ରାମ ମନ୍ଦିର ଭୂମି ପୂଜନ ପରେ ବିଚଳିତ ହେଲା ପାକିସ୍ତାନ, କହିଲା ଭାରତ ଆଉ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇ ରହି ନାହିଁ
ଅଯୋଧ୍ୟାରେ ରାମ ମନ୍ଦିର ଶିଳାନ୍ୟାସ କାର୍ଯ୍ୟକ୍ରମ ପରେ ବିଚଳିତ ହୋଇଛି ପାକିସ୍ଥାନ । ଆନ୍ତର୍ଜାତିକ ମଞ୍ଚଳରେ ବାରମ୍ବାର କାଶ୍ମୀର ପ୍ରସଙ୍ଗ ଉତ୍ଥାପନ କରି ନିରାଶ ହେଉଥିବା ପାକିସ୍ଥାନ ରାମମନ୍ଦିର ପ୍ରସଙ୍ଗରେ ଭାରତକୁ ନିଶାଣ କରିଛି । ପାକ୍ ରେଳମନ୍ତ୍ରୀ ଶେଖ ରସିଦ୍ ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି । ଭାରତ ଆଉ ଧର୍ମନିରପେକ୍ଷ ଦେଶ ହୋଇ ରହିନାହିଁ । ଭାରତରେ ଏବେ ହିନ୍ଦୁତ୍ଵ ଶକ୍ତିର ପ୍ରଭାବ ବୃଦ୍ଧି ପାଇଛି ବୋଲି କହିଛନ୍ତି । କେବଳ ସେତିକି ନୁହେଁ, ପାକିସ୍ଥାନର ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ରାମମନ୍ଦିର ଶିଳାନ୍ୟାସ ଖବରକୁ ନେଇ ଯାବତୀୟ ନକରାତ୍ମକ ଖବର ପ୍ରକାଶ ପାଇଥିବା ମଧ୍ୟ ଦେଖାଯାଇଛି ।
Comments are closed.