ମେ ୧୫ ରେ ରୂପେଲି ପରଦାରେ ଦର୍ଶକ ଦେଖିବେ ହସ୍ତତନ୍ତ ଓ ବୁଣାକାରଙ୍କ ସଂଘର୍ଷର କାହାଣୀ

Share It

ଭୁବନେଶ୍ୱର,୦୪/୦୪: ରୂପେଲି ପରଦାରେ ଦର୍ଶକ ଦେଖିବେ ହସ୍ତତନ୍ତ ଓ ବୁଣାକାରଙ୍କ ଜୀବନଚର୍ଯ୍ୟା ଓ ସଂଘର୍ଷର କାହାଣୀ। ରିଲିଜ୍ ହେଲା ଚଳଚ୍ଚିତ୍ର ମେହେରମୁଣ୍ଡା ର ଟିଜର।ମେ ୧୫ ତାରିଖରେ ରିଲିଜ୍ ହେବ ଚଳଚ୍ଚିତ୍ର।ଜାତୀୟ ହସ୍ତତନ୍ତ ଶିଳ୍ପ ଦିବସ ଅବସରରେ ଚଳଚ୍ଚିତ୍ର ମେହେରମୁଣ୍ଡା ର ଟ୍ରେଲର ଉନ୍ମୋଚିତ କରିଥିଲେ ମୁଖ୍ୟମନ୍ତ୍ରୀ ।ଏଥିସହ ଆଉ ଏହି ଟ୍ରେଲର କୁ ବଲିଉଡ୍ ତାରକା ମାଧୁରୀ ଦୀକ୍ଷିତ ଦେଖିବା ସହ ମୁଖ୍ୟମନ୍ତ୍ରୀ ଏହି ଚଳଚ୍ଚିତ୍ରର ଭୂୟସୀ ପ୍ରଶଂସା କରିଥିଲେ ।ଆଉ ଏବେ ଟିଜର ଆସିବା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମ ପାଇଁ ଉତ୍କଷ୍ଟା ବଢ଼ିଛି।

ଏହି ଚଳଚ୍ଚିତ୍ର ର କାହାଣୀ ଦର୍ଶାଉଛି ଲୁଗା ବୁଣିବା କାରିଗରଙ୍କର କେବଳ ପେସା ନୁହେଁ, ଏହା ସେମାନଙ୍କର ସ୍ବାଭିମାନ ଓ ପରିଚୟ। ଜଣେ ବୁଣାକାର ବଞ୍ଚିବା ପାଇଁ ସାରା ଜୀବନ ଅନେକ ସଂଘର୍ଷ କରିଥାଏ। ତଥାପି ସେ ସେ ଉପଯୁକ୍ତ ପ୍ରାପ୍ୟ ପାଉଛି କି ନାହିଁ, ସରକାରୀ ଅନୁଦାନ, ପ୍ରୋତ୍ସାହନ ତାକୁ ମିଳୁ ମିଳୁଛି କି ନାହିଁ – ଏ ସବୁର ଉତ୍ତର ହିଁ ଏ ଫିଲ୍ମର କଥାବସ୍ତୁ। ଏହି ସୁନ୍ଦର ମୌଳିକ କାହାଣୀରେ ନାୟକ ଭାବେ ଅଭିନୟ କରିଛନ୍ତି ଜ୍ୟୋତି ରଞ୍ଜନ । ତାଙ୍କ ବିପକ୍ଷରେ ଅଭିନେତ୍ରୀ ଭାବେ ନଜର ଆସିବେ ଅର୍ଲିନ ଅଙ୍କିତା । ଅନ୍ୟାନ୍ୟ ଚରିତ୍ରରେ ରହିଛନ୍ତି ରାକେଶ, ସୁଶାନ୍ତ ଦାସ ମହାପାତ୍ର ଓ ସନ୍ତୁ ନିଜେ।ଜି ଆର୍ ରେକର୍ଡ ବ୍ୟାନରରେ ନିର୍ମାଣ ଚାଲିଥିବା ଏହି ସିନେମାର ପ୍ରଯୋଜକ ରାକେଶ ପାଢ଼ୀ ଓ ଜ୍ଞାନରଞ୍ଜନ ବେହେରା। ଫିଲ୍ମର କାହାଣୀ, ସ୍କ୍ରିନ୍‌ପ୍ଲେ, ସଂଳାପ ଲେଖିବା ସହ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ନିକୁଞ୍ଜ ହୋତା । 


Share It

Comments are closed.