ନୂଆ ମନ୍ତ୍ରୀମଣ୍ଡଳରେ ରିପିଟ୍ ହେବେନି ବହୁ ମନ୍ତ୍ରୀ, ନେତାଙ୍କ ଭିତରେ ବଢୁଛି ସସ୍ପେନ୍ସ
ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ସମସ୍ତ ମନ୍ତ୍ରୀ । ନୂଆ ମନ୍ତ୍ରୀ ମାନେ ରବିବାର ସଂଧ୍ୟାରେ ଶପଥ ନେବେ ବୋଲି ସୂଚନା ମିଳିଛି । ବାଚସ୍ପତିଙ୍କ ପରେ ଜଣଙ୍କ ପରେ ଜଣେ ମନ୍ତ୍ରୀ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଆସନ୍ତାକାଲି ଶପଥ ଗ୍ରହଣ ଉତ୍ସବ ନହେଲେ ଏହା ଦିନେ କିମ୍ବା ଦୁଇ ଦିନ ଘୁଞ୍ଚିପାରେ ବୋଲି କୁହାଯାଉଛି ।
ତେବେ ୨୦୨୪ ନିର୍ବାଚନ ପୂର୍ବରୁ ସରକାର ଏବଂ ଦଳକୁ ସକ୍ରିୟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂଆ ଷ୍ଟ୍ରାଟେଜି କରିଥିବା ମନେ ହେଉଛି । ନୂଆ ମନ୍ତ୍ରୀମଣ୍ଡଳରେ କିଛି ଯୁବ ଚେହେରାଙ୍କୁ ସାମିଲ କରାଯିବାକୁ ଥିବା ବେଳେ ପୁରୁଖା ନେତାଙ୍କୁ ସଂଗଠନ ଦାୟିତ୍ୱ ଦିଆଯିବ । ଏହାଛଡ଼ା ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ସନ୍ତୋଷଜନକ ପ୍ରଦର୍ଶନ ଅଭାବରୁ କିଛି ମନ୍ତ୍ରୀଙ୍କୁ ବାଦ୍ ଦିଆଯାଉଥିବା ମଧ୍ୟ ଚର୍ଚ୍ଚା ହେଉଛି ।
Comments are closed.