ପରଲୋକରେ ପଦ୍ମଶ୍ରୀ ଶ୍ରୀ ବିନୋଦ ପସାୟତ
ବୁଧବାର ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଦିନ ଅବସ୍ଥାରେ ପଦ୍ମଶ୍ରୀ ଶ୍ରୀ ବିନୋଦ ପସାୟତଙ୍କ ପରଲୋକ ଘଟିଛି । ୨୦୨୪ ମସିହାରେ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ଗତ ୨ ଦିନ ପୂର୍ବରୁ ସେ ଅସୁସ୍ଥ ହୋଇ ପଡିଥିବା ହେତୁ ନିଜ ଘରେ ଚିକିତ୍ସାଧୀନ ଥିଲେ । ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯିବା ହେତୁ ତାଙ୍କୁ ତୁରନ୍ତ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା କିନ୍ତୁ କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ବିନୋଦ ପସାୟତ ହେଉଛନ୍ତି ଲୋକପ୍ରିୟ ଗୀତିକାର । ସେ ଅନେକ ଲୋକପ୍ରିୟ ସମ୍ବଲପୁରୀ ଗୀତ ଲେଖିଛନ୍ତି , ଯେଉଁଥିରେ ପ୍ରମୁଖ ରହିଛି “ ହରେ ହରେ କୃଷ୍ଣ ବୋଲି ଯାଉ ମୋର ଜୀବନ” ‘ଏ ନାନୀ ସୁଲୋଚନା’, ‘ରଥର ଚକା ଚାଲେ ଗଡି ଗଡି’, ‘ପର ସ୍ତ୍ରୀ’, ସମର୍ପଣ । ଏହା ବାଦ ସେ ଜଣେ ପ୍ରସିଦ୍ଧ ଲେଖକ ମଧ୍ୟ ଥିଲେ ।
Comments are closed.