୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶା ହେବ ସମ୍ପୂର୍ଣ୍ଣ ମାଓ ମୁକ୍ତ ରାଜ୍ୟ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୩/୦୩: ରାଜ୍ୟରେ ୧୫ ମାଓବାଦୀ ଥିବା ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ।କନ୍ଧମାଳ -କଳାହାଣ୍ଡି -ରାୟଗଡା ଜିଲ୍ଲା ସୀମାବର୍ତ୍ତୀ ଅଳ୍ପ କିଛି ଅଞ୍ଚଳରେ ଅଛନ୍ତି 15 ମାଓବାଦୀ।ରାଜ୍ୟରେ ଅନ୍ୟ କୌଣସି ସ୍ଥାନରେ ମାଓବାଦୀ ଉପସ୍ଥିତ ନାହାନ୍ତି।ଗତ ଦୁଇ ବର୍ଷରେ 2026 ମାର୍ଚ୍ଚ 15 ତାରିଖ ସୁଦ୍ଧା ରାଜ୍ୟରେ 96 ଜଣ ମାଓବାଦୀ /ମଲିସିଆ ଆତ୍ମସମର୍ପଣ କରିଛନ୍ତି।କନ୍ଧମାଳ ଜିଲ୍ଲାକୁ ମାଓବାଦୀ ପ୍ରଭାବିତ ଜିଲ୍ଲା ଭାବରେ ବିବେଚିତ କରାଯାଉଛି।8 ଟି ଜିଲ୍ଲା ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା ଏବଂ ରାୟଗଡା ଜିଲ୍ଲା ଗୁଡିକୁ Legacy &Thrust ଜିଲ୍ଲା ଭାବରେ ବିବେଚନା କରାଯାଉଛି।2026 ମସିହା ମାର୍ଚ୍ଚ 31 ସୁଦ୍ଧା ଓଡ଼ିଶା ହେବ ସମ୍ପୂର୍ଣ୍ଣ ମାଓବାଦୀ ମୁକ୍ତ ରାଜ୍ୟ।
Comments are closed.