ପାର୍ବଣରେ ଓଲା ଇଲେକ୍ଟ୍ରିକ ପକ୍ଷରୁ ସ୍ୱତନ୍ତ୍ର ଅଫର
ଭୁବନେଶ୍ୱର / କଟକ : ଭାରତର ସର୍ବବୃହତ ପ୍ୟୋର-ପ୍ଲେ ଇଭି କମ୍ପାନୀ ଓଲା ଇଲେକ୍ଟ୍ରିକ ପକ୍ଷରୁ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏହାର ନୂଆ ଓଲା ସେଲିବ୍ରେଟ୍ସ ଇଣ୍ଡିଆ କ୍ୟାମ୍ପେନ ଘୋଷଣା କରାଯାଇଛି। ଏହି କ୍ୟାମ୍ପେନର ଅଂଶ ଭାବେ କମ୍ପାନୀ ୨୩ ସେପ୍େଟମ୍ବର ୨୦୨୫ରୁ ପରବର୍ତୀ ୯ ଦିନ ପାଇଁ ୪୯,୯୯୯ ଟଙ୍କାରୁ ଆରମ୍ଭ ହେଉଥିବା ଏହାର ଏସ୧ ସ୍କୁଟର, ରୋଡଷ୍ଟର ଏକ୍ସ ମୋଟରସାଇକେଲଗୁଡିକ ପାଇଁ ଆକର୍ଷଣୀୟ ମୁଲ୍ୟ ସହିତ ଓଲା ମୁହୁର୍ତ ମହୋତ୍ସବର ଶୁଭାରମ୍ଭ କରାଯାଇଛି। ଏଥିରେ ଗ୍ରାହକମାନେ ଏବେ ପୂର୍ବରୁ କେବେ ଦେଖିନଥିବା ମୂଲ୍ୟରେ ପ୍ରତିଦିନ ଓଲାର ସ୍କୁଟର ଓ ମୋଟରସାଇକେଲ କ୍ରୟ କରିବାର ଏକ ସୁଯୋଗ ପାଇବେ। ମୁହୁରତ ମହୋତ୍ସବ ଅଧିନରେ ଏସ୧ ଏକ୍ସ ୨କେଡବ୍ଲ୍ୟୁଏଚ ଓ ରୋଡଷ୍ଟର ଏକ୍ସ ୨.୫କେଡବ୍ଲ୍ୟୁର ମୂଲ୍ୟ ୪୯,୯୯୯ ଟଙ୍କା ରହିବ ଏବଂ ଏସ୧ ପ୍ରୋ+ ୫.୨କେଡବ୍ଲ୍ୟୁଏଚ ଓ ରୋଡଷ୍ଟର ଏକ୍ସ+୯.୧କେଡବ୍ଲ୍ୟୁଏଚର ମୂଲ୍ୟ ୯୯,୯୯୯ ଟଙ୍କା ରହିବ। ଉଭୟ ଏସ୧ ପ୍ରୋ+ ୫.୨ କେଡବ୍ଲ୍ୟୁଏଚ ଓ ରୋଡଷ୍ଟର ଏକ୍ସ+୯.୧ କେଡବ୍ଲ୍ୟୁଏଚ ୪୬୮୦ ଭାରତ ସେଲ ବ୍ୟାଟେରୀ ପ୍ୟାକ୍ ସହିତ ଆସୁଛି। କମ୍ପାନୀ ପକ୍ଷରୁ ପ୍ରଥମେ ଆସ, ପ୍ରଥମେ ପାଅ ଆଧାରରେ ଏହି ମୂଲ୍ୟଗୁଡିକରେ ଏସ୧ ଓ ରୋଡଷ୍ଟରର ସୀମିତ ୟୁନିଟ୍ ପ୍ରଦାନ କରାଯିବ। ଏଥିସହିତ ମୁହୁରତ ଟାଇମ-ସ୍ଲଟ ସମ୍ପର୍କରେ ପ୍ରତିଦିନ ସକାଳ ସମୟରେ ବ୍ରାଣ୍ଡର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଘୋଷଣା କରାଯିବ।
ଏସମ୍ପର୍କରେ ଓଲା ଇଲେକ୍ଟ୍ରିକର ପ୍ରବକ୍ତା କହିଛନ୍ତି, “ଓଲା ସେଲିବ୍ରେଟ୍ସ ଇଣ୍ଡିଆ ସହିତ ଆମେ ପ୍ରଗତି, ସଂସ୍କୃତି ଓ ଉପଲବ୍ଧତାକୁ ଏଭଳି ଏକ ଉପାୟରେ ଏକତ୍ରିତ କରିଛୁ ଯାହା ଚଳିତ ପାର୍ବଣ ଋତୁର ଉତ୍ସହ ସହ ପ୍ରତିଧ୍ୱନିତ୍ୱ ହେଉଛି। ମୁହୁରତ ମହୋତ୍ସବ କେବଳ ପୂର୍ବରୁ କେବେ ଦେଖିନଥିବା ମୂଲ୍ୟଗୁଡିକ ସମ୍ପର୍କିତ ନୁହେଁ ବରଂ ଏହା ପ୍ରତ୍ୟେକ ଭାରତୀୟ ପରିବାର ପାଇଁ ବିଶ୍ୱସ୍ତରୀୟ ଇଭିଗୁଡିକୁ ପହଂଚଯୋଗ୍ୟ କରିବା ସମ୍ବନ୍ଧିତ ଅଟେ। ” ଓଲା ଇଲେକ୍ଟ୍ରିକ ବର୍ତମାନ ଏସ୧ ସ୍କୁଟର ଓ ରୋଡଷ୍ଟର ଏକ୍ସ ମୋଟରସାଇକେଲଗୁଡିକର ଏକ ବିସ୍ତୃତ ପୋର୍ଟଫୋଲିଓ ପ୍ରଦାନ କରୁଛି। ପ୍ରିମିୟମ ଏସ୧ ଜେନ ୩ ପୋର୍ଟଫୋଲିଓରେ ୫.୨ କେଡବ୍ଲ୍ୟୁଏଚ ଓ ୪କେଡବ୍ଲ୍ୟୁଏଚ କନ୍ଫିଗରେଶନରେ ଏସ୧ ପ୍ରୋ+ ଏବଂ ୪କେଡବ୍ଲ୍ୟୁଏଚ ଓ ୩କେଡବ୍ଲ୍ୟୁଏଚରେ ଏସ୧ ପ୍ରୋ ସାମିଲ ରହିଛି ଯାହାର ମୂଲ୍ୟ ଯଥାକ୍ରମେ ୧୬୯,୯୯୯ ଟଙ୍କା, ୧୫୧,୯୯୯ ଟଙ୍କା, ୧୩୭,୯୯୯ ଟଙ୍କା ଓ ୧୨୦,୯୯୯ ଟଙ୍କା ରହିଛି।
Comments are closed.