ପାରାଦୀପ ସମୁଦ୍ରରେ ବୁଡି ଛାତ୍ର ନିଖୋଜ
ପାରାଦୀପ : ପାରାଦୀପ ସମୁଦ୍ରରେ ଗାଧୋଇବା ବେଳେ ଜଣେ ଛାତ୍ର ନିଖୋଜ ହୋଇଯାଇଥିବା ସୂଚନା ମିଳୁଛି । ଇଦ ପାଳନ ଅବସରରେ ଉକ୍ତ ଛାତ୍ର ତାର ୬ ଜଣ ସାଙ୍ଗ ସହ ପାରାଦୀପ ସମୁଦ୍ରରେ ଗାଧୋଉଥିବା ବେଳେ ଏହି ଅଘଟଣଟି ଘଟିଛି । ଏହି ଘଟଣାଟି ପାରାଦୀପ ଲାଇଟ ହାଉସ ନିକଟରେ ଘଟିଛି ।
ନିଖୋଜ ଯୁବକ ଜଣକ ନାମ ଶେଖ ଅମନ ଉଲ୍ଲା ଥିବାବେଳେ ତାର କେନ୍ଦ୍ରାପଡା ଜିଲ୍ଲା ବୋଲି ଜଣାପଡିଛି । ସମସ୍ତ ୭ ଜଣ କେନ୍ଦ୍ରପଡା ଅଟନୋମସ କଲେଜର ବୋଲି ଜଣାପଡିଛି ।
ମିଳିଥିବା ସୂଚନା ମୁତାବକ ୭ ଜଣ ସାଙ୍ଗ ଇଦ ପାଳନ ଅବସରରେ କେନ୍ଦ୍ରାପଡା ଆସିଥିଲେ । ଗାଧୋଇବା ପାଇଁ ସମସ୍ତେ ସମୁଦ୍ର ଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ଭାସି ଯାଇଥିଲା
ା ସମସ୍ତେ ସମୁଦ୍ର ଢେଉରେ ମଜା ମସ୍ତି କରୁଥିବାବେଳେ ହଠାତ ଏକ ଉଚ୍ଚ ଜୁଆର ଆସି ଜଣେ ଛାତ୍ରକୁ ଟାଣି ନେଇଥିଲା । ବାକି ୬ ସାଙ୍ଗ ଏହାକୁ ନିଜ ଆଖିରେ ଦେଖିବା ଛଡା ଆଉ କିଛି କରି ପାରିନଥିଲେ । ଘଟଣା ଘଟିବା ପରେ ପିଲାମାନେ କାନ୍ଦିକି ନିକଟସ୍ଥ ବାସିନ୍ଦାଙ୍କୁ ସାହାଯ୍ୟ ପାଇଁ ଗୁହାରୀ ପକାଇଥିଲେ । ଏହା ପରେ ସାଙ୍ଗେ ସାଙ୍ଗେ ପାରାଦ୍ୱୀପ ପୋର୍ଟ ସିଆଇଏସଏଫ ଏବଂ କୁଜଙ୍ଗ ଅଗ୍ନିଶମ ବିଭାଗ ତୁରନ୍ତ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଅନେକ ଖୋଜା ଖୋଜା କରିବା ପରେ ମଧ୍ୟ ପିଲାଟିର କିଛି ଖୋଜ ଖବର ମିଳି ନଥିଲା ।
ପାରାଦ୍ୱୀପ ସମୁଦ୍ର କୂଳରେ ଗାଧୋଇବା ନିଷଦ୍ଧ ଥିବାବେଳେ ପାଖାପାଖି ଅଂଚଳରେ ଏଠାରେ ଗାଧୋଇବାକୁ ବାରଣ ମଧ୍ୟ କରାଯାଇଛି । କାରଣ ଏଠାରେ ସମୁଦ୍ର ଅତ୍ୟନ୍ତ ଗଭୀର ଏବଂ ଅଧିକ କରେଣ୍ଟ ରହୁଛି । କିନ୍ତୁ ଏହାକୁ ଅମାନ୍ୟ କରି ଅନେକ ସେଠାରେ ଗାଧୋଇବା ଏବଂ ମଜା ମସ୍ତି କରିବାକୁ ପଳାନ୍ତି । ଯାହା ଫଳରେ ଏଭଳି ଅଘଟଣ ଘଟେ ।
Comments are closed.