ବିଶ୍ୱ ଜଳ ଦିବସରେ CMଙ୍କ ପ୍ରକଳ୍ପ ଭେଟି

Share It

ଭୁବନେଶ୍ୱର,୨୨/୦୩:ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ।ପ୍ରାୟ ୨୨୯୨ କୋଟି ଟଙ୍କାର ୧୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ପ୍ରାୟ ୩୨୦ କୋଟି ଟଙ୍କାର ୧୨୪ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ ସହ ବୁନ୍ଦାଏ ବି ପାଣି  ନଷ୍ଟ ନ କରିବାକୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ।ଏଥିସହ ରାଜୀବ ଭବନଠାରେ ଶିଶୁ ଯତ୍ନ କେନ୍ଦ୍ର ‘କଳିକା’ ଉଦ୍‌ଘାଟିତ ହୋଇଛି ।ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଜଳ ସୁରକ୍ଷା ପ୍ରମୁଖ ସର୍ତ୍ତ ହେବା ସହ କୌଣସି ଚାଷଜମି ଜଳାଭାବର ଶିକାର ହେବ ନାହିଁ।ପ୍ରତି ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଆମର ସଂକଳ୍ପ ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି।


Share It

Comments are closed.