ଆତ୍ମନିର୍ଭର ଭାରତରେ ସେମି କଣ୍ଡକ୍ଟର ହବ୍ ହେବ ଓଡ଼ିଶା:ରାଜ୍ୟପାଳ

Share It

ଭୁବନେଶ୍ଵର,୧୭/୦୨:ବିକଶିତ ଭାରତର ଓଡ଼ିଶା ହେବ ଗ୍ରୋଥ୍ ଇଞ୍ଜିନ୍ । ୨୦୩୬ରେ ଓଡ଼ିଶା ଗଠନକୁ ଶହେ ବର୍ଷ ପୂରିବ ।ଆତ୍ମନିର୍ଭର ଭାରତରେ ସେମି କଣ୍ଡକ୍ଟର ହବ୍ ହେବ ଓଡ଼ିଶା । ରାଜ୍ୟରେ ରାସ୍ତାର ଆଧୁନିକୀକରଣ କରାଯାଉଛି । ଭିତ୍ତିଭୂମି ସୁଦୃଢ଼ କରିବାକୁ ମୋ ସରକାର ପ୍ରତିଶ୍ରୁତିବଦ୍ଧ । ଏହା ଉଜ୍ଜ୍ବଳ ଓଡ଼ିଶାର ଭବିଷ୍ୟତକୁ ଦର୍ଶାଉଛି ବୋଲି ରାଜ୍ୟପାଳ ସ୍ପଷ୍ଟ କରିଛନ୍ତି । ଜୟଦେବ ବିହାର-ନନ୍ଦନକାନନ ରାସ୍ତା ଫ୍ଲାଏଓଭର ହେବ । ରାମେଶ୍ବର-ପାରାଦୀପ କୋଷ୍ଟାଲ ହାଇୱେକୁ ଅନୁମୋଦନ । ରାଜ୍ୟରୁ ଅପପୃଷ୍ଟି ଓ ରକ୍ତହୀନତା ଦୂର କରିବା ଲକ୍ଷ୍ୟ ବୋଲି ରାଜ୍ୟପାଳ ବିଧାନସଭା ବଜେଟ୍ ଅଧିବେଶନ ଅଭିଭାଷଣରେ କହିଛନ୍ତି ।


Share It

Comments are closed.