୫୦ଏମପି କ୍ୟାମେରା, ୬୦୦୦mAh ବ୍ୟାଟେରୀ ଓ ଅନେକ ଅଫର ସହିତ ଓପୋ ରେନୋ୧୪ ଦିୱାଲି ଏଡିସନର ଶୁଭାରମ୍ଭ
ଭୁବନେଶ୍ୱର : ରେନୋ୧୪ ସିରିଜକୁ ମିଳିଥିବା ଉଲ୍ଲେଖନୀୟ ସଫଳତା ଉପରେ ଆଧାର କରି ଓପୋ ନୂଆ ରେନୋ୧୪ ୫ଜି ଦିୱାଲି ଏଡିସନର ଶୁଭାରମ୍ଭ କରିଛି। ସ୍ୱତନ୍ତ୍ର ଭାବେ ଭାରତ ପାଇଁ ଡିଜାଇନ କରାଯାଇଥିବା ଏହି ସ୍ପେଶାଲ ଏଡିସନ ଏକ ମଣ୍ଡାଲା, ପିକକ୍ ଓ ଫେଷ୍ଟିଭ ମୋଟିଫ୍କୁ ସୁନ୍ଦର ଭାବେ ସମନ୍ୱିତ କରୁଥିବା ଏକ ପ୍ରଥମ ଧରଣର ସାଂସ୍କୃତିକ ଡିଜାଇନ ଏବଂ ଭାରତ ପାଇଁ ଶିଳ୍ପର ପ୍ରଥମ ହିଟ-ସେନ୍ସିଟିଭ କଲର-ଚେଞ୍ଜିଙ୍ଗ ଟେକ୍ନୋଲୋଜିକୁ ଏକତ୍ରିତ କରିଛି। ରେନୋ୧୪ ୫ଜି ଦିୱାଲି ଏଡିସନ ଏବେ ୮ଜିବି+୨୫୬ଜିବି ଭାରିଆଂଟ ପାଇଁ ୩୯,୯୯୯ ଟଙ୍କା ମୂଲ୍ୟରେ ଉପଲବ୍ଧ ହେଉଛି କିନ୍ତୁ ଏକ ସ୍ୱତନ୍ତ୍ର ପାର୍ବଣ ଅଫର ଭାବେ ଏହାକୁ ସମସ୍ତ ମେନଲାଇନ ରିଟେଲ ଆଉଟଲେଟ, ଓପୋ ଇ-ଷ୍ଟୋର, ଫ୍ଲିପକାର୍ଟ ଓ ଆମାଜନରେ ସର୍ବନିମ୍ନ ୩୬,୯୯୯ ଟଙ୍କାରେ କ୍ରୟ କରାଯାଇପାରିବ। ୫୦ଏମପି ମେନ କ୍ୟାମେରା, ୫୦ଏମପି ଟେଲିଫୋଟୋ ଲେନ୍ସ(୩.୫ଗୁଣ ଅପ୍ଟିକାଲ ଜୁମ), ୮ଏମପି ଅଲଟ୍ରା-ୱାଇଡ ଓ ୫୦ଏମପି ସେଲଫି କ୍ୟାମେରା ସହିତ ଓପୋ ରେନୋ ଦିୱାଲି ଏଡିସନ, ଓପୋର ସବୁଠାରୁ ଆଡଭାନ୍ସଡ ହାଇପରଟୋନ ଇମେଜିଂ ଇଞ୍ଜିନ ସହ ସୁସଜ୍ଜିତ ରହିଛି । ଏହାର ବୃହତ ୬୦୦୦ମେଗାଆମ୍ପିୟର ୫-ବର୍ଷିଆ ସ୍ଥାୟୀ ବ୍ୟାଟେରୀ ୮୦ୱାଟ ସୁପରଭିଓସିସି ଫାଷ୍ଟ ଚାର୍ଜିଙ୍ଗ ସହିତ ଦୁଇ ଦିନ ପର୍ଯ୍ୟନ୍ତ ବ୍ୟବହାର ପାଇଁ ଶକ୍ତି ଯୋଗାଇଥାଏ। ଏଆଇ ହାଇପରବୁଷ୍ଟ ୨.୦ ଓ ଏଆଇ ଲିଙ୍କବୁଷ୍ଟ ୩.୦ ସହିତ ଏହି ସିରିଜ ସୁଗମ କାର୍ଯ୍ୟଦକ୍ଷତା ଓ ନିର୍ଭରଯୋଗ୍ୟ ସଂଯୋଗ ଦେଇଥାଏ ଏବଂ ଏହା କଲରଓଏସ ୧୫ ଉପରେ ପରିଚାଳିତ ।
ଏହି ଉତ୍ପାଦର ଶୁଭାରମ୍ଭ ଅବସରରେ ଓପୋ ଇଣ୍ଡିଆର ପିଆର ଆଣ୍ଡ କମ୍ୟୁନିକେଶନ୍ସ ବିଭାଗର ମୁଖ୍ୟ ଗୋଲ୍ଡି ପଟ୍ଟନାୟକ କହିଛନ୍ତି, “ଦୀପାବଳି ହେଉଛି ଆଲୋକ, ଆନନ୍ଦ ଓ ଏକତାର ଏକ ସମୟ ଏବଂ ରେନୋ୧୪ ୫ଜି ଦିୱାଲି ଏଡିସନ ସହିତ ଆମେ ଏହି ପର୍ବର ଉତ୍ସାହକୁ ବାସ୍ତବରେ ପ୍ରତିଫଳନ କରୁଥିବା ଏକ ଉତ୍ପାଦ ନିର୍ମାଣ କରିବାକୁ ଚାହୁଁଥିଲୁ। ଏହା କେବଳ ଏକ ସ୍ମାର୍ଟଫୋନ ନୁହେଁ ଏହା ଦୀପାବଳିର ଆନନ୍ଦ ଓ ଉଷ୍ମତାକୁ ପ୍ରଦର୍ଶିତ କରିବା ପାଇଁ ଡିଜାଇନ କରାଯାଇଥିବା ଏକ ପାର୍ବଣ ସ୍ମୃତି ଅଟେ।”
ମାସ ପର୍ଯ୍ୟନ୍ତ ନୋ କଷ୍ଟ୍ ଇଏମଆଇ ବିକଳ୍ପ, ନିର୍ଦ୍ଧିଷ୍ଟ ବ୍ୟାଙ୍କ ପାର୍ଟନରଙ୍କ ସହିତ କ୍ରେଡିଟ କାର୍ଡ ଇଏମଆଇ ଟ୍ରାଞ୍ଜାକ୍ସନ ରାଶି ଉପରେ ୩୦୦୦ ଟଙ୍କା ପର୍ଯ୍ୟନ୍ତ ଏବଂ କ୍ରେଡିଟ କାର୍ଡ ନନ-ଇଏମଆଇ ଉପରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ୧୦%ର ତତ୍କାଳ କ୍ୟାଶବ୍ୟାକ, ସମସ୍ତ ଅଗ୍ରଣୀ ଫାଇନାନ୍ସିଅରଙ୍କ ଠାରୁ ୮ ମାସ ପର୍ଯ୍ୟନ୍ତ ଅବଧି ପାଇଁ ଜିରୋ ଡାଉନ ପେମେଂଟ ସ୍କିମ ଉପଲବ୍ଧ ରହିଛି, ଅଗ୍ରଣୀ ଟ୍ରେଡ ଇନ ପାର୍ଟନରଙ୍କ ସହିତ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସ୍, ୩ ମାସର ଗୁଗଲ ୱାନ ୨ଟିବି କ୍ଲାଉଡ + ୫୨୦୦ ଟଙ୍କା ମୂଲ୍ୟର ଜେମିନି ଆଡ୍ଭାନ୍ସଡ ଏବଂ ଜିଓ ୧୧୯୯ ଟଙ୍କା ପ୍ରିପେଡ ପ୍ଲାନ ସହିତ ୧୦ଟି ଓଟିଟି ଆପ୍ ପାଇଁ ୬ ମାସର ମାଗଣା ପ୍ରିମିୟମ ଆକ୍ସେସ ଭଳି ଅଫର ଉପଲବ୍ଧ ରହିଛି। ଓପୋ ମୋବାଇଲ ଫୋନ କ୍ରୟ କରୁଥିବା ୧୦ ଜଣ ମେଗା ବିଜେତା ୧୦ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପାଇବା ଭଳି ଆହୁରି ଅନେକ ଆକର୍ଷଣୀୟ ପୁରସ୍କାର ରହିଛି ।
Comments are closed.