ପୋଲିସ ଡ୍ରାଇଭର ନିଯୁକ୍ତି ପାଇଁ ବୟସ ସୀମା ବୃଦ୍ଧି କଲେ ଓଡ଼ିଶା ସରକାର

Share It

ଓଡିଶା ସରକାର ପୋଲିସ ଡ୍ରାଇଭର ନିଯୁକ୍ତିରେ ସର୍ବାଧିକ ବୟସ ସୀମା ୪ ବୟସ ବୃଦ୍ଧି କରିଛନ୍ତି । ଏ ସଂପର୍କରେ ଓଡିଶା ହାଇକୋର୍ଟର ଆଡଭୋକେଟ ଜେନେରାଲ ଶ୍ରୀ ପିତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଏହି ନିଷ୍ପତି ଦ୍ୱାରା ୧୨୪୫ ଆବେଦନକାରୀ ଉପକୃତ ହେବେ ।
ନିୟମିତ ପରୀକ୍ଷା ପଦ୍ଧତିରେ ବିଳମ୍ବ ହେତୁ ସର୍ବାଦ୍ଧିକ ବୟୟସୀମା ବୃଦ୍ଧି କରିବା ପାଇଁ ହାଇକୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା । ପ୍ରକାଶଥାଉକି , ୪୦୫ ପଦବୀ ପାଇଁ ଅକ୍ଟୋବର ମାସରେ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ବଞ୍ଚିତ ହୋଇଥିବା ପ୍ରାର୍ଥୀଙ୍କୁ ଏହା ବହୁତ ଆଶ୍ୱସନା ଦେବ ବୋଲି ଆଶା କରାଯାଉଛି ।


Share It

Comments are closed.