ଟିକ୍‌ଟକ୍ ଷ୍ଟାର ଫୈଜଲ ସିଦ୍ଦକୀଙ୍କ ଭିଡିଓ ପରେ ଟିକ୍‌ଟକ୍ ବିରୁଦ୍ଧରେ ମଇଦାନକୁ ବାହାରିଛନ୍ତି ପରେଶ ରାୱଲ ଓ ସୋନା ମହାପାତ୍ର

Share It

ଟିକ୍‌ଟକ୍ ଷ୍ଟାର ଫୈଜଲ୍ ସିଦ୍ଦକୀଙ୍କ କାରଣରୁ ଲୋକମାନେ ପୁଣିଥରେ ଟିକ୍‌ଟକ୍ ଉପରେ ନିଜର ଆକ୍ରୋଶ ବର୍ଷାଇଛନ୍ତି । ତାଙ୍କ ଉପରେ ଆରୋପ କରାଯାଇଛି ଯେ ସେ ନିଜର ଏକ ଭିଡିଓରେ ମହିଳାଙ୍କ ଉପରେ ଏସିଡ ଆଟାକ୍ କରିବାର ମହିମାମଣ୍ଡନ କରିଥିବା ନଜର ଆସିଛନ୍ତି । ଫୈଜଲ ସିଦ୍ଦକୀଙ୍କର ଭିଡିଓକୁ ନେଇ ରାଷ୍ଟ୍ରିୟ ମହିଳା ଆୟୋଗ ମଧ୍ୟ ଆପତି ଜଣାଇଛି । ଏହାପରେ ଫୈଜଲ ନିଜ ଟିକ୍‌ଟକ୍ ଆକାଉଂଟରୁ ଏହି ବିବାଦୀୟ ଭିଡିଓକୁ ଡିଲିଟ୍ କରିଦେଇଛନ୍ତି , କିନ୍ତୁ ଏହି କେଶ ପରେ ସୋସିଆଲ ମିଡିଆରେ ଟିକ୍‌ଟକ୍ ବ୍ୟାନକୁ ନେଇ ନାରା ଜୋର ଧୋରିଛି ।
ଏବେ ଏହି ପୁରା ମାମଲା ଉପରେ ବଲିଉଡ ଅଭିନେତା ପରେଶ ରାୱଲ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ମଧ୍ୟ ଟିକ୍‌ଟକ୍‌କୁ ବ୍ୟାନ କରିବାର ଡିମାଣ୍ଡ କରିଛନ୍ତି । ପରେଶ ରାୱଲ ନିଜର ଅଫିସିଆଲ ଟ୍ୱିଟର ଆକାଉଂଟରେ ଏକ ଟ୍ୱିଟ କରି ଟିକ୍‌ଟକ୍ ବ୍ୟାନ କରିବା ପାଇଁ କହିଛନ୍ତି । ତାଙ୍କର ଏହି ଟ୍ୱିଟକୁ ନେଇ ଅନେକ ସୋସିଆଲ ମିଡିଆ ୟୁଜର ଏବଂ ତାଙ୍କର ପ୍ରଶଂସକମାନେ ନିଜର ପ୍ରତିକ୍ରିୟା ଦେଉଛନ୍ତି ।


ପରେଶ ରାୱଲଙ୍କ ବ୍ୟତୀତ ଅନ୍ୟ ବଲିଉଡ ତାରକାମାନେ ମଧ୍ୟ ଟିକଟକର ବ୍ୟାନ କରିବାର ଦାବି କରିବା ସହ ଫୈଜଲ ସିଦ୍ଦକୀଙ୍କ ଉପରେ ନିଜର କ୍ରୋଧ ବର୍ଷାଉଛନ୍ତି । ଲୋକପ୍ରିୟ ଗାୟିକା ସୋନା ମହାପାତ୍ର ମଧ୍ୟ ଫୈଜଲ ସିଦ୍ଦକୀଙ୍କର ଭିଡିଓ ଉପରେ ନିଜର ରାଗ ଜାହିର କରିଛନ୍ତି । ନିଜର ଏହି କ୍ରୋଧ ମଧ୍ୟକୁ ସେ ସଲମାନ ଖାନଙ୍କୁ ମଧ୍ୟ ଟାଣିଆଣିଛନ୍ତି । ସଲମାନଙ୍କ ଉପରେ ଟାର୍ଗେଟ କରି ସୋନା ଟ୍ୱିଟ କରିଛନ୍ତି ଯେ, ‘ଆମେ ସଲମାନ ଖାନଙ୍କ କାହାଣୀ ସହ ବଢ଼ିଛୁ , ଯେଉଁଠାରେ ସେ ନିଜ ଗଲଫ୍ରେଣ୍ଡଙ୍କ ମୁଣ୍ଡରେ ସମସ୍ତଙ୍କ ସାମ୍ନାରେ ବୋତଲ ଭାଙ୍ଗିଦେଇଥିଲେ । ସେ ଏବେ ମଧ୍ୟ ଦେଶର ବଡ଼ ଷ୍ଟାର ? ଏହାକୁ ତୁରନ୍ତ ରୋକିବାର ଆବଶ୍ୟକତା ରହିଛି ।


ଏହାପରେ ଚାରିଆଡ଼ର ଆଲୋଚନା ପରେ ଫୈଜଲ ସିଦ୍ଦକୀ ମଧ୍ୟ ନିଜର ସଫେଇ ଦେଇ କହିଛନ୍ତି ଯେ, “ମୁଁ କୌଣସି ପ୍ରକାରେ ମଧ୍ୟ ଏସିଡ ଆଟାକ୍‌କୁ ପ୍ରୋତ୍ସାହିତ କରୁନାହିଁ । ଏହା କେବଳ ନିଜ କଳାକୁ ସାମ୍ନାକୁ ଆଣିବାର ଉପାୟ ଅଟେ । ଏମିତିରେ ମୁଁ ଭିଡିଓ ହଟାଇନେଇଛି, କାରଣ ଏହି ପ୍ରକାରର ବିବାଦକୁ ପ୍ରୋତ୍ସାହିତ କରିବାରେ ମୋର କୌଣସି ଆଗ୍ରହ ନାହିଁ । ଆଶା କରୁଛି ଯେ ଆପଣମାନେ ମୋର ସମର୍ଥନ କରିବେ । ମୋର ଉଦ୍ଦେଶ୍ୟ କେବେ ମଧ୍ୟ କାହାକୁ କ୍ଷତି ପହଂଚାଇବା ନଥିଲା । ଯିଏ ଭି ଏହି ଭିଡିଓକୁ ନେଇ ରାଗିଛନ୍ତି ମୁଁ ସେମାନଙ୍କୁ କ୍ଷମା ମାଗୁଛି ।”


Share It

Comments are closed.