ରାଜ୍ୟରେ ୨,୧୯୬ ନୂଆ ଆକ୍ରାନ୍ତ ଚିହ୍ନଟ


ଓଡ଼ିଶାରେ କରୋନା ପ୍ରକୋପ କମିବାରେ ଲାଗିଛି । ନୂଆ ମାମଲାରେ ବ୍ୟାପକ ହ୍ରାସ ପରିଲକ୍ଷିତ ହେଉଛି। ସୁସ୍ଥ ସଂଖ୍ୟା ବଢ଼ି ଚାଲିଛି । ଯାହାର ଫଳ ସ୍ୱରୂପ ଏବେ ଚିକିତ୍ସାଧୀନ ଥିବା ରୋଗୀଙ୍କ ସଂଖ୍ୟାରେ ବଡ ଧରଣର ହ୍ରାସ ଘଟିଛି । ୨୪ ଘଣ୍ଟା ରାଜ୍ୟରେ ୩୦ଟି ଜିଲ୍ଲାରୁ ୨୧୯୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨୭୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୯୨୨ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୬୬ ହଜାର ୩୪୫ କୁ ବୃଦ୍ଧି କରିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଦିନକରେ ଓଡିଶାରେ ୨୧୯୬ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୫୯ ଜଣ, କଟକରୁ ୧୭୫ ଜଣ, ସୁନ୍ଦରଗଡ଼ରୁ ୧୪୦ ଜଣ, ମୟୂରଭଞ୍ଜରୁ ୧୧୯ ଜଣ, ଯାଜପୁରରୁ ୧୧୩ ଜଣ, ନୂଆପଡ଼ାରୁ ୧୦୮ ଜଣ, ଅନୁଗୁଳରୁ ୧୦୭ ଜଣ, ବାଲେଶ୍ୱରରରୁ ୧୦୪ ଜଣ, କଳାହାଣ୍ଡିରୁ ୯୪ ଜଣ, ଜଗତସିଂହପୁରରୁ ୮୬ ଜଣ,କେନ୍ଦ୍ରାପଡ଼ାରୁ ୮୨ ଜଣ, ବରଗଡ଼ରୁ ୮୦ ଜଣ,ପୁରୀରୁ ୭୭ ଜଣ, ବଲାଙ୍ଗୀର ଓ ଝାରସୁଗୁଡାରୁ ୭୧ ଜଣ ଲେଖାଏଁ, ସୋନପୁରରୁ ୭୦ ଜଣ, କେନ୍ଦୁଝରରୁ ୬୭ ଜଣ,ନବରଙ୍ଗପୁରରୁ ୫୦ଜଣ, ମାଲକାନଗିରିରୁ ୩୮ ଜଣ, ସମ୍ବଲପୁରରୁ ୩୭ ଜଣ, କନ୍ଧମାଳରୁ ୩୪ ଜଣ, ଢ଼େଙ୍କାନାଳରୁ ୩୩ ଜଣ, ବୌଦ୍ଧରୁ ୩୨ ଜଣ, କୋରାପୁଟରୁ ୨୯ ଜଣ,ନୟାଗଡ଼ରୁ ୨୦ ଜଣ, ଭଦ୍ରକରୁ ୧୬ ଜଣ,ରାୟଗଡ଼ାରୁ ୧୪ ଜଣ, ଗଞ୍ଜାମରୁ ୧୩ ଜଣ, ଗଜପତିରୁ ୭ ଜଣ ଏବଂ ଷ୍ଟେଟ୍ ପୋଲ୍‌ରୁ ୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨ ଲକ୍ଷ ୬୬ ହଜାର ୩୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୩ ହଜାର ୭୮୬ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨ ଲକ୍ଷ ୪୧ ହଜାର ୩୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୧୦୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୪୦ ଲକ୍ଷ ୦୧ ହଜାର୦୬୫ ସାମ୍ପୁଲ ଟେଷ୍ଟ୍ ହୋଇଛି।


Share It

Comments are closed.