ଫେନେଷ୍ଟା ପକ୍ଷରୁ ବଜାର ଉପସ୍ଥିତି ସମ୍ପ୍ରସାରଣ ଲାଗି ରାୟଗଡ଼ା ଠାରେ ନୂତନ ସୋ’ରୁମ ପ୍ରତିଷ୍ଠା
ଭୁବନେଶ୍ୱର: ଭାରତର ସର୍ବବୃହତ କବାଟ ଓ ଝରକା ବ୍ରାଣ୍ଡ୍ ଫେନେଷ୍ଟା ପକ୍ଷରୁ ବଜାର ଉପସ୍ଥିତିରେ ସମ୍ପ୍ରସାରଣ ଜାରି ରଖି ଏକ ନୂଆ ସୋ’ରୁମ୍ ଖୋଲାଯାଇଛି। ଏହି ସ୍ୱତନ୍ତ୍ର ସୋ’ରୁମ୍ ଶ୍ରୀ ବିନାୟକ ଜଏଂଟେରିକୁ ରାୟଗଡ଼ାର ଜେ କେ ରୋଡ୍, ଖୋଲିଗୁଡ଼ା, ରାୟଗଡ଼ା-୭୬୫୦୦୧ର ଖୋଲାଯାଇଛି ଓ ସେଠାରେ ଶ୍ରେଷ୍ଠ ମାନର ଆଲୁମିନିୟମ୍ ଝରକା ଓ କବାଟ, ୟୁପିଭିସି ଝରକା ଏବଂ କବାଟ ଓ ସଲିଡ୍ ପ୍ୟାନେଲ୍ କବାଟ ଆଦି ରହିଛି।
ଏହାର ଶୁଭାରମ୍ଭ ଅବସରରେ ଫେନେଷ୍ଟାର ବ୍ୟବସାୟ ମୁଖ୍ୟ ଶ୍ରୀ ସାକେତ୍ ଜୈନ କହିଛନ୍ତି ଯେ, “ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଆମର ବିବିଧ ଉତ୍ପାଦ ବର୍ଗମାଳା ସହିତ ଉଲ୍ଲେଖନୀୟ ସେବା ଜରିଆରେ ଆମ ଅଭିବୃଦ୍ଧି ତ୍ୱରାନ୍ୱିତ ହୋଇଛି। ରାୟଗଡ଼ାକୁ ଆମର ସମ୍ପ୍ରସାରଣ ଆମ ସହଯୋଗୀମାନଙ୍କ ବିଶ୍ୱାସ ଓ ଆମ ମୂଳ ଦର୍ଶନର ପ୍ରତିଫଳନ। ଆମ ସୋ’ରୁମ୍ ଗ୍ରାହକମାନଙ୍କୁ ଅନୁସନ୍ଧାନ କରିବା ଏବଂ ସୂଚନା ଆଧାରିତ ନିଷ୍ପତି ନେବାରେ ସହାୟକ ହେଉଛି।”
ଏହି ସୋ’ରୁମର ଶୁଭାରମ୍ଭ୍ ଜରିଆରେ ଫେନେଷ୍ଟା ପକ୍ଷରୁ ପୁରୁଣା ଓ ନୂଆ ଗ୍ରାହକମାନଙ୍କ ଚୟନ ପ୍ରକ୍ରିୟାକୁ ଓ ସୂଚନା ଆଧାରିତ କିଣାକିଣି ଅନୁଭୂତି ପ୍ରଦାନ କରିବାରେ ବେଶ ସହାୟକ ହୋଇପାରିବ। ଫେନେଷ୍ଟା ସୋ’ରୁମ୍ ଉଲ୍ଲେଖନୀୟ ଗ୍ରାହକଙ୍କ ପାଖରେ ପହଂଚିବା ପ୍ରତି ସଫଳ ଯୋଗଦାନ କରୁଥିବା ବେଳେ ଏହାକୁ ବଜାରର ଅଗ୍ରଣୀ ଭାବେ ଉପସ୍ଥାପନ କରିଛି। ଭାରତରେ ଆଲୁମିନିୟମ୍ ଝରକା ଓ କବାଟ, ୟୁପିଭିସି ଝରକା ଓ କବାଟ, ସଲିଡ୍ ପ୍ୟାନେଲ୍ କବାନ ବର୍ଗ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ କଂପାନି ଏହାର ବଜାର ଅଂଶ ବଢ଼ାଇବକୁ ଓ ଭବିଷ୍ୟତରେ ନେତୃତ୍ୱ ସ୍ଥିତି ବଜାୟ ରଖିବାକୁ ଉଦ୍ୟମ କରୁଛି।
ରାୟଗଡ଼ାର ଖୋଲିଗୁଡ଼ା ଜେ କେ ରୋଡ୍ରେ ଖୋଲିଥିବା ଶ୍ରୀ ବିନାୟକ ଜଏଂଟେରି୍ରେ ବ୍ୟାପକ ବର୍ଗର ଝରକା ଓ କବାଟ ଆଦି ବିଭିନ୍ନ ଡିଜାଇନ୍ ଓ ରଙ୍ଗରେ ଉପଲବ୍ଧ ରହିଛି। ଏହି ସୋ’ରୁମ୍ ସହ କଂପାନିର ଉପସ୍ଥିତି ୯୦୦ରୁ ଅଧିକ ସ୍ଥାନକୁ ବୃଦ୍ଧି ପାଇଛି।
ଫେନେଷ୍ଟା ହେଉଛି ଭାରତରେ ଏକମାତ୍ର କମ୍ପାନି ଯାହା ୟୁପିଭିସିର ନିର୍ମାଣ ଠାରୁ ସମସ୍ତ ଯୋଗାଣ ଶୃଙ୍ଖଳକୁ ନିୟନ୍ତ୍ରଣ କରୁଛି ଏବଂ ଏହା ପ୍ରୋଫାଇଲ୍ ତିଆରି କରିବା ଠାରୁ ଚୂଡ଼ାନ୍ତ ଉତ୍ପାଦ ସ୍ଥାପନ କରିବା ଓ ବିକ୍ରି ପରବର୍ତୀ ସେବା ଆଦି ପ୍ରଦାନ କରୁଛି। ଗ୍ରାହକମାନଙ୍କୁ ଭଲ ଭାବେ ପ୍ରସ୍ତୁତ ଓ ସମସାମୟିକ ଷ୍ଟାଇଲ୍ର ଉତ୍ପାଦ ଗ୍ରାହକମାନଙ୍କୁ ପ୍ରଦାନ କରିବା ଲାଗି ଏହି ଉତ୍ପାଦଗୁଡ଼ିକୁ ବ୍ରିଟେନ୍ ଓ ଅଷ୍ଟ୍ରିଆରେ ପ୍ରସ୍ତୁତ କରାଯାଇଛି।
ଭାରତର ବିବିଧ ଓ ଜଟିଳ ଜଳବାୟୁ ସ୍ଥିତିରେ ପ୍ରଦର୍ଶନକୁ ସୁନିଶ୍ଚିତ କରିବା ଲାଗି କଠୋର ପରୀକ୍ଷା ଓ ଗୁଣାତ୍ମକ ମାନ ଯାଂଚ ଦେଇ ଫେନେଷ୍ଟା ଊତ୍ପାଦ ଗତି କରୁଛି। ଫେନେଷ୍ଟାର ଉତ୍ପାଦଗୁଡ଼ିକ ବିଲଡର, ସ୍ଥପତି ଓ ଇଂଟେରିୟର ଡିଜାଇନ୍ରଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ଯାହା ସୌନ୍ଦର୍ଯ୍ୟ ସହ ସାଲିସ ନକରି ବର୍ଷା ଓ ଧୂଳି ପ୍ରଦୂଷଣରୁ ସୁରକ୍ଷା ପ୍ରଦାନ କରୁଛି।
Comments are closed.