ଦୀର୍ଘ ଦିନ ପରେ ୧୦୦୦ ତଳକୁ ଖସିଲା ସଂକ୍ରମଣ, ୯୮୭ ନୂଆ ଆକ୍ରାନ୍ତ ଚିହ୍ନଟ

Share It

ରାଜ୍ୟରେ କରୋନା ସଂକ୍ରମଣର କମିଛି । ହେଲେ ବିପଦ ଏବେ ବି ଟଳିନି । ଆଗକୁ ଶୀତ ବଢ଼ିଲେ କରୋନା ସଂକ୍ରମଣ ହାର ପୁଣି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ସୁସ୍ଥ ହାର ବଢ଼ିଛି । କିନ୍ତୁ କୋଭିଡ୍ ମୃତ୍ୟୁରେ ଲାଗୁନି ବ୍ରେକ୍‌ । ୨୪ ଘଣ୍ଟା ରାଜ୍ୟରେ ୨୯ ଟି ଜିଲ୍ଲାରୁ ୯୮୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୭୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୪୧୫ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୦୩ ହଜାର ୭୮୦ କୁ ବୃଦ୍ଧି କରିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ରାଜ୍ୟ ୨୪ ଘଣ୍ଟା ମଧ୍ୟରେ କରୋନା ଗ୍ରାଫ୍ ତଳମୁହାଁ ହୋଇଥିବା ବେଳେ ୯୮୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୧୦୭ ଜଣ, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାରୁ ୮୬ ଜଣ ଲେଖାଏଁ, କଟକରୁ ୮୫ ଜଣ, ମୟୂରଭଞ୍ଜରୁ ୮୪ ଜଣ, କେନ୍ଦ୍ରାପଡ଼ାରୁ ୬୦ ଜଣ, ଜଗତସିଂହପୁରରୁ ୪୫ ଜଣ, ବଲାଙ୍ଗୀରରୁ ୪୩ ଜଣ, ନୂଆପଡ଼ାରୁ ୪୧ ଜଣ, ଝାରସୁଗୁଡାରୁ ୩୪ ଜଣ, ବରଗଡ଼ରୁ ୩୧ ଜଣ, କେନ୍ଦୁଝରରୁ ୩୦ ଜଣ, ପୁରୀରୁ ୨୯ ଜଣ, ଯାଜପୁରରୁ ୨୭ ଜଣ, ବାଲୋଶ୍ବରରୁ ୨୫ ଜଣ, କଳାହାଣ୍ଡିରୁ ୨୩ ଜଣ, ଢ଼େଙ୍କାନାଳ ଓ ନବରଙ୍ଗପୁର ଜିଲ୍ଲାରୁ ୨୨ ଜଣ ଲେଖାଏଁ, ସମ୍ବଲପୁରରୁ ୧୭ ଜଣ, ନୟାଗଡ଼ ଓ ରାୟଗଡ଼ାରୁ ୧୧ ଜଣ ଲେଖାଏଁ, ଗଞ୍ଜାମ ଓ ସୋନପୁରରୁ ୯ ଜଣ ଲେଖାଏଁ, କନ୍ଧମାଳରୁ ୮ ଜଣ, କୋରାପୁଟରୁ ୭ ଜଣ, ଭଦ୍ରକ ଓ ମାଲକାନଗିରି ଜିଲ୍ଲାରୁ ୪ ଜଣ ଲେଖାଏଁ, ଦେବଗଡ଼ରୁ ୨ ଜଣ ଏବଂ ଷ୍ଟେଟ୍ ପୋଲ୍‌ରୁ ୧୮ ଜଣ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୦୩ ହଜାର ୭୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୨ ହଜାର ୫୮୪ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨ ଲକ୍ଷ ୮୯ ହଜାର ୬୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୪୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୫୦ ଲକ୍ଷ ୨୭ ହଜାର ୯୮୯ ସାମ୍ପୁଲ ଟେଷ୍ଟ୍ ହୋଇଛି।


Share It

Comments are closed.