ଭାରତକୁ ଶକ୍ତ ଚାପୁଡା, ପାକିସ୍ତାନର ଭାରତକୁ ବୟକଟ କରିବାର ନିଷ୍ପତିକୁ ନେଇ ବିସିସିଆଇକୁ ବିରୋଧୀଙ୍କ କଡା ସମାଲୋଚନା

Share It

ଶ୍ରୀଲଙ୍କା କଲମ୍ବୋରେ ଆସନ୍ତା ୧୫ ଫେବୃଆରୀରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଟି-୨୦ ବିଶ୍ୱକପ ମ୍ୟାଚରେ ପାକିସ୍ତାନ ସରକାର ନଖେଳିବା ପାଇଁ ନିଷ୍ପତି ନେଇଛନ୍ତି । ତେବେ ଏହାକୁ ନେଇ ଭାରତର ସମସ୍ତ ରାଜନୈତିକ ପ୍ରତିକ୍ରିୟା ଦେଇଛନ୍ତି । ଏହି ନିଷ୍ପତି ଔପଚାରିକ ଭାବେ ପିସିବି ଅଧ୍ୟକ୍ଷଙ୍କ ସହ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ହେବା ପରେ ଏ ନିଷ୍ପତି ନିଆଯାଇଛି । ଯେଉଁଥିରେ ସେ ବାଲାଂଦେଶ ସହ ଏକଜୁଟ ହୋଇ ରହିବା ପାଇଁ ନିଷ୍ପତି ନେଇଛନ୍ତି । ୨୦ ଦଳ ଅଂଶଗ୍ରହଣ କରିଥିବା ଏହି ଟି-୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ବାଲାଂଦେଶ ବିଦା ହେବା ପରେ ପାକିସ୍ତାନ କ୍ରମାଗତ ଭାବେ ଏହି ଟୁର୍ଣ୍ଣାମେଣ୍ଟରେ ବାହାରି ଯିବା ପାଇଁ ଧମକ ଦେଇ ଆସୁଛି ।
ପାକିସ୍ତାନ ଦ୍ୱାରା ଭାରତର ବିପକ୍ଷରେ ହେବାକୁ ଥିବା ମ୍ୟାଚକୁ ବହିଷ୍କାର ଦାବୀ କରିବା ନିଷ୍ପତିକୁ ନେଇ ବିସିସିଆଇ ପକ୍ଷରୁ କୌଣସି ପ୍ରକାରର ଔପଚାରିକ ବୟାନ ଆସି ନାହିଁ । ଅନ୍ୟପଟେ ଏହାକୁ ନେଇ କଂଗ୍ରେସ ସାଂସଦ ତଥା ବିସିସିଆଇ ଉପାଧ୍ୟକ ରାଜୀବ ଶୁକ୍ଲା କହିଛନ୍ତି ଯେ, “ଆଇସିସି ସହ ବିନା ଆଲୋଚନାରେ ବିସିସିଆଇ କୌଣସି ଟିପ୍ପଣୀ ଦେବ ନାହିଁ ।”
କ୍ରିକେଟ ରାଜନୀତି ଦୁନିଆରେ ବର୍ତ୍ତମାନ ଚାଲିଥିବା ଆଲୋଚନାକୁ ନେଇ ଭାରତରେ ମଧ୍ୟରେ ରାଜନୀତି ସରଗରମ ହୋଇଯାଇଛି । କଂଗ୍ରେସ ସମେତ ସମସ୍ତ ରାଜନୈତିକ ଦଳ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । ସବ ର୍ ପ୍ରଥମେ କଂଗ୍ରେସ ସାଂସଦ ଶଶୀ ଥରୁର ପାକିସ୍ତାନର ବାହାରିଯିବାର ଧମକକୁ ଅତ୍ୟନ୍ତ ନିନ୍ଦନୀୟ କହିଛନ୍ତି । ସେ କହିଛନ୍ତି ଏହା ଅତ୍ୟନ୍ତ ଦୁର୍ଭାଜ୍ୟଜନକ ଅଟେ ଏବଂ କ୍ରିକେଟକୁ ସର୍ବଦା ରାଜନୀତି ସହ ଦୂରେଇ ରଖିବା କଥା । ସେ କହିଛନ୍ତି ଯେ, “ବାଲାଂଦେଶ ଖେଳାଳୀ ମୁସ୍ତାଫିଜୁର ରହମାନଙ୍କୁ ଆଇପିଏଲରୁ ବାଦ ଦେବା ଠିକ ନୁହେଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । ରାଜନୀତି ହସ୍ତକ୍ଷେପ ଯୋଗୁଁ, ପାକିସ୍ତାନ ଏବଂ ବାଲାଂଦେଶକୁ ଏକଜୁଟ ରଖିବାର ପ୍ରୟାସ ଅଟେ । ”
ସେ ଆହୁରୀ କହିଛନ୍ତି ଯେ, ଆମକୁ ଏହା ଚିନ୍ତା କରିବାକ ଆବଶ୍ୟକତା ରହିଛି ଯେ, ଖାସ କରି କ୍ରିକେଟ ଲୋକଙ୍କୁ ଯୋଡି ରଖିବାର ମାଧ୍ୟମ ଅଟେ । ଅନ୍ୟ ପଟେ ଶିବ ସେନା ଉଦ୍ଧବ ଠାକରେ ଦଳର ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ପାକିସ୍ତାନର ଏହି ନିଷ୍ପତିକୁ ଦୁର୍ଭାଗ୍ୟଜନକ କହିବା ସହ ବିସିସିଆଇକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି “ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନ ଏସିଆ କପ ଟ୍ରଫି ପେରାଇ ନାହିଁ କିନ୍ତୁ ଆଜି ଭାରତକୁ ବୟକଟ କରିବା ପାଇଁ ନିଷ୍ପତି ନେଇଛି । ଏଥିପାଇଁ ସେ ଆର୍ଥିକ ଭାବରେ ଦଣ୍ଡିତ ଏବଂ ଏହାର ପରିଣାମ ଭୋଗିବା ପାଇଁ ଯୋଗ୍ୟ । ଆଇସିସିରେ ଭାରତ ଦୃଢସ୍ଥିତି ଥିବା ସତ୍ତ୍ୱେ ମଧ୍ୟ ଭାରତ ଆଜି ବୟକଟ ହେଉଛି ।”

 

 


Share It

Comments are closed.