ବର୍ତ୍ତମାନ ପୁରୁଣା ଫୋନରେ ଆଉ ଚାଲି ପାରିବନି ଗୁଗଲର ଏହି ସମସ୍ତ ଆପ୍
ବର୍ତ୍ତମାନ ସ୍ମାର୍ଟ ଫୋନ ପାଇଁ ନୂଆ ନୂଆ ଅପଡେଟ ଆସିସାରିଛି। ଫଳରେ ପୁରୁଣା ସ୍ମାର୍ଟ ଫୋନ ଗୁଡ଼ିକ ଅଦରକାରୀ ସଦୃଶ୍ୟ ହୋଇଯାଉଛି। ପୁରୁଣା ସ୍ମାର୍ଟ ଫୋନ ବ୍ୟବହାରକାରୀଙ୍କୁ ଗୁଗଲ ପକ୍ଷରୁ ଏକ ବଡ଼ ଝଟକା ଲାଗିଛି। ଗୁଗଲ ଦ୍ୱାରା ପରିଚାଳିତ ହେଉଥିବା ୟୁଟୁବ୍, ଜିମେଲ, ଗୁଗଲ ମ୍ୟାପ୍ ଏପରିକି ପ୍ଲେ ଷ୍ଟୋର ମଧ୍ୟ ପୁରୁଣା ସ୍ମାର୍ଟ ଫୋନରୁ ବ୍ୟାନ କରିଦିଆଯାଇଛି।
ନିକଟରେ ଗୁଗଲ ପକ୍ଷରୁ ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା। ତେବେ ଏହା ଅନୁସାରେ ଯେଉଁମାନଙ୍କ ପାଖରେ ଆଣ୍ଡ୍ରିଏଡ ୨.୩ର ପୁରୁଣା ସ୍ମାର୍ଟ ଫୋନ ଅଛି ସେମାନେ ଗୁଗଲର ଏହି ଆପ୍ ବ୍ୟବହାର କରିପାରିବେ ନାହିଁ। ବ୍ୟବହାର କାରୀ କେବଳ ବ୍ରଉଜର ଦ୍ୱାରା ଏହି ସେବାକୁ ବ୍ୟବହାର କରିପାରିବେ ବୋଲି କୁହାଯାଇଛି।
Comments are closed.