ପାମ ଅଏଲ କମ୍ପାନି ସହ ରାଜ୍ୟ ସରକାରଙ୍କ ଏମ୍‌ଓୟୁ ସ୍ବାକ୍ଷରିତ

Share It

ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଓ ୩ଟି ତୈଳ ପାମ କମ୍ପାନି ମଧ୍ୟରେ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ବାକ୍ଷରିତ ହୋଇଛି ା ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ୪ଟି ଜିଲା ପାଇଁ ଏହି ଏମଓୟୁ ସ୍ବା୪ର କରିଛନ୍ତି। ପାମ ଅଏଲ କମ୍ପାନି ଦ୍ୱାରା ଓଡ଼ିଶାରେ ଏକ ବୃହତ ଅଏଲ ପାମ କ୍ଷେତ୍ର ପ୍ରସ୍ତୁତି ହେବ ା ଏହା ରାଜ୍ୟର କୃଷି ଓ ଔଦ୍ୟୋଗିକ ବିକାଶରେ ସହାୟକ ହେବା ସହ ଚାଷୀଙ୍କୁ ଭଲ ମୂଲ୍ୟ ପ୍ରଦାନ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଉପ ମୁଖ୍ୟମନ୍ତ୍ରୀ ସିଂହ ଦେଓ ଏହି ଅବସରରେ ଅଏଲ ପାମ କମ୍ପାନିର ସମସ୍ତ ପ୍ରତିନିିଧିଙ୍କୁ ସ୍ବାଗତ କରି କିହିଲେ ଯେ, ଏହି ବୁଝାମଣା ପତ୍ର ରାଜ୍ୟରେ ଅଏଲ ପାମ ଚାଷ କ୍ଷେତ୍ରକୁ ବୃଦ୍ଧି କରିବ ଯାହା ଫଳରେ

ରାଜ୍ୟରେ ଖାଇବା ତେଲ ଉତ୍ପାଦନ ବୃଦ୍ଧି ପାଇବ ା ଏହା ଦ୍ୱାରା କୃଷକଙ୍କ ଆୟ ବୃଦ୍ଧି ପାଇବ ଏବଂ ଗ୍ରାମୀଣ ରୋଜଗାର ସୃଷ୍ଟି ହେବ ଯାହା ଦ୍ୱାରା କୃଷକମାନଙ୍କର ସାମାଜିକ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆସିବ ା ଏହି ବୁଝାମଣା ପତ୍ର ଓଡ଼ିଶାରେ କୃଷି ଉଦ୍ୟୋଗ ଓ ନିବେଶ ପାଇଁ ଅନୁକୂଳ ପରିବେଶ ତିଆରି କରିବାରେ ସହାୟକ ହେବ ବୋଲି ସେ ଆଶା ା ଏହା ଦ୍ୱାରା ଚାଷୀ, ଯୁବ ଓ ଶ୍ରମିକମାନେ ଉପକୃତ ହେବେ ା ଅଏଲ ପାମ କମ୍ପାନି ପ୍ରତିନିଧିମାନେ ଓଡ଼ିଶାରେ ବିପୁଳ ସମ୍ଭାବନା ଥିବା ଅଏଲ ପାମ କ୍ଷେତ୍ରକୁ ଆମେ ଉନ୍ନତ ପ୍ରଯୁକ୍ତି ଓ ନିବେଶ ସହିତ ଉନ୍ନତି କରିବାକୁ ପ୍ରତିବଦ୍ଧ ବୋଲି କହିଥିଲେ ା ଏନ୍‌ଏମଇଓ-ଓପି ଯୋଜନାରେ ରାଜ୍ୟରେ ଅଏଲ ପାମ କାର୍ଯ୍ୟକ୍ରମ ପାଇଁ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ ଭଳି ୪ଟି ଜିଲା ପାଇଁ ୩ଟି ତୈଳ ପାମ କମ୍ପାନି ସହ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା ା ଏହି କମ୍ପାନିଗୁଡ଼ିକ ମଧ୍ୟରେ କଟକସ୍ଥିତ ପତଞ୍ଜଳି ଫୁଡ୍ସ ଲିମିଟେଡ, ଅନୁଗୁଳସ୍ଥିତ ତୁମ୍ମାଲା ଆଗ୍ରୋ ପ୍ରଡକ୍ଟସ ପ୍ରାଇଭେଟ ଲିମିଟେଡ, ଢ଼େଙ୍କାନାଳ ଓ ଯାଜପୁରସ୍ଥିତ ଲିଭ ପାମ ରିସୋର୍ସେସ ପ୍ରାଇଭେଟ ଲିମିଟେଡ ରହିଛି। ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, କୃଷି ବିଭାଗର ନିର୍ଦ୍ଦେଶକ ଶୁଭମ ସାକସେନା, ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ା


Share It

Comments are closed.