ଗାଇ ବେକରେ ଘଣ୍ଟି ବାନ୍ଧିବା ଦ୍ୱାରା ଦୂର ହୁଏ ବାସ୍ତୁ ଦୋଷ, ଜାଣନ୍ତୁ କିପରି

Share It

ପୁରାଣରେ ରହିଛି ଯେ ଗାଈଙ୍କ ବେକରେ ଘଣ୍ଟି ବାନ୍ଧିବା ଉଚିତ। ଏହି ଘଣ୍ଟିର ଶବ୍ଦ ବହୁ ବାସ୍ତୁ ଦୋଷ ଦୂର କରିଥାଏ।

ଗାଈ ପାଦରେ ଥିବା ଖୁରାରେ ନାଗ ଦେବତା ବାସ କରୁଥିବାର କୁହାଯାଏ। ତେଣୁ ଯେଉଁ ସ୍ଥାନରେ ସେ ବିଚରଣ କରନ୍ତି, ସେହି ସ୍ଥାନ ମାନଙ୍କୁ ସର୍ପ, ବିଛା ଆଦି ପ୍ରବେଶ କରନ୍ତି ନାହିଁ।

ବେଦ ପୁରାଣ ଅନୁଯାୟୀ ଯେଉଁମାନେ ଗାଈଙ୍କର ସେବା କରନ୍ତି, ସୋନଙ୍କର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ।
ଗାଈଙ୍କର ଗୋଟିଏ ଆଖିରେ ସୂର୍ୟ୍ୟ ଓ ଅନ୍ୟଟିରେ ଚନ୍ଦ୍ରମାଙ୍କର ବାସ ହୋଇଥାଏ ବୋଲି କୁହାଯାଏ।
ଗାଈଙ୍କ କ୍ଷୀରରେ ରୋଗପ୍ରତିରୋଧକ ଶକ୍ତି ଥାଏ। ତେଣୁ ନିୟମିତ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ହିତକାରକ।
ବେଦ ଶାସ୍ତ୍ର ଅନୁଯାୟୀ ଗାଈଙ୍କ ପୁଛରେ ହନୁମାନଙ୍କ ବାସ ହୋଇଥାଏ। ତେଣୁ ଖରାପ ଦୃଷ୍ଟି ଦୂର କରିବା ପାଇଁ ଏହାର ମଧ୍ୟ ବ୍ୟବହାର ହୋଇଥାଏ।

ଗୋଟିଏ ଗାଈକୁ ଚାରା ଖୁଆଇଲେ ୩୩ କୋଟି ଦେବତାଙ୍କ ନିକଟରେ ଭୋଗ ଲାଗିବା ସହ ଏହା ସମାନ ବୋଲି ଶାସ୍ତ୍ରରେ କୁହାଯାଇଛି।
ଗାଈ ଠାରୁ ମିଳୁଥିବା କ୍ଷୀର, ଦହି ,ଛେନା , ଗୋ ମୂତ୍ର, ଗୋବର ଆଦି ଅନେକ ରୋଗର ଔଷଧ ଅଟେ।

କଳା ଗାଈଙ୍କୁ ପୂଜା କଲେ ନବଗ୍ରହ ଶାନ୍ତ ରହିଥାଆନ୍ତି। ଯେ କେହି ଶ୍ରଦ୍ଧା ପୂର୍ବକ ପୂଜା କଲେ ସେମାନଙ୍କର ଗ୍ରହ ଦୋଷ ଦୂର ହେବା ସହ ଶତ୍ରୁ ଭୟ ମଧ୍ୟ ରହେ ନାହିଁ।

କୌଣସି କାର୍ୟ୍ୟରେ ଯଦି ବାଧା ଥାଏ,ତେବେ ତାହାକୁ ଗାଈଙ୍କ କାନରେ କହିଲେ ସେହି କାର୍ୟ୍ୟରେ ସଫଳତା ମିଳିଥାଏ ବୋଲି ମଧ୍ୟ କୁହାଯାଏ।


Share It

Comments are closed.