ଅକାଳୀ ଦଳର ଯୁବନେତାଙ୍କୁ ଦିନ ଆଲୋକରେ ଗୁଳିକରି ହତ୍ୟା

Share It

ସେକ୍ଟର-୭୧ ମାର୍କେଟ୍‌ରେ ଶନିବାର ସ୍ପଷ୍ଟ ଦିବାଲୋକରେ ଆତତାୟୀ ଯୁବ ଅକାଳୀ ଦଳ ଜାତୀୟ ସାଧାରଣ ସମ୍ପାଦକ ଭିକ୍କି ମେଡୁଖେଡାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଏକ ଆଇ-୨୦ କାରରେ ଆସିଥିବା ୪ ଜଣ ୟୁବକ ଭିକ୍କିଙ୍କୁ ଘେରି ଯାଇ ଗୁଳି ଚଳାଇଥିଲେ। ଭିକ୍କି ଜୀବନ ବଞ୍ଚାଇବାକୁ ଘଟଣାସ୍ଥଳରୁ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ। ତେବେ ଆତତାୟୀମାନେ ତାଙ୍କୁ ଭରା ବଜାରରେ ଗୋଡେଇ ଗୋଡେଇ ଗୁଳି କରିଥିଲେ।
ଭିକ୍କି ତାଙ୍କ ଘର ଆଡକୁ ଦୌଡିବାକୁ ଲାଗିଥିଲେ। ପ୍ରାୟ ଅଧ କିଲୋମିଟର ବାଟ ସେ ଦୌଡି ପଳାଇଯାଇଥିବା ବେଳେ ଘର ରାସ୍ତାରେ ଏକ ପାର୍କ ଥିଲା। ପାର୍କର ପାଚେରୀ ଡେଇଁ ପଳାଇବାକୁ ଉଦ୍ୟମ କରିବା ବେଳେ ଆତତାୟୀଙ୍କ ଗୁଳି ତାଙ୍କ ଦେହରେ ବାଜିବାରୁ ସେହିଠାରେ ଟଳିପଡିଥିଲେ। ତାଙ୍କ ଦେହରେ ପାଖାପାଖି ୮ଟି ଗୁଳି ବାଜିଛି।ସୂଚନା ମିଳିବାମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଶବତ ଜବତ କରିଛି। ମାମଲାର ପରବର୍ତ୍ତି ଯାଞ୍ଚ ଜାରି ରହିଛି। ତେବେ କିଏ ଓ କାହିଁକି ଭିକ୍କିଙ୍କୁ ଏପରି ନୃଶଂସ ହତ୍ୟା କଲେ ତାର କୌଣସି ସୂଚନା ମିଳି ନାହିଁ। ହେଲେ ଖୁବଶୀଘ୍ର ହତ୍ୟାକାରୀ ଧରାପଡିବେ ବୋଲି ମୋହାଲୀ ପୋଲିସ କହିଛି। ତେବେ ମୋହାଲୀରେ ଏବେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ଜଣାପଡିଛି।ଶ୍ରାବଣୀ ଜଳାଭିଷେକ ଲାଗି ଶିବ ମନ୍ଦିରରେ ପ୍ରଥମେ କିଏ ଗଙ୍ଗାଜଳରେ ଠାକୁରଙ୍କୁ ଅଭିଷେକ କରିବ ସେ ନେଇ ସୋସିଆଲ ମିଡିଆରେ ଝଗଡା ପରେ ଦୁଇ ଗୋଷ୍ଠୀ ଯୁବକ ପରସ୍ପରକୁ ଆକ୍ରମଣ କରିଥିଲେ। ଏହି ଗୋଷ୍ଠୀ ସଂଘର୍ଷରେ ରାକେଶ କୁମାର ନାମକ ଜନୈକ ୩୪ ବର୍ଷ ବୟସ୍କ ଯୁବକର ମୃତ୍ୟୁ ହୋଇଥିବା ବେଳେ ଜତିନ୍ଦ୍ର କୁମାର ନାମରେ ଅନ୍ୟ ଜଣେ ୩୩ ବର୍ଷ ବୟସ୍କ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚଣ୍ଡିଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


Share It

Comments are closed.