ଇସଲାମିକ୍ ସଂଗଠନ ପିଏଫ୍ଆଇର ଘୋଷଣା, ମସଜିଦ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲେ କରାଯିବ ବିରୋଧ
ଜ୍ଞାନବ୍ୟାପୀ ସହିତ ଅନ୍ୟ ମସଜିଦ୍କୁ ନେଇ କୋର୍ଟରେ ଆବେଦନ କରାଯାଇଛି। ଏବେ ଏହି ଆବେଦନର ଶୁଣାଣି ଜାରି ରହିଛି। ଏହାକୁ କଠୋରପନ୍ଥୀ ଇସଲାମିକ୍ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ଭୁଲ ବୋଲି କହିଛି। ସଂଗଠନ ପକ୍ଷରୁ କୁହାଯାଇଛି କୋର୍ଟ ଏଭଳି ଆବେଦନକୁ ମଞ୍ଜୁରୀ ଦେବା ଉଚିତ ନଥିଲା। କେରଳର ପୁତନଥାନିରେ ୨୩-୨୪ ମେ’ ଭିତରେ ପିଏଫଆଇର କାର୍ଯ୍ୟକାରିଣୀ ବୈଠକ ହୋଇଥିଲା। ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ, ଜ୍ଞାନବ୍ୟାପୀ-ମଥୁରା ମସଜିଦ୍ ବିରୋଧରେ ଆବେଦନ ଭୁଲ। କୋର୍ଟ ଏହି ଆବେଦନକୁ ମଞ୍ଜୁରୀ ଦେବା ଉଚିତ୍ ନଥିଲା।
ଏହି ସମୟରେ ପିଏଫ୍ଆଇ ସୁପ୍ରିମକୋର୍ଟଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଥିଲେ। ପିଏଫଆଇ କହିଥିଲା ଅଣ୍ଡରଗ୍ରାଉଣ୍ଡର ବ୍ୟବହାର ଉପରେ କଟକଣା ଲଗାଇବା ନୈରାଶ୍ୟଜନକ। ୧୯୯୧ ଆକ୍ଟ ଅନୁସାରେ, କୋର୍ଟ ଆବେଦନ ସ୍ୱୀକାର ନକରନ୍ତୁ। ସଂଗଠନର କହିବା ଅନୁସାରେ, ଯୋଗୀ, ମଧ୍ୟ ପ୍ରଦେଶ ସରକାର ଓ ଆସାମ ପୋଲିସ ଅତ୍ୟାଚାର କରୁଛନ୍ତି। ବିଜେପି ଶାସିତ ରାଜ୍ୟରେ ମୁସଲମାନଙ୍କୁ ଟାର୍ଗେଟ କରାଯାଉଛି।
ଉଲ୍ଲେଖନୀୟ ଯେ ଏହା ହେଉଛି ସେହି ପିଏଫ୍ଆଇ, ଯାହା ଉପର ଦିଲ୍ଲୀ ହିଂସାରେ ଲୋକଙ୍କୁ ଉତ୍ତେଜିତ କରିବା ଓ ଫଣ୍ଡିଂର ଅଭିଯୋଗ ଲାଗିଥିଲା। ଏହା ଉପରେ ଉତ୍ତର ପ୍ରଦେଶ, ଆସାମରେ ସିଏଏ ଓ ଏନ୍ଆରସି ପ୍ରଦର୍ଶନ ବେଳେ ହିଂସା ସୃଷ୍ଟି କରିବାର ଅଭିଯୋଗ ରହିଛି। ଉତ୍ତର ପ୍ରଦେଶର ସରକାର କେନ୍ଦ୍ର ସରକାରଙ୍କୁ ଡୋଜିୟର ଦେଇ ପିଏଫ୍ଆଇ ବ୍ୟାନ୍ କରିବାର ଦାବି ମଧ୍ୟ କରିଥିଲେ। ପିଏଫ୍ଆଇର ସବୁ ଆକ୍ଟିଭିଟି ଉପରେ ଗୁଇନ୍ଦା ଏଜେନ୍ସିର ନଜର ରହିଥାଏ। ଏହି ସଂଗଠନ ବ୍ୟାନ୍ ହୋଇସାରିଥିବା ଆତଙ୍କବାଦୀ ସଂଗଠନ ସିମି (SIMI)ର ଫ୍ରଣ୍ଟ ଅର୍ଗାନାଇଜେସନ୍ ବୋଲି ଜଣାଯାଏ। ମିଳିଥିବା ସୂଚନା ଅନୁସାରେ, ପିଏଫ୍ଆଇ ନିଜକୁ ପଛୁଆ ଓ ସଂଖ୍ୟାଲଘୁଙ୍କ ଅଧିକାରରେ ସ୍ବର ଉତ୍ତୋଳନ କରୁଥିବା ସଂଗଠନ ବୋଲି କୁହେ। ଏହି ସଂଗଠନର ସ୍ଥାପନା ୨୦୦୬ ରେ ହୋଇଥିଲା।
Comments are closed.