ଉଡାନ ପ୍ଲାଟଫର୍ମରେ ୨୫୦୦ଅଗ୍ରଣୀ ବ୍ରାଣ୍ଡର ଉତ୍ପାଦ


ଭୁବନେଶ୍ୱର: ଭାରତର ବୃହତମ ବିଟୁବି ଇ-କମର୍ସ ପ୍ଲାଟଫର୍ମ ଉଡାନ ଏହାର ପ୍ଲାଟଫର୍ମରେ ପ୍ରାୟ୨୫୦୦ ବ୍ରାଣ୍ଡରୁ ପାଖାପାଖି ୫ଲକ୍ଷରୁ ଅଧିକ ଉତ୍ପାଦ ଅର୍ନ୍ତଭୁକ୍ତ ରହିଥିବା ଘୋଷଣା କରିଛି । ଏଥିରେ ବିଭିନ୍ନ ବର୍ଗରୁ ଅଗ୍ରଣୀ ବ୍ରାଣ୍ଡଗୁଡ଼ିକ ଯଥା ଏଚୟୁଏଲ, ପିଆଣ୍ଡଜି, ଆଇଟିସି, କୋକାକୋଲା, ପେପ୍ସିକୋ, ରେକିଟ୍ ବେଙ୍କିସର, ଡାବର୍‌, କୋଲଗେଟ, ଆପଲ, ଏଲଜି, ଏଚପି, ଆଡିଡାସ, ରିବକ୍‌, ଗୋଦ୍‌ରେଜ୍‌, ବଜାଜ୍‌, ପ୍ରେଷ୍ଟିଜ, ବୋଟ, ସାନ୍‌ଡିସ୍କ, ବିବା, ମାଇକ୍ରୋମାକ୍ସ ଆଦି ଭଳି ଆହୁରି ଅନେକ ଅଗ୍ରଣୀ ବ୍ରାଣ୍ଡ ଅନ୍ତର୍ଭୁକ୍ତ ଅଛନ୍ତି । ଏହାଦ୍ୱାରା ଉଡାନର ଦୃଢ଼ ବିତରଣ ନେଟୱର୍କ ପାଖାପାଖି ୧୨,୦୦୦ରୁ ଅଧିକ ପିନକୋଡରେ ପ୍ରାୟ ୯୦୦ ସହରରେ ଦୈନିକ ଡେଲିଭରୀ ସହିତ ୩୦ ଲକ୍ଷରୁ ଅଧିକ ଗ୍ରାହକଙ୍କ ନିକଟରେ ପହଂଚିପାରିଛି । ଏହାଦ୍ୱାରା ରିଟେଲର ଏବଂ ଏମଏସଏମଇଗୁଡ଼ିକ ଶ୍ରେଷ୍ଠ ମୂଲ୍ୟରେ ଏହି ବ୍ରାଣ୍ଡଗୁଡ଼ିକରୁ ଗୁଣବତାଯୁକ୍ତ ଉତ୍ପାଦ କ୍ରୟ କରିବାର ବିକଳ୍ପ ପାଇପାରିଛନ୍ତି ।
ଏହି ସଫଳତା ସମ୍ପର୍କରେ ଉଡାନର ସହ-ପ୍ରତିଷ୍ଠାତା ଶ୍ରୀ ବୈଭବ ଗୁପ୍ତା କହିଛନ୍ତି ଯେ, “ଆମ ପ୍ଲାଟଫର୍ମରେ ଏହି ୨୫୦୦ରୁ ଅଧିକ ଜାତୀୟ ଏବଂ ଆଂଚଳିକ ବ୍ରାଣ୍ଡଗୁଡ଼ିକର ଉପସ୍ଥିତି ଉଡାନରେ ଏହି ଖେଳାଳୀମାନଙ୍କର ଦ୍ରୁଢ଼ଆତ୍ମବିଶ୍ୱାସକୁ ଯଥାର୍ଥ କରୁଛି । ସେମାନଙ୍କ ସମର୍ଥନ ପାଇଁ ଆମେ ବେଶ କୃତଜ୍ଞ ଏବଂ ଆଗକୁ ଏହିଭଳି ଆହୁରି ଅନେକ ସହବନ୍ଧିତା ପାଇଁ ଆମେ ଅପେକ୍ଷା କରିଛୁ ।”
ପ୍ରଯୁକ୍ତିର ବ୍ୟବହାର କରି ଭାରତରେ ବ୍ୟବସାୟ ପଦ୍ଧତିକୁ ରୁପାନ୍ତର କରିବାର ଲକ୍ଷ ସହିତ ପ୍ରତିଷ୍ଠିତ ଏହି ଉଡ଼ାନ ପ୍ଲାଟଫର୍ମ ବିଟୁବି କମ୍ପାନୀଗୁଡ଼ିକର ଆବଶ୍ୟକତାକୁ ପୂରା କରିଥାଏ । ଏହି ପ୍ଲାଟଫର୍ମ ଶ୍ରେଷ୍ଠ ମୂଲ୍ୟ ଦକ୍ଷତା ଏବଂ ଉତମ ମୂଲ୍ୟ ନିୟନ୍ତ୍ରଣ ସହିତ ବ୍ରାଣ୍ଡ ଏବଂ ନିର୍ମାତାମାନଙ୍କୁ ନୂତନ ବଜାର ଏବଂ ଅଂଚଳର ପହଂଚ ପ୍ରଦାନ କରିଥାଏ । ଏହା ବ୍ୟତୀତ ଉଡ଼ାନ ମାର୍କେଟିଙ୍କ ଏବଂ ବିକ୍ରୟ ସହାୟତା ପ୍ରଦାନ କରିଥାଏ ଏବଂ ଦକ୍ଷ, ସ୍ପଷ୍ଟ ଏବଂ ସୁବିଧାଜନକ ନେଣଦେଣକୁ ମଧ୍ୟ ସହଜ କରିଥାଏ । ଏହା ନିଜର ରିଟେଲର ମାନଙ୍କୁ ସମଗ୍ର ଦେଶର ସେଲର, ବ୍ରାଣ୍ଡ ଏବଂ ନିର୍ମାତାମାନଙ୍କ ସହ ଯୋଡ଼ି ସେମାନଙ୍କୁ ଉତ୍ପାଦଗୁଡ଼ିକର ସର୍ବୋତମ ମୂଲ୍ୟ, ଉନ୍ନତ ଗୁଣବତା ଏବଂ ବ୍ୟାପକ ସିଲେକ୍ସନ ପ୍ରଦାନ କରିଥାଏ ।


Share It

Comments are closed.