ଯୌନକର୍ମୀ ପରୀ ଭାଉଜଙ୍କୁ ନିର୍ମମ ହତ୍ୟା
ଉତ୍ତର ପ୍ରଦେଶର ଗାଜିଆବାଦ ଜାତୀୟ ରାଜପଥ ନାଳରୁ ମିଳିଥିବ ମୃତ୍ୟୁଦେହର ପ୍ରକୃତ ପରିଚୟ ପୋଲିସ ପ୍ରାପ୍ତ କରିଛି । ଏହ ମୃତ୍ୟୁ ଦେହଟି ଦିଲ୍ଲୀରୁ ଗାଜିଆବାଦ ପର୍ଯ୍ୟନ୍ତ ଚର୍ଚ୍ଚିତ ଥିବା ପୂଜା ସିଂହ ଓର୍ଫ ପରି ଭାଉଜଙ୍କର ଅଟେ । ଗାଜିଆବାଦର କ୍ରସିଙ୍ଗ ରିପବ୍ଲିକ ଅଂଚଳରେ ଯୌନକର୍ମୀ ପରୀ ଭାଉଜଙ୍କର ନିର୍ମମ ହତ୍ୟା ବର୍ତ୍ତମାନ ସବୁଆଡେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ଏହି ମାମଲାରେ ପୋଲିସ ଅଭିଯୁକ୍ତ ନଜର ମହମ୍ମଦ ଓର୍ଫ ନଜିମ ଫତେହ ଖାନଙ୍କୁ ଗିରଫ କରିଛି, ଯିଏକି ଜଣେ ବାଇକ ମେକାନିକ । ପୋଲିସ ମୁତାବକ , ନଜିମ ଓ ପୂଜା ପରସ୍ପରଙ୍କୁ ବହୁ ପୂର୍ବରୁ ଜାଣିଥିଲେ । ନିଜମ, ପୂଜାଙ୍କ ସହିତ ଲିଭ ଇନରେ ମଧ୍ୟ ରହୁଥିଲେ । ଘଟଣା ଦିନ ଉଭୟ ଏକାଠି ଥିଲେ ।
ନଜିମ ନିଜର ଦୋଷ ମାନିଛି । ସେ କହିଛି ଯେ, ଉଭୟ ଭଡାରେ ଏକ ରୁମରେ ମଦ ପିଇ ସଂପର୍କ ସ୍ଥାପନ କରିଥିଲେ । କିନ୍ତୁ ପରୀଙ୍କ ଗହଣା ଦେଖି ନଜିମ ପ୍ରଲୋଭିତ ହୋଇ ସେ ଶୋଇଥିବା ସମୟରେ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିଥିଲା । ଏହା ପରେ ମୃୃତ ଦେହକୁ ଚାଦରରେ ଘୋଡାଇ ଜାତୀୟ ରାଜପଥ ନିକଟ ନାଳରେ ଫିଙ୍ଗି ଦେଇଥିଲା ।
ଅନେକ ସନ୍ଧାନ ଓ ତଦନ୍ତ କରିବା ପରେ ପୋଲିସ ସିସିଟିଭ ଫୁôଟେଜରୁ ଅଭିଯୁକ୍ତ ନଜିମକୁ ଚିହ୍ନଟ କରିଥିଲା ।
Comments are closed.