ମାତ୍ର ୧୦ ମିନିଟ ବିଲମ୍ବ ପାଇଁ ବଂଚିଗଲେ ଭୂମି, କହିଲେ ‘ଭଗବାନ ବଂଚାଇ ଦେଲେ ମୋତେ’

Share It

ମାତ୍ର ୧୦ ମିନିଟ ବିଳମ୍ବ ଯୋଗୁଁ ମୃତ୍ୟୁ ମୁଖରୁ ବଂଚି ଯାଇଛନ୍ତି ଏୟାର ଇଣ୍ଡିଆ ବିମାନ ଏଆଇ -୧୭୧ରେ ଲଣ୍ଡନକୁ ଯାତ୍ର କରିବାକୁ ଥିବା ଜଣେ ମହିଳା । ଅହମ୍ମଦାବାଦରୁ ଉଡାଣ ଭରିବା ପରେ ମାତ୍ର କିଛି ସମୟ ମଧ୍ୟରେ ପ୍ଲେନଟି କ୍ରାସ ହୋଇଯାଇଥିବାବେଳେ ଏଥିରେ ୨୪୧ ଜଣ ମୃତ୍ୟୁ ବରଣ କରିଛନ୍ତି ।
ଯାତ୍ରୀଙ୍କ ନାମ ଭୂମିକା ଚୌହ୍ୱାନ ଥିବାବେଳେ ସେ ଦୀର୍ଘ ୨ ବର୍ଷ ପରେ ଭାରତକୁ ଆସିଥିଲେ ପୁଣି ଥରେ ନିଜ ସ୍ୱାମୀଙ୍କ ପାଖରୁ ଫେରିବା ପାଇଁ ଲଣ୍ଡନ ଏକାକୀ ଯିବାର ଥିଲା ।
କିନ୍ତୁ, ବିମାନ ବନ୍ଦରରେ ପଂହଚିବା ପାଇଁ ମାତ୍ର ଅଳ୍ପ ବିଳମ୍ବ ପାଇଁ ସେ ଫ୍ଲାଇଟରେ ଚଢିପାରିନଥିଲେ । ମିଳିଥିବା ସୂଚନା ମୁତାବକ ଭୂମି ନିଜ ଘର ବରୁଚକୁ ଫେରି ଆସିଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଏହି ଛାତିଥରା ଦୁର୍ଘଟଣାକୁ ବିଶ୍ୱାସ କରିପାରୁନାହାନ୍ତି ।
ସେ ମାତ୍ର ଅଳ୍ପକେ ବଂଚିଯାଇଛନ୍ତି । ସେ ବିଶ୍ୱାସ କରୁଛନ୍ତି ଯେ, ଏହା ଏକ ଆକସ୍ମିକ ଯୋଗାଯୋଗ ଏବଂ ଭଗବାନ ତାଙ୍କୁ ଏହି ଛାତିଥରା ଦୁର୍ଘଟଣାରୁ ବଂଚାଇ ଦେଇଛନ୍ତି କାରଣ ସେ ଯାତ୍ରା ପୂର୍ବରୁ ଭଗବାନଙ୍କୁ ପୂଜା କରି ଫେରୁଥିଲେ


Share It

Comments are closed.