୯୦ଏଚଜେଡ ପଂଚ ହୋଲ ଡିସପ୍ଲେ ସହିତ ଓପୋ ଏ୫୩ର ଶୁଭାରମ୍ଭ


ଭୁବନେଶ୍ୱର: ଅଗ୍ରଣୀ ବିଶ୍ୱସ୍ତରୀୟ ସ୍ମାର୍ଟ ଡିଭାଇସ ବ୍ରାଣ୍ଡ, ଓପୋ ପକ୍ଷରୁ ଭାରତୀୟ ବଜାରରେ ଏହାର ନୂତନ ଏ୫୩ ସ୍ମାର୍ଟଫୋନର ଶୁଭାରମ୍ଭ କରାଯାଇଛି । ଉପଭୋକ୍ତାଙ୍କୁ ଦ୍ରୁତ ଓ ବାଧାହୀନ ଅଭିଜ୍ଞତା ପ୍ରଦାନ କରିବା ନିମେନ୍ତ ବ୍ୟବସ୍ଥିତ ହୋଇଥିବା ଏହି ଓପୋ ଏ୫୩ ହେଉଛି ଏଭଳି ମୂଲ୍ୟ ବର୍ଗରେ ୯୦ ଏଚଜେଡ ରିଫ୍ରେସ ରେଟ ଏବଂ ୧୨୦ ଏଚଜେଡ ଟଚ୍ ସାମ୍ପଲିଙ୍ଗ ରେଟ ସହିତ ଓପୋର ପ୍ରଥମ ସ୍ମାର୍ଟଫୋନ । ଯେଉଁଥିରେ ୬.୫” ପଂଚହୋଲ -ଡିସପ୍ଲେ, ଗୋଟିଏ ୫୦୦୦ ମେଗାହର୍ଜ ବ୍ୟାଟେରୀ ଏବଂ ୧୮ ୱାଟର ଦ୍ରୁତ ଚାର୍ଜିଙ୍ଗ ବ୍ୟବସ୍ଥା ରହିଛି । ଏହି ଡିଭାଇସଟି ୬ଜିବି+୧୨୮ଜିବି ଏବଂ ୪ଜିବି+୬୪ଜିବି ଭାରିଆଂଟରେ ଯଥାକ୍ରମେ ୧୨,୯୯୦ ଟଙ୍କା ଏବଂ ୧୫,୪୯୦ ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ । ଫ୍ଲାଗସିପ ସ୍ମାର୍ଟଫୋନ ସହିତ ସମାନ ଅନୁୁଭୂତି ପ୍ରଦାନ କରିବାକୁ ପ୍ରସ୍ତୁତ ହୋଇଥିବା ଏହି ଡିଭାଇସଟି ୨୫ ଅଗଷ୍ଟରୁ ଉପଲବ୍ଧ ହୋଇଯାଉଛି । ୫୦୦୦ ମେଗାହର୍ଜ ବ୍ୟାଟେରୀ ସହିତ ଓପୋ ଏ୫୩ ହେଉଛି ବିଶ୍ୱର ସବୁଠାରୁ ଚିକ୍କ୍‌ଣ ଓ ଉଜ୍ଜ୍ୱଳ ସ୍ମାର୍ଟଫୋନ ଏବଂ ୧୫ ହଜାର ପ୍ରାଇସ ସେଗେମେଂଟରେ ୯୦ଏଚଜେଡ ରିଫ୍ରେସ ରେଟ ସହିତ ବ୍ରାଣ୍ଡର ପ୍ରଥମ ସ୍ମାର୍ଟଫୋନ ।
ଏକ ୩ଡି-କର୍ଭଡ(ବକ୍ର) ରଙ୍ଗିନ ୱେଭ ଡିଜାଇନ ସହିତ ନିର୍ମିତ, ଓପୋ ଏ୫୩ ଏକ ପ୍ରଫେସନାଲ ବୁକେ ଇଫେକ୍ଟ ସହିତ ପ୍ରତ୍ୟେକ ଜିନିଷକୁ ପରିଷ୍କାରଭାବେ କ୍ୟାପଚର କରିବା ପାଇଁ ଏକ ୧୬ ଏମପିର ଏଆଇ ସମ୍ମୁଖ କ୍ୟାମେରା ଏବଂ ପଛପଟେ ଏକ ୧୩ଏମପି ଏଆଇ ଟ୍ରିପଲ କ୍ୟାମେରା ବ୍ୟବସ୍ଥା ସହିତ ଆସିଛି । ଓପୋ ଏହାର ଏ୫୩ ସହିତ ନିଜର ପ୍ରଥମ ର‌୍ୟାମ+ଆଂଟି-ଲ୍ୟାଗ ମେମୋରୀ ଅପ୍ଟିମାଇଜେସନକୁ ନେଇ ଆସିଛି, ଯାହାକି ଏକ ବାଣିଜ୍ୟ ଅଗ୍ରଣୀ ଆଂଟି-ଲ୍ୟାଗିଙ୍ଗ ଆଲଗୋରିଦମ ଅଟେ ।
ଓପୋ ଏ୫୩ ୨୫ ଅଗଷ୍ଟରୁ ବିକ୍ରିପାଇଁ ଉପଲବ୍ଧ ହୋଇଯାଉଛି । ଏହାର ୪ଜିବି+୬୪ଜିବି ଭାରିଆଂଟ ୧୨,୯୯୦ଟଙ୍କାରେ ଉପଲବ୍ଧ ହେଉଥିବାବେଳେ ଯେବେକି ଏହାର ୬ଜିବି+୧୨୮ଜିବି ୧୫,୪୯୦ ଟଙ୍କାରେ ତିନୋଟି ରଙ୍ଗ ବିକଳ୍ପ ଯଥା: ଇଲେକ୍ଟ୍ରିକ ବ୍ଲାକ, ଫେରି ହ୍ୱାଇଟ ଏବଂ ଫ୍ୟାନ୍ସି ବ୍ଲୁରେ ଉପଲବ୍ଧ ହେଉଛି । ଏହି ଡିଭାଇସକୁ କିଣିବାକୁ ଚାହୁଁଥିବା ଗ୍ରାହକମାନେ ବ୍ୟାଙ୍କ ଅଫ ବରୋଦା କ୍ରେଡିଟ କାର୍ଡ ଓ ଫେଡରାଲ ବ୍ୟାଙ୍କ ଡେବିଟ କାର୍ଡରେ ୫% କ୍ୟାଶବ୍ୟାକ ପାଇପାରିବେ ଯେବେକି ଜିରୋ ଡାଉନ ପେମେଂଟ ଫାଇନାନ୍ସିଆଲ ଯୋଜନା ସହିତ ୬ ମାସ ପର୍ଯ୍ୟନ୍ତର ନୋ କଷ୍ଟ ଇଏମଆଇ ସୁବିଧା ମଧ୍ୟ ପାଇପାରିବେ ।


Share It

Comments are closed.