ଓପିଜିସି ତରଫରୁ ସ୍ୱାସ୍ଥ୍ୟ ଶିବିର

Share It

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକବନହରପାଲି ସ୍ଥିତ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ଼ (ଓପିଜିସି) ତରଫରୁ ଦଲଗାଁ ପ ପଞ୍ଚାୟତ କାର୍ଯ୍ୟାଳୟଠାରେ ରେ ଏକ ନିଶୁଳ୍କ ବିଶେଷଜ୍ଞ ସ୍ବାସ୍ଥ୍ୟ ଶି ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିଥ୍‌ ଭାବେ ଦଲଗାଁ ସ ସରପଞ୍ଚ ସନ୍ତୋଷ କୁମାର ରୋହିଦାସ ଯୋଗଦେ ଦଇ ସ୍ବାସ୍ଥ୍ୟ ଶିବିରକୁ ଉଦ୍‌ଘାଟନ କରିଥିଲେ। ଏହି ଶିବିରରେ ଇବଥର୍ମାଲ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧୂକାରୀ ଡା. ସଂଗୀତା ପଣ୍ଡା, ଡା. ହିତେନ୍ଦ୍ର ରାଉତ, ଡା. ଅଙ୍କିତ କୁମାର ଆଚାର୍ଯ୍ୟଙ୍କ ସମେତ ମେତ ସମ୍ବଲପୁରରୁ ସମ୍ବଲ ଆମନ୍ତ୍ରିତ ଶିଶୁରୋଗ ବିଶେଷଜ୍ଞ ଡ଼ା. ମଦନ ମୋହନ ତ୍ରିପାଠୀ ଓ ଭେଷଜ ବିଶେଷଜ୍ଞ ଡ଼ ଦୀପକ ପାଣିଗ୍ରାହୀ ଯୋଗଦେଇ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ଶିବିର ସକାଳ ୧୦. ୩୦ଟାରୁ ଆରମ୍ଭ ହୋଇ ଦିନ ୩ଟା ପର୍ଯ୍ୟନ୍ତ ଚାଲିଥିଲା।

ଏଥିରେ ଦଳଗାଁ, ବାସୁପାଲି, ସୋଲପାଲି, ଭୀମଗୁଡି, ଖୁଣ୍ଟପାଲି, ଅଧାଡ଼ିହି, ସେହ୍ନାମାଲ, ସାରଣ୍ଡମାଲ, ଭେଜିକୁଦ, ନେଗୀପାଲି, ଖମାରଡ଼ିହି ଏବଂ ଖପଶିମୁଣ୍ଡା ଆଦି ଗ୍ରାମର ମୋଟ ୧୬୯ ରୋଗୀଙ୍କୁ ଚିକିତ୍ସା କରାଯାଇଛି। ଏଥିସହ ରକ୍ତଚାପ, ମଧୁମେହ, ରକ୍ତହୀନତା, ଶାରୀରିକ ଦୁର୍ବଳତା, ଆଣ୍ଠୁଗଣ୍ଠି ଯନ୍ତ୍ରଣା, ଶ୍ଵାସନଳି ସଂକ୍ରମଣ, ଚର୍ମରୋଗ, ଚକ୍ଷୁ ସଂକ୍ରମଣ, ଗ୍ୟାଷ୍ଟିକ, ପେଟବ୍ୟଥା ଭଳି ରୋଗର ପରୀକ୍ଷା କରାଯାଇ ଔଷଧ ଓ ଡାକ୍ତରୀ ଉପଦେଶ ପ୍ରଦାନ କରାଯାଇଥିଲା। ଓପିଜିସିର ସିଏସଆର ବିଭାଗ ଏବଂ ଇବଥର୍ମାଲ ଚିକିତ୍ସାଳୟର ମିଳିତ ଉଦ୍ୟମରେ ପରିଚାଳିତ ଏହି ଶିବିରରେ ସିଏସଆର ବିଭାଗର ତାପସ ପଣ୍ଡା ଉପସ୍ଥିତ ରହିଥିଲେ। ଇବଥର୍ମାଲ ଚିକିତ୍ସାଳୟର ପ୍ରଭାତ ବାରିକ, ସୁଜାତା ନାୟକ, ସୁନିତା ଏକ୍କା, ସନ୍ଧ୍ୟାରାଣୀ କିସାନ, ଅଗ୍ନିବେଶ ସିଂ, ଅଭିମନ୍ୟୁ ଭୋଇ, ଦିଲୀପ ଦୀପ, ଦୁବରାଜ ମିର୍ଦ୍ଧା, କଣ୍ଠ ବାଗ ପ୍ରମୁଖ ଶିବିର ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।


Share It

Comments are closed.