କ୍ରିସ ରକଙ୍କୁ ଚାପୁଡା ମାରିବା ୱିଲ୍ ସ୍ମିଥଙ୍କୁ ପଡିପାରେ ଭାରି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଓସ୍କାର ଏକାଡେମୀ
୯୪ ତମ ଏକାଡେମୀ ପୁରସ୍କାର ସମୟରେ କ୍ରିସ ରକଙ୍କୁ ସର୍ବସାଧାରଣ ଚାପୁଡ଼ା ମାରିବା ୱିଲ ସ୍ମିଥଙ୍କୁ ମହଙ୍ଗା ପଡିପାରେ। କାରଣ ଓସ୍କାର ଏକାଡେମୀ ୱିଲ ସ୍ମିଥଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣା ପରେ, ଏକାଡେମୀ ଟ୍ୱିଟ୍ କରି କହିଥିଲା ଯେ ସେ କୌଣସି ପ୍ରକାରର ହିଂସାକୁ ଗ୍ରହଣ କରେ ନାହିଁ।
ଏହି ଘଟଣା ପରେ ଏକାଡେମୀ ଦ୍ୱାରା ସ୍ପଷ୍ଟ କରାଯାଇଥିଲା ଯେ ଏଭଳି ଘଟଣାକୁ ବରଦାସ୍ତ କରାଯିବ ନାହିଁ ଏବଂ ୱିଲ ସ୍ମିଥଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯାହା ପରେ ଏବେ ଏକାଡେମୀ ଏହାକୁ ବିଚାରକୁ ନେଇଛି। ଏକାଡେମୀ ଦ୍ୱାରା ଏହା ମଧ୍ୟ ସ୍ପଷ୍ଟ କରାଯାଇଛି, ଏହି ଘଟଣା ପରେ ୱିଲ ସ୍ମିଥଙ୍କୁ କାର୍ଯ୍ୟକ୍ରମ ଛାଡିବାକୁ କୁହାଯାଇଥିଲା, କିନ୍ତୁ ୱିଲ ତାହା କରିବାକୁ ମନା କରିଦେଇଥିଲେ।
ଏହାର ଗୋଟିଏ ଦିନ ପରେ ଅର୍ଥାତ୍ ମାର୍ଚ୍ଚ ୨୮ ରେ ଏକାଡେମୀ ଏକ ପ୍ରେସ ବିଜ୍ଞପ୍ତିରେ କହିଥିଲା, ସେ ୱିଲ ସ୍ମିଥଙ୍କ କାର୍ଯ୍ୟକୁ ନିନ୍ଦା କରୁଛି। ସରକାରୀ ଅନୁସନ୍ଧାନ ଘୋଷଣା କରି ଏକାଡେମୀ କହିଥିଲା ଆମେ ଆନୁଷ୍ଠାନିକ ଭାବରେ ଘଟଣାର ସମୀକ୍ଷା ଆରମ୍ଭ କରିଛୁ। ଆମର ନିୟମ, ମାନକ ଏବଂ କାଲିଫର୍ଣ୍ଣିଆ ଆଇନ ଅନୁଯାୟୀ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।
Comments are closed.