ବାସଭବନରୁ କାର୍ଯ୍ୟାଳୟକୁ ହେଲିକପ୍ଟରରେ ଯାଉଥିଲେ ଇମରାନ୍, ୩ ବର୍ଷ ମଧ୍ୟରେ ଖର୍ଚ୍ଚ ହୋଇଛି ୫୫ କୋଟି

Share It

ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦବୀରୁ ହଟିବା ପରେ ବିବାଦ ଘେରରେ ଛନ୍ଦି ହୋଇଗଲେଣି ଇମରାନ୍ ଖାନ୍। ପୂର୍ବରୁ ବିଦେଶରୁ ମିଳିଥିବା ଉପହାର ବିକ୍ରି କରିବା ଅଭିଯୋଗ ଆସିଥିବା ବେଳେ ଏବେ ସାମ୍ନାକୁ ଆସିଛି ଇମରାନ୍‌ଙ୍କ ପିଛା ଖର୍ଚ୍ଚ ହୋଇଥିବା ଅର୍ଥର ଲମ୍ବା ଚିଠା। ହେଲିକପ୍ଟର ଯୋଗେ ବାସଭବନରୁ ସଚ୍ଚିବାଳୟ ଯିବାଆସିବା କରୁଥିଲେ ଇମରାନ। ୩ ବର୍ଷ ୮ ମାସର ପ୍ରଧାନମନ୍ତ୍ରିତ୍ଵ କାଳରେ ଇମରାନ ତାଙ୍କ ବାସଭବନରୁ ସଚ୍ଚିବାଳୟ ଯିବା ଆସିବାରେ ରାଜକୋଷରୁ ଖର୍ଚ୍ଚ ହୋଇଛି ୫୫ କୋଟି ଟଙ୍କା। ପାକିସ୍ତାନର ନୂଆ ଅର୍ଥମନ୍ତ୍ରୀ ମିଫ୍ତାହ ଇସ୍ମାଇଲ୍ ଏନେଇ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ଇମରାନ ଖାନ ପ୍ରଧାନମନ୍ତ୍ରୀ ଥିବା ସମରେ ତାଙ୍କ ବାସଭବନରୁ ସଚ୍ଚିବାଳୟ ହେଲିକପ୍ଟର ଯୋଗେ ଯିବା ଆସିବା କରୁଥିଲେ। ଏଥିପାଇଁ ସେ ବିବାଦ ଘେରକୁ ମଧ୍ୟ ଆସିଥିଲେ। ହେଲେ ଇମରାନଙ୍କ ମନ୍ତ୍ରୀମଣ୍ଡଳରେ ଥିବା ସୂଚନା ମନ୍ତ୍ରୀ ଫବାଦ ଚୌଧୁରୀ ଏହି ଦାବିକୁ ଖାରଜ କରିଥିଲେ। ତେବେ ଇମରାନଙ୍କ ବିରୋଧରେ ଏବେ ଆଉ ଏକ ନୂଆ ଅଭିଯୋଗ ଆଣିଛନ୍ତି ବର୍ତ୍ତମାନର ଅର୍ଥ ମନ୍ତ୍ରୀ। ସେ କହିଛନ୍ତି ଯେ, ଇମରାନଙ୍କ ସରକାର ତାଙ୍କ ସମୟରେ ବିଜୁଳି କ୍ଷେତ୍ରରେ ୨,୫୦୦ ଅରବ ଟଙ୍କାର ଋଣ କରିଛନ୍ତି। ସେହିପରି ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରରେ ୧,୫୦୦ ଅରବର ଋଣ କରିଛନ୍ତି।

ଅପର ପକ୍ଷରେ ୨୦୧୮ ପରଠାରୁ ଇମରାନଙ୍କୁ ବିଦେଶରୁ ମିଳିଥିବା ସମସ୍ତ ଉପହାରର ତାଲିକା ସାର୍ମଜନୀନ କରିବାକୁ ଇସଲାମବାଦ ହାଇକୋର୍ଟ ଡେପୁଟି ଆଟର୍ଣ୍ଣି ଜେନେରାଲ୍ ଅରଶଦ କୟାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Share It

Comments are closed.