ଇଲେକ୍‌ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟରରେ ଓଡିଶାର ନୂଆ ଅଭିଯାନ

Share It

ଭୁବନେଶ୍ୱର: ଆନ୍ତର୍ଜାତୀୟ ସେମିକଣ୍ଡକ୍ଟର ଓ ଇଲେକ୍‌ଟ୍ରୋନିକ୍ସ ଶିଳ୍ପ ପାଇଁ ଭାରତର ପ୍ରମୁଖ ପ୍ଲାଟଫର୍ମ ସେମିକନ ଇଣ୍ଡିଆ ୨୦୨୫ (୨-୪ ସେପ୍ଟେମ୍ବର, ୟଶୋଭୂମି, ନୂଆଦିଲ୍ଲୀ)ରେ ଓଡିଶା ସରକାରଙ୍କ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ (ଇଆଣ୍ଡଆଇଟି) ଅଂଶଗ୍ରହଣ କରିଛି । ଏଠାରେ ଏକ ଉତ୍ସର୍ଗୀକୃତ ଓଡିଶା ପାଭିଲିଅନ ମାଧ୍ୟମରେ ଓଡିଶା ସେମିକଣ୍ଡକ୍ଟର ଓ ଆଡ୍‌ଭାନ୍ସଡ ଇଲେକ୍‌ଟ୍ରୋନିକ୍ସ ପାଇଁ ଭାରତର ପରବର୍ତୀ ପାୱାରହାଉସ ଭାବେ ନିଜର ଲକ୍ଷ୍ୟକୁ ଉପସ୍ଥାପନ କରିଛି, ଯାହା ଉଲ୍ଲେଖନୀୟ ନିବେଶ, ପ୍ରଗତିଶୀଳ ନୀତି ଓ ଏକ ମଜବୁତ ଟାଲେଂଟ ଇକୋସିଷ୍ଟମକୁ ପ୍ରଦର୍ଶିତ କରୁଛି । ଏହି ଓଡିଶା ପାଭିଲିଅନକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ସେପ୍ଟେମ୍ବର ୨ ତାରିଖରେ ଉଦ୍‌ଘାଟନ କରିଥିଲେ ଏବଂ ଏହି ଅବସରରେ ତାଙ୍କ ସହ ଓଡିଶାର ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ରାଜ୍ୟ ମୁଖ୍ୟ ସଚିବ ଶ୍ରୀ ମନୋଜ ଆହୁଜା, ଇଆଣ୍ଡଆଇଟି ବିଭାଗର ମୁଖ୍ୟ ସଚିବ ବିଶାଲ ଦେବ, ଇଆଣ୍ଡଆଟି ବିଭାଗର ସ୍ୱତନ୍ତ୍ର ସଚିବ ମାନଓ ରଞ୍ଜନ ପଣ୍ଡାଙ୍କ ସମେତ ବିଭିନ୍ନ ସରକାରୀ ପ୍ରତିନିଧିମାନେ ଯୋଗ ଦେଇଥିଲେ ।


ଓଡିଶା ପାଭିଲିଅନର ଉଦ୍‌ଘାଟନୀ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଶ୍ରୀ ମୋହନ ଚରଣ ମାଝି କହିଛନ୍ତିଯେ, “ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସହ ସମନ୍ୱିତ ହୋଇ ଓଡିଶା ଭାରତର ଇଲେକ୍‌ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର ଯାତ୍ରାରେ ଏକ ପାୱାରହାଉସରେ ପରିଣତ ହେବା ପାଇଁ ପ୍ରତିବଦ୍ଧ ରହିଛି । ଏହା ଆମ ପାଇଁ ଏକ ଗର୍ବର ବିଷୟ ଯେ, ଏନଆଇଟି ରାଉରକେଲା ଓ ପିଏମଇସି ବ୍ରହ୍ମପୁର ଭଳି ଆମର ଶିକ୍ଷାନୁଷ୍ଠାନଗୁଡିକ ପ୍ରଥମ ମେଡ୍ ଇନ ଇଣ୍ଡିଆ ଚିପ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି, ଯାହା ଆମ ରାଜ୍ୟରେ ଥିବା ଅସାଧାରଣ ପ୍ରତିଭା ଓ ଉ୍‌ଭାବନକୁ ସୂଚିତ କରୁଛି । ନିର୍ଭୀକ ନୀତି, ଉଲ୍ଲେଖନୀୟ ପ୍ରକଳ୍ପ ଓ ଏକ ସମୃଦ୍ଧ ପ୍ରତିଭା ଆଧାର ସହ ଆମେ ନିବେଶ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛୁ । ଓଡିଶା ସରକାର ଏଭଳି ଏକ ଇକୋସିଷ୍ଟମ ନିର୍ମାଣ ପାଇଁ ଆମ ସହ ସହଭାଗିତା କରିବାକୁ ନିବେଶକ ଓ ଉଦ୍ଭାବକଙ୍କୁ ସ୍ୱାଗତ କରୁଛନ୍ତି ଯେଉଁଠାରେ ଆନ୍ତର୍ଜାତୀୟ ଉଦ୍ଭାବନ ସୁଯୋଗ ସହ ଭେଟିବ ଏବଂ ପରବର୍ତୀ ପିଢିର ସେମିକଣ୍ଡକ୍ଟର ଓ ଇଲେକ୍‌ଟ୍ରୋନିକ୍ସକୁ ଡିଜାଇନ ଓ ନିର୍ମାଣ କରାଯିବ, ଯାହାକୁ ସାରା ବିଶ୍ୱ ଦ୍ୱାରା ଆଦୃତ ହେବ ।” ସେମିକନ ୨୦୨୫ରେ ମୁଖ୍ୟମନ୍ତ୍ରୀ ଆନ୍‌ତର୍ଜାତୀୟ ଓ ଘରୋଇ ସେମିକଣ୍ଡକ୍ଟର ଲିଡରଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରରୀ ଓ ଇଆଣ୍ଡଆଇଟି ବିଭାଗର ନେତୃବୃନ୍ଦ ଅଗ୍ରଣୀ ଆନ୍ତର୍ଜାତୀୟ ଓ ଘରୋଇ ସେମିକଣ୍ଡକ୍ଟର କମ୍ପାନୀଗୁଡିକ ସହ ଏକାଧିକ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ମୁଖ୍ୟମନ୍ତ୍ରୀ ୱେଷ୍ଟର୍ଣ୍ଣ ଡିଜିଟାଲ (ସାନଡିସ୍କ), ରେନେସାସ, ଏନଏକ୍ସପି ସେମିକଣ୍ଡକ୍ଟର୍‌ସ, ସିମେନ୍‌ସ ଓ ମାଇକ୍ରୋନ ଭଳି ଆନ୍ତର୍ଜାତୀୟ କମ୍ପାନୀଗୁଡିକ ସହ ମଧ୍ୟ ଆଲୋଚନା କରିଥିଲେ । ଏହୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝି, ସେମିର ସିଇଓ ଓ ଅଧ୍ୟକ୍ଷ ଅଜିତ ମନୋଚାଙ୍କ ସହ ଆଲୋଚନା କରିଥିଲେ, ଯିଏ ଓଡିଶାର ସେମିକଣ୍ଡକ୍ଟର ନୀତିକୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଚଳିତ ବର୍ଷ ଡିସେମ୍ବରରେ ସେମିକନ ଜାପାନକୁ ପରିଦର୍ଶନ କରିବା ପାଇଁ ଆମନ୍ତ୍ରିତ କରିଥିଲେ । ଏହି ରଣନୈତିକ ବୈଠକଗୁଡିକ ଓଡିଶାର ପ୍ରଗତିଶୀଳ ନୀତି ଓ ଭିତିଭୂମିରେ ଆନ୍ତର୍ଜାତୀୟ ଲିଡରଙ୍କ ଦୃଢ ଆତ୍ମବିଶ୍ୱାସକୁ ପ୍ରତିଫଳନ କରିବା ସହ ଭାରତର ଉଦୀୟମାନ ସେମିକଣ୍ଡକ୍ଟର ଓ ଇଲେକ୍‌ଟ୍ରୋନିକ୍ସ ହବ୍ ଭାବେ ରାଜ୍ୟର ସ୍ଥିତିକୁ ସୁଦୃଢ କରିଛି । ସେହିପରି ସେମିକନ ୨୦୨୫ରେ ଓଡିଶା ସରକାର ଅଗ୍ରଣୀ ଆନ୍ତର୍ଜାତୀୟ କମ୍ପାନୀ ଟପ୍ ଟ୍ରାକ୍ ହାଇଟେକ୍ ପିସିବି ଏବଂ ସାନ୍‌କୋଡ ଟେକ୍ନୋଲୋଜିସ ଲିମିଟେଡ ସହ ଦୁଇଟି ଏମ୍‌ଓୟୁ ସ୍ୱାକ୍ଷର କରିଛନ୍ତି । ଟପ୍‌ଟ୍ରାକ ହାଇଟେକ ପିସିବି ରାଜ୍ୟରେ ୧୦୦୫ କୋଟି ଟଙ୍କାର ଆଡ୍‌ଭାନ୍ସଡ ପିସିବି ଉତ୍ପାଦନ କାରଖାନା ପାଇଁ ଏହି ଚୁକ୍ତି କରିଥିବା ବେଳେ ସାନକୋଡ ଟେକ୍ନୋଲୋଜିସ ଲିଃ୧୬୫୦ କୋଟି ଟଙ୍କାର ଏକ କାରଖାନା ସ୍ଥାପନ କରିବ । ନିକଟରେ ଓଡିଶା ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ଆଇଏସଏମ) ଅଧିନରେ ଦୁଇଟି ବଡ ପ୍ରକଳ୍ପ ହାସଲ କରିଛି ଯାହାର ମିଳିତ ନିବେଶ ମୂଲ୍ୟ ୪୦୦୦ କୋଟି ଟଙ୍କା ଅଟେ ।

 

 


Share It

Comments are closed.