ସ୍ୱୀକାର କଲା ପାକିସ୍ତାନ ସେନା, କହିଲା “ଜିହାଦ ହେଉଛି ଆମର ନୀତି”

Share It

ଇସଲାମାବାଦ : ପାକିସ୍ତାନ ସେନା ପୁଣିଥରେ ନିଜର ମୂଳ ମନ୍ତ୍ରକୁ ଦୋହରାଇଛି, କହିଛି ଯେ, “ଜିହାଦ ହେଉଛି ଆମ ନୀତି” । ଏହା ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପାକିସ୍ତାନ ସେନାର ମୁଖପାତ୍ର କହିଛନ୍ତି ଯେ, ଆମର ବରିଷ୍ଠ ନେତୃତ୍ୱ ମଧ୍ୟ ଏହି ଚିନ୍ତାଧାରାକୁ ସମର୍ଥନ ଜଣାନ୍ତି, ଜେନେରାଲ ଅସିମ ମୁନିରଙ୍କୁ ମଧ୍ୟ “ଜିହାଦ ଜେନେରାଲ” କହି ଉଲ୍ଲେଖ କରିଛନ୍ତି ।
ଅତିରିକ୍ତ ଭାବେ ପାକିସ୍ତାନ ସେନାର ମୁଖପାତ୍ର କହିଛନ୍ତି ଯେ, ଜେନେରାଲ ଜିଆ-ଉଲ-ହକଙ୍କ ରାଷ୍ଟପତିତ୍ୱ ସମୟରେ ପାକିସ୍ତାନ ସେନାର ମୂଳମନ୍ତ୍ର ପରିବର୍ତ୍ତନ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି , “ମୂଳ ମାର୍ଗଦର୍ଶକ ନୀତି ଇତ୍ତେହାଦ, ୟାକିନ, ତାନଜୀମ (ଏକତା, ବିଶ୍ୱାସା, ଶୃଙ୍ଖଲା)”କୁ ଇମାନ, ତାକୱା, ଜିହାଦ ଫି- ସବିଲିଲ୍ଲା ଭଳି ଏକ ଅଧିକ ଧାର୍ମିକ ମୂଳମନ୍ତ୍ର ସହିତ ବଦଳାଯାଇଥିଲା ଯାହାର ଅର୍ଥ ହେଉଛି ବିଶ୍ୱାସ , ଧାର୍ମିକତା ଏବଂ ଇଶ୍ୱରଙ୍କନାମରେ ସଂଘର୍ଷ ।


Share It

Comments are closed.