ଆସନ୍ତା ୧୭ରେ ଜାତିସଂଘକୁ ସମ୍ବୋଧିତ କରିବେ ମୋଦି

Share It

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୭ ତାରିଖରେ ଜାତିସଂଘରେ ଗୁରୁତ୍ଵପୂର୍ଣ୍ଣ ଉଦବୋଧନ ଦେବେ। ଜାତିସଂଘର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହାର ପୂର୍ବ ସନ୍ଧ୍ୟାରେ ନ୍ୟୁୟର୍କରେ ହେବାକୁ ଥିବା କାର୍ଯ୍ୟକ୍ରମରେ ମୋଦୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମ୍ବୋଧିତ କରିବେ ବୋଲି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ. ତିରୁମୂର୍ତ୍ତି କହିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସଦସ୍ୟତା ଲାଭ ପରେ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଉଦବୋଧନ ହେବ।

ଏହା ପୂର୍ବରୁ ମୋଦୀ ଗତବର୍ଷ ସେପ୍ଟେମ୍ବରରେ ଜାତିସଂଘର ସାଧାରଣ ସଭାରେ ଉଦବୋଧନ ଦେବା ସହିତ ବିଶ୍ଵ ସମୁଦାୟକୁ ଆତଙ୍କବାଦ ବିରୋଧରେ ଏକଜୁଟ ହେବାକୁ ଆହ୍ୱାନ କରିଥିଲେ। ସୂଚନାଯୋଗ୍ୟ, ନିକଟରେ ଭାରତ ବହୁମତ ସହିତ ଜାତିସଂଘ ସୁରକ୍ଷା ପରିଷଦରେ ବିଜୟ ହାସଲ କରିଥିଲା। ଏସିଆ-ପାସିଫିକ ରାଷ୍ଟ୍ର ସମୂହ ତରଫରୁ ସମର୍ଥିତ ଭାରତକୁ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟତା ଲାଗି ୧୯୨ ରାଷ୍ଟ୍ର ଭୋଟ ଦେଇଥିବାବେଳେ ସେଥିରୁ ୧୮୪ ରାଷ୍ଟ୍ର ଭାରତକୁ ସମର୍ଥନ କରିଥିଲେ।


Share It

Comments are closed.