ପ୍ରସିଦ୍ଧ ସନ୍ତୁର ବାଦକ ପଣ୍ଡିତ ଶିବ କୁମାର ଶର୍ମାଙ୍କ ପରଲୋକ
ପ୍ରସିଦ୍ଧ ଭାରତୀୟ ସଂଗୀତକାର ଏବଂ ସନ୍ତୁର ବାଦକ ପଣ୍ଡିତ ଶିବ କୁମାର ଶର୍ମାଙ୍କ ପରଲୋକ । ୮୪ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଭାରତୀୟ ସଙ୍ଗୀତ ତାଙ୍କର ନିଆରା ଅନ୍ଦାଜ କାରଣରୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ପରିଚୟ ମିଳିଛି । ପଣ୍ଡିତ ଶିବ କୁମାର ଶର୍ମାଙ୍କ ଜନ୍ମ ଜମ୍ମୁରେ ହୋଇଥିଲା। ସେ ୧୩ବର୍ଷ ବୟସରେ ସନ୍ତୁର ଶିଖିବା ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ପରଫର୍ମ ୧୯୫୫ରେ ମୁମ୍ବାଇରେ ହୋଇଥିଲା ।
ପଣ୍ଡିତ ଶିବ କୁମାର ଶର୍ମାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ୍ କରି ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ଶିବ କୁମାରଙ୍କୁ ହରାଇ ଆମ ସଙ୍ଗୀତ ଜଗତ ଶ୍ରୀହିନ ହୋଇଯାଇଛି।
ଚଳଚିତ୍ର ଜଗତରେ ବି ପଣ୍ଡିତ ଶିବ କୁମାର ଶର୍ମାଙ୍କ ପ୍ରମୁଖ ଯୋଗଦାନ ରହିଛି । ବଲିଉଡ଼ରେ ‘ଶିବ-ହରି’(ଶିବ କୁମାର ଶର୍ମା ଏବଂ ହରି ପ୍ରସାଦ ଚୌରାସିୟା)ଙ୍କ ଯୋଡ଼ି କେତେକ ହିଟ ଗୀତରେ ସଂଗୀତ ଦେଇଛନ୍ତି । ଚାନ୍ଦିନୀ ଫିଲ୍ମର ଗୀତ ‘ମେରେ ହାଥୋ ମେ ନ୍ୟା-ନ୍ୟା ଚୁଡ଼ିୟା’ ଯାହାକି ଶ୍ରୀଦେବୀଙ୍କ ଉପରେ କରାଯାଇଥିବା ଗୀତ ଥିଲା ଯାହାର ସଂଗୀତ ଏହି ହିଟ୍ ଯୋଡ଼ି ଦେଇଥିଲେ ।
ସବୁଠାରୁ ଦୁଃଖର କଥା ଏହା କି ଶିବ କୁମାର ଶର୍ମାଙ୍କ ୧୫ମଇରେ ଏକ ଇଭେଣ୍ଟ ହେବାରେ ଥିଲା । ଏହି ବିଶେଷ ମୂହୁର୍ତ୍ତରେ ଯୋଗଦେବା ଲାଗି କେତେକ ଲୋକ ଅପେକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିବ କୁମାର ଶର୍ମା ଜୀ ହରି ପ୍ରସାଦ ଚୌରାସିୟାଙ୍କ ସହ ଗୀତ ଗାଇବାରେ ଥିଲା। କିନ୍ତୁ ଅବଶୋଷ ଇଭେଣ୍ଟର କିଛି ଦିନ ପୂର୍ବରୁ ଶିବ କୁମାର ଶର୍ମାଙ୍କ ପରଲୋକ ହୋଇଛି ।
Comments are closed.