କେନ୍ଦ୍ରୀୟ ଡେପୁଟେସନ୍ ଯିବେ ପ୍ରଦୀପ୍ତ ମହାପାତ୍ର , ତାଲିକାରେ ଅଛନ୍ତି ଆଉ ୪ ଆଇଏଏସ ଅଧିକାରୀ
କେନ୍ଦ୍ରକୁ ଯିବେ ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଦୀପ୍ତ ମହାପାତ୍ର । କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ଏହାକୁ ଅନୁମୋଦନ କରିଛି । ପ୍ରଦୀପ୍ତଙ୍କ ସହ ଅନ୍ୟ ୪ ଆଇଏଏସ୍ ଅଧିକାରୀଙ୍କୁ ବି ଏହି ତାଲିକାରେ ସାମିଲ କରାଯାଇଛି ।
ବୁଧବାର ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ୧୯୮୮ ବ୍ୟାଚ୍ ଓଡ଼ିଶା କ୍ୟାଡର୍ ଆଇଏଏସ୍ ଶ୍ରୀ ମହାପାତ୍ର ସହକାରୀ ସଚିବ ସମକକ୍ଷ ର୍ୟାଙ୍କରେ କେନ୍ଦ୍ରରେ ଦାୟିତ୍ୱ ନିର୍ବାହ କରିବେ । ଶ୍ରୀ ମହାପାତ୍ର ପୂର୍ବରୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ୨୦୨୧ ଅକ୍ଟୋବରରୁ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି ।
ସେହିପରି ଉତ୍ତରାଖଣ୍ଡ ୧୯୯୧ ବ୍ୟାଚର ପୁନୀତ କୁମାର ଗୋଏଲ, ବିହାର ୧୯୯୨ ବ୍ୟାଚ୍ ହରଜୋତ କୌର ବାମରାହ, ଉତ୍ତରାଖଣ୍ଡ ୧୯୯୨ ବ୍ୟାଚ୍ ରାଜୀବ ବର୍ମା ଓ ଉତ୍ତରାଖଣ୍ଡ ୧୯୯୩ ବ୍ୟାଚ୍ ଖିଲି ରାମ ମୀନାଙ୍କୁ କେନ୍ଦ୍ରୀୟ ଡେପୁଟେସନ୍ ପାଇଁ ମନୋନୀତ କରାଯାଇଥିବା ସୂଚନା ମିଳିଛି ।
Comments are closed.