‘ପରୀକ୍ଷା ପେ ଚର୍ଚ୍ଚା’ରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ପରୀକ୍ଷା ପେ ଚର୍ଚ୍ଚା ମୋର ବହୁତ ପ୍ରିୟ କାର୍ଯ୍ୟକ୍ରମ । ଆଜିର ଦିନ ଖୁସିର ଦିନ । ପର୍ବ ପର୍ବାଣୀ ମଧ୍ୟରେ ପରୀକ୍ଷା ବି ହୋଇଥାଏ । ଏଥିପାଇଁ ପର୍ବର ମଜା ଅନେକ ଉଠାଇ ପାରିନଥାନ୍ତି । କିନ୍ତୁ ଯଦି ପରୀକ୍ଷାକୁ ଆମେ ପର୍ବ ଭଳି ଭାବିବେ ତେବେ ଏଥିରେ ରଙ୍ଗ ଭରିଯିବ ବୋଲି ପରୀକ୍ଷା ପେ ଚର୍ଚ୍ଚାରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ମୋଦୀ ଶୁକ୍ରବାର ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା ବାବଦରେ ଆଲୋଚନା କରିଛନ୍ତି । ଏହାସହ କିପରି ଚାପମୁକ୍ତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ସେନେଇ ମଧ୍ୟ ଆଲୋକପାତ କରିଛନ୍ତି । ମୋଦୀ କହିଛନ୍ତି ଯେ, ସମସ୍ତଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଜରୁରୀ । ନିଜେ ହିଁ କେତେବେଳେ ପାଠ ପଢି ହେବ ସେନେଇ ଅନୁଶୀଳନ କରିବା ଜରୁରୀ । ଏହାସହ ପରୀକ୍ଷାକୁ ହିଁ ଏକଦା ଚିଠି ଲେଖି ଦେବା ଦରକାର ବୋଲି ମୋଦୀ ମଜାଳିଆ ଢଙ୍ଗରେ ଛାତ୍ରଛାତ୍ରୀଙ୍କୁ କହିଥିଲେ ।
ସେ ଆହୁରି କହିଥିଲେ ଯେ, ଜୀବନରେ ଖେଳ ଜରୁରୀ । ଖେଳ ବିନା ଆଗକୁ ବଢିବା ଅସମ୍ଭବ । ବହିରେ ଯାହା ପଡିଥାଉ ତାହା ପଡିଆରୁ ହିଁ ଶିଖିବାକୁ ପଡିଥାଏ । କିନ୍ତୁ ଅନୱାଇନ ଗେମରୁ ଦୂରେଇବାକୁ ହେବ । ଏକାଗ୍ର ଚିତ୍ତରେ ପଢିବା ଦ୍ୱାରା ମୋବାଇଲ ଗେମଠୁ ଦୂରତା ରକ୍ଷା କରିହେବ । ଏପରି ଭାବେ କିପରି ପରୀକ୍ଷା ଚାପରୁ ମୁକ୍ତି ମିଳିବ ସେନେଇ ମଧ୍ୟ ମୋଦୀ ଅନେକ ପରାମର୍ଶ ଦେଇଥିଲେ । ଏହାସହ ଶେଷରେ ସେ ଛାତ୍ରଛାତ୍ରୀଙ୍କ ଗହଣରେ କିଛି ସମୟ ବିତାଇଥିଲେ ଓ କଥା ହୋଇଥିଲେ । ସୂଚନାୟୋଗ୍ୟ, କାର୍ଯ୍ୟକ୍ରମ ଆରମ୍ଭରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । କରୋନା ପରେ ସ୍କୁଲ ଖୋଲିବା ଏକ ବହୁତ ବଡ ଉପଲବ୍ଧି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଥିଲେ ।
Comments are closed.