ଓପିଟିସିଏଲ ନିଯୁକ୍ତି ୨୦୨୫ ; ୧୦୦ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ , ମାସିକ ଦରମା ୮୧,୨୦୦
ଓଡିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ, ଓପିଟିସିଏଲ ପକ୍ଷରୁ ୧୦୦ ଜୁନିୟର ମେଣ୍ଟେନାନ୍ସ ଏବଂ ଅପରେଟର ଟ୍ରେନି ପୋଷ୍ଟ ପାଇଁ ନିଯୁକ୍ତି ପ୍ରକାଶ ପାଇଛି । ଆଶାୟୀ ଏବଂ ଯୋଗ୍ୟ ପ୍ରାର୍ଥୀ ଅନଲାଇନ ମାଧ୍ୟମରେ ଅଫିସିଆଲ ୱେବସାଇଟ https://optcl.co.in/ କୁ ଯାଇ ନିଜର ଆବେଦନ କରିପାରିବେ । ଆବଦେନ ପ୍ରକ୍ରିୟା ବର୍ତ୍ତମାନ ଚାଲୁ ଅଛି ଏବଂ ଏହାର ଫର୍ମ ଫିଲପର ଶେଷ ତାରିଖ ୨୯ ଜୁନ ୨୦୨୫ ରହିଛି ।
ଆବେଦନ କରିବା ପୂର୍ବରୁ ଆଶାୟୀ ପ୍ରାର୍ଥୀ ଏହାକୁ ଯାଂଚ କରିନେବା ଉଚିତ
ଚା ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି
ଚା ଶେଷ ତାରିଖ ୨୯ ଜୁନ ୨୦୨୫
ଖାଲି ପଦବୀ ତାଲିକା
ଚା ସାଧାରଣ ବର୍ଗ: ୫୦
ଚା ଏସଇବିସି :୭
ଚା ଏସି : ୩୦
ଚା ଏସଟି : ୧୩
ଶିକ୍ଷାଗତ ଯୋଗ୍ୟତା
ପ୍ରାର୍ଥୀ ନିହାତି ସ୍ୱୀକୃତିପ୍ରାପ୍ତ ବୋର୍ଡ ବିଶ୍ୱବିଦ୍ୟାଳୟରୁ ଏଚଏସସି (ଦ୍ୱାଦଶ ) ପାସ ହୋଇଥିବା ଆବଶ୍ୟକ । ଏହା ସହ ଉକ୍ତ ପ୍ରାର୍ଥୀ ୬୦% ମାର୍କ ସହ ଏସସିଟିଇ ଏବଂ ଭିଟି/ ଏନସିଭିଟି ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଇଲେକଟ୍ରିସିଆନ ଟ୍ରେଡରେ ନ୍ୟାସନାଲ ଟ୍ରେଡ ସାର୍ଟିଫିକେଟ ନିହାତି ରହିଥିବା ଆବଶ୍ୟକ ।
ଆବେଦନକାରୀଙ୍କ ବୟସସୀମା ୧.୬.୨୦୨୫ରୁ ୨୧-୩୨ ମଧ୍ୟରେ ରହିବା ଆବଶ୍ୟକ । ସରକାରଙ୍କର ନିୟମ ଅନୁଯାୟୀ ବିୟସସୀମା କୋହଳ ଲାଗୁ କରାଯିବ ।
ତାଲିମ ସମୟରେ ଜୁନିୟର ମେଣ୍ଟେନାନ୍ସ ଏବଂ ଅପରେଟର ଟ୍ରେନିଙ୍କ ମାସିକ ଷ୍ଟାଇପେନ ୧୭,୦୦୦ ରହିବ । ସଫଳତାର ସହ ତାଲିମ ସରିବା ପରେ ପ୍ରାର୍ଥୀମାନେ ଏକ ବର୍ଷ ପାଇଁ ଆସିସଟାଣ୍ଟ ଟେକ୍ନିସିଆନ(ଏନଇ-୪) ଭାବେ ନିଯୁକ୍ତି ପାଇବେ । ଦରମା ପେ ମ୍ୟାଟ୍ରିକ୍ସ ଉପରେ ଆଧାରିତ ହେବ । ଯାହା ୨୫,୬୦୦ରୁ ଆରମ୍ଭ ହୋଇ ୮୧,୨୦୦(ସ୍ତର: ଏନଇ-(ଟି)-୪) ମଧ୍ୟରେ ରହିବ । ପ୍ରାରମ୍ଭିକ ଦରମା ୨୫,୬୦୦ ରହିବ ।
ଆବେଦନ ଫିସ୍
ସାଧାରଣ ପ୍ରାର୍ଥୀଙ୍କ ପାଇଁ: ୧୧୮୦/-
EWS ପ୍ରାର୍ଥୀଙ୍କ ପାଇଁ: ୧୧୮୦/-
SEBC/OBC ପ୍ରାର୍ଥୀଙ୍କ ପାଇଁ: ୧୧୮୦/-
PWD ପ୍ରାର୍ଥୀଙ୍କ ପାଇଁ: ୫୯୦/-
SC/ST ପ୍ରାର୍ଥୀଙ୍କ ପାଇଁ: ୫୯୦/-
OPTCL ନିଯୁକ୍ତି ୨୦୨୫ ପାଇଁ କିପରି ଆବେଦନ କରିବେ
optcl.co.in ରେ OPTCL ର ଅଫିସିଆଲ୍ ୱେବସାଇଟ୍ କୁ ଯାଆନ୍ତୁ।ହୋମପେଜରେ କ୍ୟାରିଅର୍ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ।
“କନିଷ୍ଠ ରକ୍ଷଣାବେକ୍ଷଣ ଏବଂ ଅପରେଟର୍ ତାଲିମ୍ ପଦବୀର ନିଯୁକ୍ତି” ଉପରେ କ୍ଲିକ୍ କରନ୍ତୁ।
ଆବେଦନ ଫର୍ମ ପୂରଣ କରନ୍ତୁ ଏବଂ ଆବେଦନ ଫିସ୍ ଦିଅନ୍ତୁ।
ଫର୍ମ ଦାଖଲ କରନ୍ତୁ ଏବଂ ଭବିଷ୍ୟତର ସୁପାରିଶ ପାଇଁ ପ୍ରିଣ୍ଟଆଉଟ୍ ନିଅନ୍ତୁ।
Comments are closed.