ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ସାଂସଦ ଓରାମ

Share It

ଦିଲ୍ଲୀ ଏମସରେ ଭର୍ତ୍ତି ହେଲେ ବରିଷ୍ଠ ବିଜେପି ନେତା ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ । ସୋମବାର ତାଙ୍କୁ ଅଧିକ ଚିକିତ୍ସା ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଜୁଏଲ । ଗତକିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏପ୍ରିଲ ୨୪ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ହୋମ୍ ଆଇସୋଲେସନ୍ ଥିଲେ । ପରେ ଭୁବନେଶ୍ୱରରେ ଗୋଟିଏ ଦିନ ଚିକିତ୍ସା ହେବା ପରେ ଗତକାଲି ସେ ଦିଲ୍ଲୀ ଏମ୍ସ ଆସିଛନ୍ତି ଚିକିତ୍ସା ପାଇଁ । ସେ କହିଛନ୍ତି ଯେ, ଏବେ ସେ ସୁସ୍ଥ ଅଛନ୍ତି । ମୋ ସହକର୍ମୀ ଶୁଭେଚ୍ଛୁ ମାନଙ୍କୁ ମୋର ଅଶେଷ ଧନ୍ୟବାଦ । ଯେଉଁମାନେ ମୋ ପାଇଁ ପ୍ରାର୍ଥନା କରିଛନ୍ତି । ଖୁବଶୀଘ୍ର ମୁଁ ସୁସ୍ଥ ହୋଇ ଘରକୁ ଫେରିବି ।


Share It

Comments are closed.