ଅଲି ଜାଫରଙ୍କ ବିରୋଧରେ ମିଛ ଅଭିଯୋଗ କରି ଫସିଲେ ପାକିସ୍ତାନୀ ଗାୟିକା ମିଶା ଶାଫି, ୩ ବର୍ଷ ପାଇଁ ଜେଲ ଦଣ୍ଡରେ ହେଲେ ଦଣ୍ଡିତ
#MeToo, ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନରେ ମହିଳାମାନେ ତାଙ୍କ ସହ ହୋଇଥିବ ଯୌନ ଶୋଷଣ ମାମଲା ଦୁନିଆ ସାମ୍ନାକୁ ଆଣିଥିଲେ। ଏହି ହ୍ୟାସ୍ ଟ୍ୟାଗ ସହ ଅନେକ ନାମୀ ହସ୍ତୀ ମଧ୍ୟ ଜଡିତ ହୋଇ ଖୁଲାସା କରିଥିଲେ। ହଲିଉଡ଼ରୁ ଆରମ୍ଭ ହୋଇଥିବ ଏହି ଅଭିଯାନ ପାକିସ୍ତାନୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ବି ପହଞ୍ଚିଥିଲା। ପାକିସ୍ତାନୀ ଗାୟିକା ତଥା ଅଭିନେତ୍ରୀ ମିଶା ଶାଫି ବଲିଉଡରେ କାମ କରିଥିବା ଅଭିନେତା ତଥା ଗାୟକ ଅଲି ଜାଫରଙ୍କ ବିରୋଧରେ ଅସଦାଚରଣ ଆରୋପ ଲଗାଇଥିଲେ। ଏହା ସହ ଖରାପ ଉଦ୍ଦେଶ୍ୟରେ ଷ୍ଟୁଡିଓରେ ତାଙ୍କୁ ଧରିଥିବା ଆରୋପ ମଧ୍ୟ ଲଗାଇଥିଲେ। ୨ ବର୍ଷ ପୂର୍ବରୁ ମିଶା ଶାଫି ଅଲି ଜାଫରଙ୍କ ବିରୋଧରେ ଆରୋପ ଲଗାଇଥିଲେ। ଏହାପରେ ମିଶା ଶାଫି ଅଲି ଜାଫରଙ୍କ ବିରୋଧରେ ଅନଲାଇନ କ୍ୟାମ୍ପେନ ମଧ୍ୟ ଚଲାଇଥିଲେ। ଏହି ମାମଲାରେ ଗତ ବର୍ଷ ସେପ୍ଟେମ୍ବରରେ ମିଶାଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା। ଏହି ମାମଲାରେ ମିଶାଙ୍କୁ ୩ ବର୍ଷ ଜେଲ କାରାଦଣ୍ଡ ମିଳିଛି।
ସୂଚନା ଅନୁଯାୟୀ, ମିଶା ଶାଫିଙ୍କ ଅଭିଯୋଗକୁ ଅଲି ଜାଫର ଖାରଜ କରି ତାଙ୍କ ବିରୋଧରେ ମାନହାନି ମାମଲା ରୁଜ୍ଜୁ କରିଥିଲେ। ମିଶା ଜାଫରଙ୍କ ବିରୋଧରେ ଲଗାଇଥିବା ଆରୋପ ଅଦାଲତରେ ପ୍ରମାଣ କରିପାରିନଥିଲେ। ଅଦାଲତ ଏହି ମାମଲାରେ ଫଇସଲା ଶୁଣାଇ ଜାଫରଙ୍କ ପ୍ରତିଷ୍ଠା ଖରାପ କରିବା ପାଇଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି।
Comments are closed.