ବନ୍ଧନ ବ୍ୟାଙ୍କର ଏମଡି ଓ ସିଇଓ ଭାବେ ଦାୟିତ୍ୱ ଗ୍ରହଣ କଲେ ପାର୍ଥ ପ୍ରତିମ ଗୁପ୍ତା

Share It

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ସାର୍ବଜନୀନ ବ୍ୟାଙ୍କ-ବନ୍ଧନ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଭାବେ ୨୦୨୪ ନଭେମ୍ବର ୧ ଠାରୁ ଶ୍ରୀ ପାର୍ଥ ପ୍ରତୀମ ଗୁପ୍ତା ଦାୟିତ୍ୱ ଗ୍ରହଣ କରିଛନ୍ତି। ବ୍ୟବସାୟ, ଋଣ ଓ ପ୍ରଯୁକ୍ତି ଉପରେ ବିଶେଷ ଦଖଲ ରଖିଥିବା ଶ୍ରୀ ଗୁପ୍ତା ସଫଳତାର ସହ ବୃହତ ବ୍ୟବସାୟ ପରିଚାଳନା କରିଛନ୍ତି। ଶ୍ରୀ ସେନଗୁପ୍ତା ଦାୟିତ୍ୱ ଗ୍ରହଣ କରିବା ପରେ ୨୦୨୪ ଜୁଲାଇରୁ ଅନ୍ତରୀଣ ଏମଡି ଓ ସିଇଓ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ଶ୍ରୀ ରତନ କୁମାର କେଶ ତାଙ୍କ ନିଜ ଭୂମିକା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ଚିଫ୍ ଅପରେଟିଂ ଅଫିସର ପଦକୁ ପ୍ରତ୍ୟାବର୍ତନ କରିଛନ୍ତି।
ଶ୍ରୀ ସେନଗୁପ୍ତାଙ୍କ ବିଭିନ୍ନ ସ୍ଥାନରେ ବୃହତ ସ୍ତରର ବ୍ୟବସାୟ ପରିଚାଳନା କରିବାରେ ପାଖାପାଖି ୪୦ ବର୍ଷର ଅଭିଜ୍ଞତା ରହିଛି। ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ସେ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କର ଏମଡି ଓ ସିଇଓ ଭୂମିକା ତୁଲାଇବା ସହ ବ୍ୟାଙ୍କର ବିଭିନ୍ନ କ୍ଷେତ୍ରରେ ବ୍ୟବସାୟରେ ସଫଳତାର ସହ ରୂପାନ୍ତରଣ ଆଣିପାରିଥିଲେ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଡିଏମ୍ଡି ଓ ମୁଖ୍ୟ କ୍ରେଡିଟ ଅଧିକାରୀ ଭାବେ ସେ ତିନି ଦଶନ୍ଧିରୁ ଅଧିକ ସମୟ କାର୍ଯ୍ୟ କରିଛନ୍ତି। ସେ ୟେସ ବ୍ୟାଙ୍କ, ଏଆରସିଆଇଏଲ, ୟୁନିଭର୍ସାଲ ସୋମ୍ପୋ ଓ ୟୁନିଟ ସ୍କଲ ଫାଇନାନ୍ସ ବ୍ୟାଙ୍କର ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି।
ଏହି ନିଯୁକ୍ତି ସମ୍ପର୍କରେ ବନ୍ଧନ ବ୍ୟାଙ୍କର ଅଧ୍ୟକ୍ଷ ଡକ୍ଟର ଅନୁପ କୁମାର ସିହ୍ନା କହିଛନ୍ତି ଯେ, “ବନ୍ଧନ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଭାବେ ଶ୍ରୀ ପାର୍ଥ ପ୍ରତୀମ ସେନଗୁପ୍ତାଙ୍କୁ ସ୍ୱାଗତ କରି ଆମେ ଉଲ୍ଲସିତ। ଶିଳ୍ପରେ ତାଙ୍କର ପ୍ରମାଣିତ ରେକର୍ଡ ବନ୍ଧନ ବ୍ୟାଙ୍କର ପରବର୍ତୀ ପର୍ଯ୍ୟାୟ ଅଭିବୃଦ୍ଧି-ବନ୍ଧନ ୨.୦କୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ତାଙ୍କ ଅଭିଜ୍ଞତା ସାରା ଦେଶରେ ବ୍ୟାଙ୍କର ବଜାର ସ୍ଥିତି ଓ ସମସ୍ତଙ୍କ ପାଇଁ ବ୍ୟାଙ୍କକୁ ସୁଦୃଢ଼ କରି କରିବାରେ ବ୍ୟାଙ୍କକୁ ମାର୍ଗଦର୍ଶନ କରିବ।”
ବନ୍ଧନ ବ୍ୟାଙ୍କର ଏମ୍ଡି ଓ ସିଇଓ ଶ୍ରୀ ପାର୍ଥ ପ୍ରତୀମ ସେନଗୁପ୍ତା କହିଛନ୍ତି ଯେ, “ବନ୍ଧନ ବ୍ୟାଙ୍କ ପରିବାରରେ ଯୋଗ ଦେଇଥିବାରୁ ମୁଁ ଗର୍ବିତ। ଆର୍ôଥକ ସେବାକୁ ସମସ୍ତଙ୍କ ପାଖରେ ପହଂଚାଇବା ଓ ସ୍ଥାୟୀ କରିବା ଲାଗି ଗ୍ରାହକ କୈନ୍ଦ୍ରୀକ ସମାଧାନରେ ଉନ୍ନତି ଆଣିବା, ବ୍ୟବସାୟ ଓ ନବସୃଜନକୁ ସୁଦୃଢ଼ କରିବା ଉପରେ ମୁଁ ଧ୍ୟାନ ଦେବି। ବିଗତ ବର୍ଷଗୁଡ଼ିକରେ ବନ୍ଧନ ବ୍ୟାଙ୍କ ଟିମ ବହୁତ ଭଲ କାର୍ଯ୍ୟ କରିଛନ୍ତି ଏବଂ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଓ ସମସ୍ତ ଅଂଶୀଦାରଙ୍କୁ ମୂଲ୍ୟ ପ୍ରଦାନ କରିବା ଦିଗରେ କାମ କରିବା ଲାଗି ମୁଁ ଚାହିରହିଛି।”


Share It

Comments are closed.