କରୋନାରେ ଆକ୍ରାନ୍ତ ହେଲେ ମନ୍ତ୍ରୀ ସୁଶାନ୍ତ ସିଂହ
ସୋମବାର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏହାସହ କହିଛନ୍ତି ମୁଁ ସୁସ୍ଥ ଅଛି , ନିକଟରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ମୁଁ ଅନୁରୋଧ କରୁଛି ସେମାନେ ଆଇସୋଲେସନରେ ରହି କରୋନା ଟେଷ୍ଟ କରାଇ ନିଅନ୍ତୁ।
I have tested positive for Corona and I am stable now. Those who have came in contact with me recently are requested to stay isolated and get tested.
— Susanta Singh (@SusantaSingh11) August 17, 2020
ରାଜ୍ୟରେ ପ୍ରଥମ ବିଧାୟକ ଭାବେ ନୀଳଗିରି ବିଧାୟକ ସୁକାନ୍ତ ନାୟକ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଏହା ପରେ ରେମୁଣା ବିଧାୟକ ଶୁଧାଶୁଂ ପରିଡା, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଏବଂ ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇ ସାରିଛନ୍ତି ।
Comments are closed.