣି ନିଳାନ୍ଦ୍ରୀ ଙ୍କ ମୁଣ୍ଡରେ ଚଡକ ପଡିଥିଲା। ଏବଂ ଉକ୍ତ ଅର୍ଥ ଜମା କଲେ ପ୍ରଥମ କିସ୍ତି ସହିତ ଦ୍ୱିତୀୟ କିସ୍ତି ମଧ୍ୟ ପ୍ରଦାନ କରାଯିବ ବୋଲି ସମ୍ପୃକ୍ତ ବିଭାଗର କର୍ମଚାରୀ ପ୍ରକାଶ କରିଥିଲେ। ଏହି କଥା ଶୁଣି ନିଳାନ୍ଦ୍ରୀ ପୁଣି ଧାରକରଜ କରି ବ୍ଲକ ରେ ଅର୍ଥ ଜମା ଦେଈଥିଲେ। ଗୃହ ନିର୍ମାଣ ଅର୍ଥ ପାଈବା ଲାଗି ନିଳାନ୍ଦ୍ରୀ ଆଜକୁ ପ୍ରାୟ 1 ବର୍ଷ ରୁ ଉର୍ଦ୍ଧ୍ବ ସମୟ ହେବ ବ୍ଲକ କୁ ଦୌଡ଼ି ଦୌଡ଼ି ନିଜର ଗର୍ଭ ନଷ୍ଟ ହୋଈଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି। ଏନେଇ ଆମେ ଦାୟିତ୍ୱ ଥିବା କର୍ମଚାରୀ ଙ୍କୁ ପଚାରିବାରୁ ସେ ପ୍ରକାଶ କରିଥିଲେ ଯେ,ତାଙ୍କର ପିଏଫଏମଏସ ହୋଇ ପାରୁନଥିବାରୁ ଅର୍ଥ ପ୍ରଦାନ ହୋଇ ପାରୁନାହିଁ ବା ବାହାନା ଦେଖାଇ କଥାଟିକୁ ଦୀର୍ଘ ଏକ ବର୍ଷ ହେବ ଟାଳିବାରେ ଲାଗିଛନ୍ତି। ଏନେଇ ଆମେ ପ୍ରାୟ 6 ମାସ ପୂର୍ବରୁ ବିଡ଼ିଓ ଙ୍କୁ ଅବଗତ କରିଥିଲେ ମଧ୍ୟ ସେ ପ୍ରକାଶ କରିଥିଲେ ଯେ,ଆକାଉଣ୍ଟ ସମସ୍ୟା ଅଛି, ଆକାଉଣ୍ଟ ସମସ୍ୟା ସମାଧାନ ହେଲେ ଯଥାଶୀଘ୍ର ଅର୍ଥ ପ୍ରଦାନ ହେବ। ଈତି ମଧ୍ୟରେ 6 ମାସରୁ ଉର୍ଦ୍ଧ୍ବ ହେବ ପୁଣି ଅର୍ଥ ପ୍ରଦାନ ନହେବାରୁ ଆମେ ଭାରପ୍ରାପ୍ତ ବିଡ଼ିଓ ସୁଧାଂଶୁ ଶେଖର ତରେଈ ଙ୍କୁ ନିଳାନ୍ଦ୍ରୀ ଗୌଡ ଙ୍କ ସମସ୍ୟା ଅବଗତ କରାଈଥିଲୁ। ଶ୍ରୀ ତରେଈ ପ୍ରକାଶ କରିଥିଲେ ଯେ,ଉଭୟ ନିଳାନ୍ଦ୍ରୀ ଏବଂ ରଶ୍ମିତା ଙ୍କ ପିଏଫଏମଏସ କରାଯାଈ ଏକ ସପ୍ତାହ ମଧ୍ୟରେ ଆବାସ ଅର୍ଥ ପ୍ରଦାନ କରାଯିବ। ତେବେ ନିଳାନ୍ଦ୍ରୀ ଏବଂ ରଶ୍ମିତା ଙ୍କୁ କେବେ ତାଙ୍କ ଗୃହ ନିର୍ମାଣ ର ପ୍ରାପ୍ୟ ମିଳୁଛି, ଦୌଡାଈ ଦୌଡାଈ ନୟାନ୍ତ କରିବା ପଛରେ ବିଭାଗୀୟ ଅଧିକାରୀ ଙ୍କ କଣ ଗୁଢ ରହସ୍ୟ ରହିଛି ତାହା ତଦନ୍ତ ସାପେକ୍ଷ।
Comments are closed.