ରାଜ୍ୟରେ ଆଜିଠୁ ଶିକ୍ଷକ ପଦବୀ ପାଇଁ ଆବେଦନ ହେବ ଆରମ୍ଭ
ରାଜ୍ୟରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ୧୧ ହଜାର ୪୫୦ ଶିକ୍ଷକ ପଦବୀ ପୂରଣ ହେବ । ପ୍ରଥମ ପର୍ଯ୍ୟାୟରେ ୪୬୧୯ଟି ଶିକ୍ଷକ ପଦବୀ ମଧ୍ୟରୁ ୨୦୫୫ ହିନ୍ଦୀ, ୧୩୦୪ ସଂସ୍କୃତ, ୧୨୬୦ ଶାରୀରିକ ଶିକ୍ଷା ତାଲିମ ଶିକ୍ଷକ (ପିଇଟି) ପୂରଣ ହେବ । ଏଥି ପାଇଁ ସୋମବାରଠୁ ଆବେଦନ ଆରମ୍ଭ ହେବ । ସେପ୍ଟେମ୍ବର ୧୪ ତାରିଖ ସନ୍ଧ୍ୟା ୬ଟା ମଧ୍ୟରେ ଆବେଦନ କରିହେବ । ତେବେ ଅକ୍ଟୋବର ପ୍ରଥମ ସପ୍ତାହରେ ଆଶାୟୀ ଶିକ୍ଷକଙ୍କ ପରୀକ୍ଷା କମ୍ପ୍ୟୁଟର୍ରେ ବା ସିବିଟି ମୋଡ୍ରେ ହେବ ।
ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୬୦୬୫ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ(ଟିଜିଟି) ଏବଂ ତେଲୁଗୁ ଶିକ୍ଷକ, ତୃତୀୟ ପର୍ଯ୍ୟାୟରେ ୯୪୦ଟି ନୂତନ ସୃଷ୍ଟି ହୋଇଥିବା ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ, କ୍ଲାସିକାଲ୍ ଏବଂ ହିନ୍ଦୀ ଶିକ୍ଷକ ନିଯୁକ୍ତି ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ । ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ୧୬ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ପାଇଁ ପଦକ୍ଷେପ ନିଆଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।
Comments are closed.