ଏପ୍ରିଲ୍‌ରୁ ଷ୍ଟାର୍ଟଅପ୍ ସଂସ୍ଥାର ଉତ୍ପାଦ କିଣିବେ ଓଡ଼ିଶା ସରକାର

Share It

ଭୁବନେଶ୍ୱର: ରାଜ୍ୟର ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକର ପ୍ରଚାର ପ୍ରସାର କରିବା ଏବଂ ସେମାନଙ୍କ ପାଇଁ ରାଜ୍ୟ ଭିତରେ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକ ତିଆରି କରୁଥିବା ଉତ୍ପାଦଗୁଡିକୁ କିଣିବା ଲାଗି ଓଡ଼ିଶା ସରକାର ନିଷ୍ପତି ନେଇଛନ୍ତି । ଆଜି ଟାଇ ଭୁବନେଶ୍‌ôର ପକ୍ଷରୁ ଓଡ଼ିଶା ଷ୍ଟାର୍ଟଅପ୍ ସହଯୋଗରେ ଆୟୋଜନ କରାଯାଇଥିବା ହଲ୍ ଅଫ୍ ଫେମ୍‌ର ଉଦ୍‌ଘାଟନୀ ସମାରୋହରେ ଯୋଗ ଦେଇ ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ବିଭାଗର ସଚିବ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଷ୍ଟାର୍ଟଅପ୍‌ଗୁଡ଼ିକର ଉତ୍ପାଦକୁ କିଣିବା ଏବଂ ସେମାନଙ୍କୁ ମାର୍କେଟିଂ ସହାୟତା ଯୋଗାଇ ଦେବା ଲାଗି ସରକାର ଅତ୍ୟନ୍ତ ଆଗହୀ ଅଛନ୍ତି ।
ସେ କହିଛନ୍ତି ଯେ, ଆଶା କରାଯାଉଛି ୨୦୨୧-୨୨ ଆର୍ଥିକ ବର୍ଷରୁ ଯାହା ଆସନ୍ତା ଏପ୍ରିଲ୍‌ରୁ ଆରମ୍ଭ ହେଉଛି ସେବେଠାରୁ ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକର ଉତ୍ପାଦ ସଂଗ୍ରହ କରିବା ପ୍ରକ୍ରିୟା ସରକାର ଆରମ୍ଭ କରିବେ ଏବଂ ସେମାନଙ୍କୁ ମାର୍କେଟିଂ ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ଗତ ଚାରି ବର୍ଷରେ ରାଜ୍ୟରେ ୯୦୦ରୁ ଅଧିକ ଷ୍ଟାର୍ଟଅପ୍ ସଂସ୍ଥା ଖୋଲିଥିବାରୁ ସେ ଆନନ୍ଦ ପ୍ରକଟ କରିଛନ୍ତି । ଏହି ସଂସ୍ଥାଗୁଡ଼ିକୁ ଏକ ଅନୁକୂଳ ପରିବେଶ ପ୍ରଦାନ କରିବା ଲାଗି ରାଜ୍ୟ ସରକାର ଓଡ଼ିଶା ଷ୍ଟାର୍ଟଅପ୍ ନୀତିର ସଂଶୋଧିତ ଚିଠା ପ୍ରସ୍ତୁତ କରିଛନ୍ତି । ପୂର୍ବ ନୀତିର କେତେକ ଧାରାରେ ପରିବର୍ତନ କରାଯାଇଛି ଯାହା ଷ୍ଟାର୍ଟଅପ୍‌ଗୁଡ଼ିକୁ ସୁହାଇବ ଏବଂ ସେମାନଙ୍କୁ ଅଧିକ ସୁବିଧା ଓ ଲାଭ ପ୍ରଦାନ କରିବ । ଏନେଇ କିଟ୍‌-ଟିବିଆଇରେ ଅଂଶୀଦାରମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇଥିଲା ଏବଂ ସେଠାରୁ ମିଳିଥିବା ମତାମତକୁ ଆଧାର କରି ଓଡ଼ିଶା ଷ୍ଟାର୍ଟଅପ୍ ପରିଷଦ ଯେଉଁ ସୁପାରିସ କରିଥିଲା ସେହି ଆଧାରରେ ସଂଶୋଧିତ ଚିଠା ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି ।
ଶ୍ରୀ ସାହୁ ଏହି ଅବସରେ ସୂଚନା ଦେଇଛନ୍ତି ଯେ ଆସନ୍ତା ମାର୍ଚ୍ଚ ୫ରୁ ପଂଚାୟତିରାଜ ଦିବସ ଓ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପରିପ୍ରେକ୍ଷୀରେ ରାଜ୍ୟ ସରାକର ପ୍ରଦର୍ଶନୀ ପଡ଼ିଆରେ ପାଂଚ ଦିନିଆ ଏଟଂରପ୍ରେନ୍ୟୁରସିପ୍

ସପ୍ତାହ-୨୦୨୧ ଆୟୋଜନ କରିବେ ଯେଉଁଥିରେ ଷ୍ଟାର୍ଟ÷ଅପ୍ ସଂସ୍ଥାଗୁଡ଼ିକ ଲାଗି ଏକ ସ୍ୱତନ୍ତ୍ର ହାଙ୍ଗର ରହିବ । ଅନେକ ବିଶିଷ୍ଟ ବ୍ୟକ୍ତି ସେଠାକୁ ପରିଦର୍ଶନରେ ଆସିବେ ଯେଉଁମାନଙ୍କ ସହିତ ଷ୍ଟାର୍ଟଅପ୍ ଉଦ୍ୟୋଗୀମାନେ ଆଲୋଚନା କରି ସେମାନଙ୍କ ଧ୍ୟାନ ଆକର୍ଷଣ କରିପାରିବେ ବୋଲି ସେ କହିଛନ୍ତି । ଇନଫୋସିଟିରେ ୧୮୦ କୋଟି ଟଙ୍କା ବିନିଯୋଗରେ ସ୍ଥାପନ କରାଯାଉଥିବା ଓଡ଼ିଶା ଷ୍ଟାର୍ଟଅପ୍ ହବ୍‌କୁ ଖୁବ୍‌ଶୀଘ୍ର ଉଦଘାଟନ କରାଯିବ । ଏଥିରେ ସୁଲଭ ମୂଲ୍ୟରେ ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକୁ ସ୍ଥାନ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।
ଶ୍ରୀଯୁକ୍ତ ଗୁରୁପ୍ରସାଦ ମହାପାତ୍ର, ସଚିବ, ଡିପିଆଇଆଇଟି, ଭାରତ ସରକାର ନିଜ ଉଦବୋଧନରେ କେନ୍ଦ୍ର ସରକାର ନିକଟରେ ଘୋଷଣା କରିଥିବା ବିଭିନ୍ନ ସ୍କିମ୍ ଯଥା କ୍ରେଡିଟ୍ ଗ୍ୟାରେଂଟି ସ୍କିମ୍‌, ସିଡ୍‌ବି ସହଯୋଗରେ ପରିକଳ୍ପନା କରାଯାଇଥିବା ଫଣ୍ଡ୍ ଅଫ୍ ଫଣ୍ଡସ୍ ଆଦି ଉପରେ ଆଲୋକପାତ କରିଛନ୍ତି । ଏହି ସ୍କିମ୍‌ଗୁଡ଼ିକର ଲାଭ ଉଠାଇବା ଲାଗି ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି । ସେହିପରି, ଶ୍ରୀଯୁକ୍ତ ଅସିତ କୁମାର ତ୍ରିପାଠୀ, ଅଧ୍ୟକ୍ଷ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କହିଛନ୍ତି ଯେ ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକୁ ବାଣିଜ୍ୟିକୀକରଣ ବା କମର୍ସିଆଲାଇଜେସନ୍ ଉପରେ ଗୁରୁତ୍ୱାରୋପ କରିବା ଉଚିତ ଯାହା ଉଦ୍ୟୋଗୀ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଉଦ୍ୟୋଗୀମାନଙ୍କୁ ସରକାର ସହାୟତା ପ୍ରଦାନ କରିବାକୁ ସର୍ବଦା ପ୍ରତିବଦ୍ଧ ରହିଥିବା ସେ କହିଛନ୍ତି ।
ଆଜି ଆୟୋଜନ କରାଯାଇଥିବା ହଲ୍ ଅଫ୍ ଫେମ୍‌ରେ ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକ ସେମାନଙ୍କ ଉତ୍ପାଦ ଓ ସେବାଗୁଡ଼ିକୁ ପ୍ରଦର୍ଶନ କରିଛନ୍ତି । ଭୁବନେଶ୍ୱର ଏଞ୍ଜେଲସ୍‌, ମୁମ୍ବାଇ ଏଞ୍ଜେଲସ୍ ଓ ଲିଡ୍ ଏଞ୍ଜେଲସ୍ ଭଳି ନିବେଶକ ଏଥିରେ ଅଂଶଗ୍ରହଣ କରିଛନ୍ତି । ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକ ନିବେଶକମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ନିଜର ପ୍ରକଳ୍ପ ବିଷୟରେ ଅବଗତ କରିଛନ୍ତି । ସେମାନଙ୍କ ସାମ୍ନାରେ ପିଚିଂ କରିଛନ୍ତି । କିଛି ନିର୍ଦିଷ୍ଟ ଷ୍ଟାର୍ଟଅପ୍ ନିବେଶକମାନଙ୍କ ସହ ଓପନ୍ ହାଉସ୍ ଆଲୋଚନାରେ ଭାଗ ନେଇଛନ୍ତି । ଆଜି ୨୫ଟି ଷ୍ଟାର୍ଟଅପ୍ ସଂସ୍ଥା ସେମାନଙ୍କ ଉତ୍ପାଦ ଓ ସେବାଗୁଡ଼ିକୁ ପ୍ରଦର୍ଶନ କରିଥିବା ବେଳେ ୧୦ଟି ସଂସ୍ଥା ନିବେଶକଙ୍କ ସାମ୍ନାରେ ପିଚିଂ କରିବାର ସୁଯୋଗ ପାଇଛନ୍ତି ।
ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକୁ ମେଟରିଂ କରିବା ଲାଗି ଏହି ଅବସରରେ ଟାଇ ଭୁବନେଶ୍ୱର ଓ ଆଇଆଇଏମ-ସମ୍ବଲପୁର ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି ।
ଏହି ଅବସରରେ ଟାଇ ଭୁବନେଶ୍ୱରର ସଭାପତି ଶ୍ରୀଯୁକ୍ତ ଦେବାଶିଷ ପଟ୍ଟନାୟକ କହିଛନ୍ତି ଯେ, ଆଜିର ହଲ୍ ଅଫ୍ ଫେମ୍ କାର୍ଯ୍ୟକ୍ରମରେ ଚା’ ତିଆରି ଠାରୁ ଆରମ୍ଭ କରି କଫି ଭେଣ୍ଡିଂ ମେସିନ୍ ତିଆରି କରୁଥିବା ସଂସ୍ଥା, ଇ-ବାଇକ୍ ଓ

ଡ୍ରୋନ୍ ଆଦି ତିଆରି କରୁଥିବା ଷ୍ଟାର୍ଟଅପ୍ ସଂସ୍ଥା ଅଂଶଗ୍ରହଣ କରିଛନ୍ତି । ଆମ ଅତିଥିମାନେ ସେମାନଙ୍କ ସହିତ ବ୍ୟକ୍ତିଗତ ଭାବେ ଆଲୋଚନା କରିଛନ୍ତି ।
ହଲ୍ ଅଫ୍ ଫେମ୍‌ରେ ସାମିଲ ହୋଇଥିବା ଅନ୍ୟ ଅତିଥିମାନେ ଶ୍ରୀଯୁକ୍ତ ସୁବ୍ରତ ବାଗଚୀ, ଅଧ୍ୟକ୍ଷ, ଓଡ଼ିଶା କୌଶଳ ବିକାଶ କର୍ତୃପକ୍ଷ, ଶ୍ରୀଯୁକ୍ତ ସୁନୀଲ ତଜେନା, ଭିପି, ଟାଇ ଭୁବନେଶ୍ୱର, ମହାଦେବ ଜୈସୱାଲ୍‌, ନିର୍ଦେଶକ, ଆଇଆଇଏମ୍‌-ସମ୍ବଲପୁର ।


Share It

Comments are closed.