ଆସନ୍ତା ୩ ରୁ ୪ ସପ୍ତାହ ପରେ ରାଜ୍ୟରେ ବଢିପାରେ ସଂକ୍ରମଣ, ସତର୍କ କରାଇଲେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
ଆସନ୍ତା ୩ ରୁ ୪ ସପ୍ତାହ ପରେ ରାଜ୍ୟରେ ବଢିପାରେ ସଂକ୍ରମଣ। ସତର୍କ କରାଇଲେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ରାଜ୍ୟ ସରକାର କରୋନା ଲଢେଇ ପାଇଁ ପ୍ରସ୍ତୁତ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ସ୍ଵାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ ରଖାଯାଇଛି। ହସ୍ପିଟାଲ ମଧ୍ୟ ପ୍ରସ୍ତୁତ ଅଛି। ଯଦି ସଂକ୍ରମଣ ବଢେ ତାହେଲେ ହସ୍ପିଟାଲକୁ ତୁରନ୍ତ ଖୋଲି ଦିଆଯିବ। ସବୁ ଜିଲ୍ଲା ଗୁଡ଼ିକୁ ମଧ୍ୟ କଡ଼ା ନଜର ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ପୁଣି କହିଛନ୍ତି ଯେ, ରାଜ୍ୟରେ ଏବେ ସଂକ୍ରମଣ ୧୦ ରୁ ୨୦ ଭିତରେ ରହୁଛି। କେହି ଜଣେ ମଧ୍ୟ ଡାକ୍ତରଖାନାରେ ନାହାଁନ୍ତି। ତେଣୁ ରାଜ୍ୟ ସରକାର କୋଭିଡ୍କୁ ଜଗିବା ପାଇଁ ସମସ୍ତ ପ୍ରକାରର ପନ୍ଥା ଆପଣେଇଛନ୍ତି। ରାଜ୍ୟରେ ଟିକାକରଣ ବୃଦ୍ଧି କରାଯାଇଛି। ହେଲେ ସମସ୍ତଙ୍କୁ କରୋନା କଟକଣା ମାନିବାକୁ ପଡ଼ିବ ବୋଲି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
Comments are closed.