ବାଉଳା ହେଲାଣି ପାକିସ୍ତାନ, କହୁଛି “ତାଲିବାନ ଆମକୁ କାଶ୍ମୀର ଆଣି ଦବ”
ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ପାକିସ୍ତାନ ସର୍ବାଧିକ ଖୁସି ଥିବା ସ୍ପଷ୍ଟ ଅନୁମେୟ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ଙ୍କଠାରୁ ଆରମ୍ଭ କରି ଶାସକଦଳର ନେତା ସମସ୍ତେ ତାଲିବାନ ସପକ୍ଷରେ ବୟାନବାଜୀ ଆରମ୍ଭ କରିଦେଇଛନ୍ତି । ଇମରାନଙ୍କ ଦଳ ପାକିସ୍ତାନ ତହରୀକ-ଏ-ଇଂସାଫ(ପିଟିଆଇ)ର ସଦସ୍ୟ ନୀଲମ ଇରଶାଦ ଶେଖ ଏକ ଲାଇଭ ଟିଭି ଡିବେଟ୍ରେ ତାଲିବାନକୁ ନିଜର ସାଥୀ ବୋଲି ସ୍ୱୀକାର କରିଛନ୍ତି । ତାଲିବାନ ଭାରତଠାରୁ କାଶ୍ମୀର ବିଜୟ କରି ପାକିସ୍ତାନକୁ ଦେବ ବୋଲି ନୀଲମ ଦାବି କରିଛନ୍ତି ।
ନୀଲମଙ୍କ ଏଭଳି ବୟାନ ଶୁଣି ଲାଇଭ ସୋ’ରେ ଉପସ୍ଥିତ ଥିବା ସମସ୍ତ ଅତିଥି ଏବଂ ଖବର ଉପସ୍ଥାପିକ ହସିବାକୁ ଲାଗିଥିଲେ । ଖବର ଉପସ୍ଥାପିକ ଜଣକ ବ୍ୟଙ୍ଗାତ୍ମକ ଭାବେ ନୀଲମଙ୍କୁ ପ୍ରଶ୍ନ କରିଥିଲେ, ତାଲିବାନ ଏଭଳି ଚାହୁଁଛି ବୋଲି ନିଶ୍ଚିତ ରୂପେ ଆପଣଙ୍କ ପାଖକୁ ହ୍ୱାଟ୍ସଆପ୍ ମେସେଜ ଆସିଛି ।
ନଚେତ୍ କିଏ ଆପଣଙ୍କୁ ଏଭଳି ସ୍ୱପ୍ନ ଦେଖାଇଛି ଯେ, ତାଲିବାନ ଆମକୁ କାଶ୍ମୀର ଆଣିଦେବ । ଯଦି ବାସ୍ତବରେ ଏମିତି ହେବ ତାହାଲେ ପାକିସ୍ତାନ ସେନା କ’ଣ କରୁଛନ୍ତି ବୋଲି ସେ କହିଥିଲେ । ସୂଚନାଥାଉକି, ତାଲିବାନ ଆଫଗାନିସ୍ତାନକୁ ନିୟନ୍ତ୍ରଣକୁ ନେବା ପରେ ପାକିସ୍ତାନର ବିଭିନ୍ନ ଭାଗରେ ତାଲିବାନୀ ପତାକା ଉଡୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଇସ୍ଲାମାବାଦର ଖ୍ୟାତନାମା ଲାଲ ମସିଜିଦ ଉପରେ ମଧ୍ୟ ତାଲିବାନୀ ପତାକା ଉଡ଼ାଯାଇଛି ।
Comments are closed.